ଅର୍ଥ ବ୍ୟବସ୍ଥା ଲାଗି ବିନାଶକାରୀ ଲକ୍‌ଡାଉନ: କ୍ରିସ ଉଡ୍‌

ନୂଆଦିଲ୍ଲୀ,୨୫।୪:ଭାରତ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡିକ ଲାଗି ଲକ୍‌ଡାଉନ ବିନାଶକାରୀ। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କର ବିଶେଷ ମଙ୍ଗଳ ସାଧନ କରି ହେବ ନାହିଁ। ଲୋକଙ୍କ ଲାଗି ନିଯୁକ୍ତି କ୍ଷେତ୍ରରେ ବିଶେଷ ସୁବିଧା ସୁଯୋଗ ନ ଥିବାରୁ ଲକ୍‌ଡାଉନ ଭାରତ ଲାଗି ଏକ ବିନାଶକାରୀ ପଦକ୍ଷେପ ବୋଲି ଜାଫେରୀର ଇକ୍ୱିଟି ଷ୍ଟ୍ରାଟେଜି ବିଭାଗ ଗ୍ଲୋବାଲ ମୁଖ୍ୟ ଖ୍ରୋଷ୍ଟୋଫର ଉଡ୍‌ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା କ୍ଷୁଦ୍ର ବାଣିଜ୍ୟକୁ ବଞ୍ଚାଇବା ଲାଗି ୩୪୯ ବିଲିୟନ ଡଲାରର ଏକ ଯୋଜନା ହାତକୁ ନେଇଛି। ଏଥିରେ କର୍ମଚାରୀଙ୍କୁ ବେତନ ନିରାପତ୍ତା, ଛୋଟ ଛୋଟ କମ୍ପାନୀଗୁଡିକ ଲାଗି ଋଣ ମାଫ ପଦକ୍ଷେପ ମଧ୍ୟ ସାମିଲ ରହିଛି। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା କ୍ଷେତ୍ରରେ ମଧ୍ୟ କର୍ମଚାରୀଙ୍କ ଲାଗି କମ୍ପାନୀ ବ୍ୟବସ୍ଥା ହାତକୁ ନେଇଛନ୍ତି। ଲକ୍‌ଡାଉନ ଯୋଗୁ ଭାରତୀୟ ବ୍ୟାଙ୍କଗୁଡିକର ସମସ୍ୟା ଦେଖାଯିବ। କାରଣ କମ୍ପାନୀଗୁଡିକ କାରବାର ହରାଇବା ଯୋଗୁ ଦେବାଳିଆ ସ୍ଥିତିକୁ ଯିବାର ବେଶି ସମ୍ଭାବନା ରହିଛି। ସେହିଭଳି ମଧ୍ୟ ପ୍ରାଚ୍ୟ ତେଲ ଉତ୍ପାଦନକାରୀ କମ୍ପାନୀଗୁଡିକ ଏବେ କ୍ଷତିରେ ଚାଲିଥିବାରୁ ଭାରତକୁ ରେମିଟାନ୍ସରେ ମଧ୍ୟ ସମସ୍ୟା ଉପୁଜିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri