ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟକଲେ ମନମୋହନ

ନୂଆଦିଲ୍ଲୀ,୧୯-୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଦେଶର ବିକାଶ ହାର ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦେଶର ବେକାରୀ ହାର ୪୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଗ୍ରାମାଞ୍ଚଳର ଚାହିଦା ୪ ଦଶକର ସର୍ବନିମ୍ନ ରହିଛି। ଏହାବାଦ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ରେକର୍ଡ ସ୍ତର ଛୁଇଁଛି। ବିଦ୍ୟୁତ ଚାହିଦା ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏଭଳି ବିଭିନ୍ନ ବିଷୟକୁ ପର୍ଯ୍ୟାଲୋଚନା କଲେ ଦେଶର ଅର୍ଥ ବ୍ୟବସ୍ଥା ଏକ ଜଟିଳ ସ୍ଥିତି ଦେଇ ଗତି କରୁଥିବା ସେ ମତ ରଖିଛନ୍ତି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମର ଲେଖାରେ ସେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳରେ ଜଣେ ନେତା ଭାବେ ଏହା କହି ନାହାନ୍ତି। ବରଂ ଅର୍ଥ ବ୍ୟବସ୍ଥାର ଗମ୍ଭୀର ସ୍ଥିତିକୁ ଦେଖି ଏହାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂସଦ ଅଧିବେଶନର ପ୍ରଥମ ଦିନରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ଏବେ ଠିକ୍‌ ଦିଗରେ ଚାଲିଛି। ଜି-୨୦ ଦେଶଗୁଡିକର ବିକାଶ ହାରକୁ ଦେଖିଲେ ଭାରତର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ଭାରତ ୭.୫% ହାରରେ ଅଭିବୃଦ୍ଧି ହାସଲ କରୁଥିବା ସେ କହିଛନ୍ତି। ଏଭଳି ସ୍ଥିତିରେ ମନମୋହନଙ୍କ ମନ୍ତବ୍ୟ ଆସିଥିବା ଜଣାପଡିଛି।
ମନମୋହନ ତାଙ୍କ ଲେଖାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଦେଶର ପ୍ରମୁଖ ସଂସ୍ଥା ଏବଂ ସରକାରଙ୍କ ପ୍ରତି ଲୋକଙ୍କର ବିଶ୍ୱାସ କମ୍‌ ହୋଇଛି। ମାନ୍ଦାବସ୍ଥା ଲାଗି ଏହା ମଧ୍ୟ ଗୋଟିଏ କାରଣ। କୌଣସି ଦେଶର ଅର୍ଥ ବ୍ୟବସ୍ଥା ସେହି ଦେଶର ସାମାଜିକ ସ୍ଥିତିକୁ ଦର୍ଶାଇଥାଏ। କୌଣସି ଦେଶର ଲୋକ ଉକ୍ତ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଉପରେ କିଭଳି ଭରସା କରୁଛନ୍ତି ତାହା ମଧ୍ୟ ଅର୍ଥ ବ୍ୟବସ୍ଥା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ସଂସ୍ଥାଗୁଡିକ ପ୍ରତି ଲୋକଙ୍କର ଏହି ସମ୍ପର୍କ ଯେତେ ମଜଭୁତ ହେବ ଅର୍ଥ ବ୍ୟବସ୍ଥାର ମୂଳ ସେତିକି ଦୃଢ ହେବ ବୋଲି ବୋଲି ମନମୋହନ ମତ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦେଶର ବଡ ବଡ ଉଦ୍ୟୋଗପତି ଏକ ଆଶଙ୍କା ସ୍ଥିତିରେ ରହିଛନ୍ତି। ସରକାରୀ ବ୍ୟବସ୍ଥାକୁ ନେଇ ସେମାନଙ୍କ ମଧ୍ୟରେ ଡର ସୃଷ୍ଟି ହୋଇଛି। ଆଶଙ୍କାସ୍ଥିତିକୁ ବ୍ୟାଙ୍କର ଋଣ ଦେବାକୁ ସଙ୍କୋଚ କରୁଛନ୍ତି। ଶିଳ୍ପପତିମାନେ ନୂଆ ଉଦ୍ୟୋଗ ଏବଂ ପ୍ଲାଣ୍ଟ ସ୍ଥାପନା କରିବାକୁ ଡରୁଛନ୍ତି। ଟେକ୍ନୋଲୋଜି ଷ୍ଟାର୍ଟଅପଗୁଡିକୁ ନଜରରେ ରଖାଯାଉଥିବାରୁ ସେମାନଙ୍କ ମଧ୍ୟରେ ମଧ୍ୟ ଡରଭାବ ଉତ୍ପର୍ନ ହୋଇଛି। ଏହାବାଦ ବଡବଡ ସରକାରୀ ସଂସ୍ଥାର ଅଧିକାରୀମାନେ ସତ କହିବାକୁ ମଧ୍ୟ ଡରୁଛନ୍ତି। ଅର୍ଥ ବ୍ୟବସ୍ଥା ଏକ ଗାଡି ହେଲେ ଏମାନେ ସବୁ ଚକ ସଦୃଶ କାମ କରିବା କଥା ମାତ୍ର ଡର ସ୍ଥିତି ଲାଗି ରହିଥିବାରୁ ବିକାଶର ଗାଡି ଧୀର ହୋଇଥିବା ମନମୋହନ ଉଦବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ ପେ’କୁ ବଡ଼ ଝଟ୍‌କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍‌ ପେମେଣ୍ଟ...

ପିଏନ୍‌ବିର ନୂଆ ସିଏଲ୍‌ପିସି ଶୁଭାରମ୍ଭ

ଭୁବନେଶ୍ୱର,୧୭-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ସ୍ଥାନୀୟ ଜୟଦେବ ବିହାରଠାରେ ଏକ କେନ୍ଦ୍ରୀକୃତ ଋଣ ପ୍ରୋସେସିଂ ସେଣ୍ଟର(ସିଏଲ୍‌ପିସି) ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ...

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର...

ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ...

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା...

ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ) ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ...

ଏବେ ଚୁଲି ଜଳାଇବା ବି ମହଙ୍ଗା !…

ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି।...

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ...

Advertisement
Archives

Model This Week