Posted inଜାତୀୟ

ଅର୍ଥନୀତିରେ ଚାଇନାଠାରୁ ବହୁ ପଛରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ଭାରତ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଶନିବାର ଆଞ୍ଚଳିକ ରାଜନୀତିଠାରୁ ଆରମ୍ଭ କରି ବାଣିଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଥିଲାବେଳେ ଦୁଇଦେଶର ଅର୍ଥନୀତି ଓ ବିଗତ ବର୍ଷର ପ୍ରଦର୍ଶନକୁ ଅନୁଧ୍ୟାନ କରାଯିବା ସମୀଚୀନ ମନେହୁଏ। ଅଭିବୃଦ୍ଧି ହାରରେ ଭାରତ ଚାଇନାକୁ ବାରମ୍ବାର ପଛରେ ପକାଉଥିଲେ ମଧ୍ୟ ଆର୍ଥତ୍କ ସ୍ଥିତି ଦୃଷ୍ଟିରୁ ଏହା ଭାରତଠାରୁ ବହୁ ଆଗରେ ରହିଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ ୨୦୧୮ରେ ଚାଇନାର ଜିଡିପି ୧୩.୬୦ ଟ୍ରିଲିୟନ ଡଲାର ଯାହାକି ଭାରତର ଅର୍ଥନୀତିଠାରୁ ୫ ଗୁଣ ଅଧିକ। ଗତବର୍ଷ ଭାରତର ଜିଡିପି ୨.୭୨ ଟ୍ରିଲିୟନ ଡଲାର ଥିଲା। ୨୦୦୬ରେ ଚାଇନା ଜିଡିପି ୨.୭୫ ଟ୍ରିଲିୟନ ଡଲାର ଥିଲା। ଅର୍ଥାତ୍‌ ଅର୍ଥନୀତିରେ ଚାଇନାଠାରୁ ଭାରତ ୧୨ ବର୍ଷ ପଛରେ ରହିଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବା ଲାଗି ଭାରତ ଲକ୍ଷ୍ୟ ରଖିଛି।
ସେହିପରି ଚାଇନାର ମୁଣ୍ଡପିଛା ଜାତୀୟ ଆୟ ଭାରତ ଠାରୁ ୭ ଗୁଣ ଅଧିକ। ୨୦୧୮ରେ ଚାଇନାମାନଙ୍କ ମୁଣ୍ଡପିଛା ଆୟ ୯୪୭୦ ଡଲାର ଥିଲାବେଳେ ଭାରତୀୟଙ୍କର ଆୟ ଥିଲା ୨୦୨୦ ଡଲାର। ଦୁଇଦେଶ ମଧ୍ୟରେ ବ୍ୟବସାୟର ପର୍ଯ୍ୟାପ୍ତ ସମ୍ଭାବନା ରହିଥିଲାବେଳେ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟ ଯଥେଷ୍ଟ ଅଧିକ। ୨୦୧୬ରେ ଚାଇନା ଭାରତକୁ ୬୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବାବେଳେ ନୂଆଦିଲ୍ଲୀ ସେହିବର୍ଷ ବେଜିଂକୁ ମାତ୍ର ୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ପଠାଇଛି। ଆର୍ଥତ୍କ ସ୍ଥିତି ଦୃଷ୍ଟିରୁ ଦୁଇଦେଶ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହୁଥିଲେ ହେଁ ଏମାନେ ସର୍ବବୃହତ ବଜାର ଏବଂ ବିଶ୍ୱ ଅର୍ଥନୀତିରେ ଏମାନଙ୍କର ବଡ଼ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri