ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା

ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏ ମାଛ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କଇଁଛଙ୍କ ସୁରକ୍ଷା କରି ଏହାକୁ ଓଡ଼ିଶାର ଆଧୁନିକ ପରିଚୟ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଓ ସୁରକ୍ଷା ନେଇ ଗୁରୁବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଋଷିକୁଲ୍ୟା, ଗହୀରମଥା ଓ ଦେବୀନଦୀ ମୁହାଣରେ ମୋଟ ୬୬ ପାଟ୍ରୋଲିଂ ଶିବିର ଖୋଲାଯିବ। ଏହି ଶିବିରଗୁଡ଼ିକରେ ବନବିଭାଗ କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଦାୟିତ୍ୱ ନେବେ। ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେଉଥିବା ୩ ନଦୀ ମୁହାଣ ଯଥା ଧାମରା, ଦେବୀ ଓ ଋଷିକୁଲ୍ୟା ନିକଟରେ ସମୁଦ୍ର ଭିତରକୁ ୨୦କିମି ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ହୋଇଛି। ଏହି କଟକଣା ଅବଧିରେ ପ୍ରାୟ ୭ ମାସ ଯାଏ ମତ୍ସ୍ୟଜୀବୀମାନେ ନିଜ ବୃତ୍ତି ହରାଇ ଆର୍ଥିକସ୍ତରରେ ଦୁର୍ବଳ ହୋଇପଡ଼ିବେ। ତେଣୁ ପ୍ରଶାସନ ପକ୍ଷରୁ ୮ହଜାର ମତ୍ସ୍ୟଜୀବୀ ପରିବାରକୁ ମାସିକ ୭,୫୦୦ ଟଙ୍କା ଆର୍ଥିକ ସହଯୋଗ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ପାରମ୍ପରିକ ପଦ୍ଧତିରେ ବିନା ପାୱାର ବୋଟ୍‌ରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥା ହଇରାଣ ନ କରିବା ଓ କଇଁଛଙ୍କ ପ୍ରତି ପ୍ରକୃତ ବିପଦ ସୃଷ୍ଟି କରୁଥିବା ଅପରାଧୀଙ୍କୁ ଦଣ୍ଡିତ କରିବାକୁ ତ୍ରିପାଠୀ ସମୁଦ୍ର ଉପକୂଳରେ ପାଟ୍ରୋଲିଂ କରୁଥିବା ସାମୁଦ୍ରିକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଇଁଛଙ୍କ ଅଣ୍ଡାଦାନ ଓ ମୃତ୍ୟୁ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ଏକ ୱେବସାଇଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦର ପ୍ରତିନିଧି, ତଟରକ୍ଷୀ ବାହିନୀ ଅଧିକାରୀ, ଚାନ୍ଦିପୁର ଆଇଟିଆରର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର,୪ା୯(ସତ୍ୟଜିତ୍‌ ରାଉତ): ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌। ସାରା ରାଜ୍ୟକୁ ବ୍ୟାପିଛି ଏହି ର଼୍ୟାକେଟର ଚେର। ବାରମ୍ବାର ଚଢ଼ାଉ ଓ ବିପୁଳ ଜାଲ୍‌ ନୋଟ୍‌...

ନୂଆ ରୂପ ପାଇବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଭର୍ଚୁଆଲ୍‌ ସଂଗ୍ରହାଳୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସଂଗ୍ରହାଳୟର ୬୩ତମ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...

ଏସ୍‌ସିବି ବୁଲିଲେ ଡବ୍ଲ୍ୟୁଏଚ୍‌ଓ ଟିମ୍‌: ଫନୀ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ, ୨୯।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଏସ୍‌ସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସଂଗଠନର ନ୍ୟାଶନାଲ ପ୍ରଫେସନାଲ ଅଫିସର...

ରାଜଧାନୀରୁ ବସ୍‌ ଚୋରି, ବ୍ରହ୍ମପୁରରୁ ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ବସ୍‌କୁ କେହି ଚୋରି କରି ନେଇଥିବା ବେଳେ ଏହା ବ୍ରହ୍ମପୁରୁର ଜବତ ହୋଇଥିବା ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରେ...

ସ୍ବାସ୍ଥ୍ୟସେବା ଉପରେ ତୁଟୁଛି ଭରସା

ଭୋଗରାଇ, ୧୬।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରାଜ୍ୟରେ ସର୍ବବୃହତ୍‌ ବ୍ଲକ ଭାବେ ପରିଚିତ ଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ରହିଛି। ଏହି ବ୍ଲକର ୫୦...

ମା’ ତାରିଣୀ ଇଷ୍ଟକନ୍‌ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ, ୨୮।୧: ଚିଟ୍‌ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ ଲିମିଟେଡ୍‌ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୩୧, ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨କୁ ବୃଦ୍ଧି

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୩୧ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲାରୁ ସର୍ବାଧିକ ୪୩ଜଣ ଅଛନ୍ତି। ସେହିଭଳି ପୁରୀ ୨୮, ଖୋର୍ଦ୍ଧା...

ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ...

Advertisement
Archives

Model This Week