Posted inଖେଳ

ଅଲିମ୍ପିକ୍‌ ଚାମ୍ପିୟନ ରୁଡିଶା ୧୬ ସପ୍ତାହ ବାଦ୍‌ ପଡ଼ିିଲେ

ଲଣ୍ଡନ,୨୯।୫(ଏଏଫ୍‌ପି): ଦୁଇଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେନିଆ ତାରକା ଧାବକ ଡେଭିଡ୍‌ ରୁଡିଶା ଇଞ୍ଜୁରିର ସମ୍ମୁଖୀନ ହୋଇ କ୍ରୀଡ଼ାରୁ ୧୬ ସପ୍ତାହ ବାଦ୍‌ ପଡିଛନ୍ତି। ବାମ ଗୋଡ଼ର ଗୋଇଠିରେ ସେ ଆଘାତ ପାଇଛନ୍ତି। ୮୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ୩୧ ବର୍ଷୀୟ ରୁଡିଶା ପଶ୍ଚିମ କେନିଆସ୍ଥିତ ନିଜ ଘରୋଇ ସହର କିଲଗୋରିସ୍‌ରେ ଆଘାତ ପାଇଥିଲେ। ଗୋଇଠିରେ ହାଡ ଭାଙ୍ଗିଥିବା ତାଙ୍କ ଡାକ୍ତର ପରୀକ୍ଷା ପରେ ସ୍ପଷ୍ଟ କରିଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। କିଛିଦିନ ସେ ମେଡିକାଲରେ ରହିବେ ବୋଲି ଅର୍ଥୋପେଡିକ ସର୍ଜନ ଭିକ୍ଟର ବାରଗୋରିଆ କହିଛନ୍ତି। ଏବେ ୧୬ ସପ୍ତାହ ଟ୍ରେନିଂରୁ ଦୂରେଇ ରହିବେ ବୋଲି ସେ କହିଛନ୍ତି।
୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ୮୦୦ ମି. ଦୌଡ଼ରେ ୧:୪୦.୯ ମିନିଟ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ନିକଟରେ ସେ ଆଣ୍ଠୁରେ ମଧ୍ୟ ଅସ୍ତ୍ରୋପଚାର କରାଇଥିଲେ ଓ ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରୁ ବାଦ୍‌ ପଡିଥିଲେ। ପୁଣି ଲେଗ୍‌ ଇଞ୍ଜୁରି କାରଣରୁ ସେ ୨୦୧୩ ଓ ୨୦୧୪ରେ ପୂରା ବର୍ଷ ଖେଳରୁ ବାଦ୍‌ ପଡିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍‌ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍‌ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ...

ଦଳରେ ସାମିଲ ହେବା ପରେ କୋହଲିଙ୍କୁ ନେଇ ଏଭଳି କହିଲେ ଟେଓ୍ବାଟିଆ, ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତର ୧୯ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି।...

ମୋ ଯୋଗୁ ଦେଶ ବଦ୍‌ନାମ ହୋଇଛି, କ୍ଷମା ମାଗୁଛି: କାହିଁକି ଏମିତି କହିଲେ କ୍ରିକେଟର୍‌

ଇସଲାମାବାଦ୍‌,୮।୭: ପାକିସ୍ତାନୀ କ୍ରିକେଟର ଉମର ଅକମଲ ତାଙ୍କ ପରିବାର, ପ୍ରଶଂସକ ଏବଂ ପାକିସ୍ତାନୀ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଅକମଲ କ୍ୟାମେରା ସାମ୍ନାକୁ ଆସି...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍‌ ଓ୍ବାର୍ଣ୍ଣର

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଇଣ୍ଡିଆନ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ...

ଚମତ୍କାର ଖେଳିଲେ ଶୁବମନ,ଭାରତର ବିଜୟ ଆଶା ଉଜ୍ଜୀବିତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଶୁବମନ ଗିଲ ୯୧...

ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା...

ମେଜର ଧ୍ୟାନଚାନ୍ଦଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୯।୮: ହକି ଓ୍ବିଜାର୍ଡ୍‌ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷକୀରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଦେଶରେ କ୍ରୀଡ଼ା ଦିବସ ଭାବେ...

Advertisement
Ten Cric Info


Archives

Model This Week