ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମାନ୍ୟତା ହରାଇଛି। ଏଭଳି ସ୍ଥିତି ଦେଶର ଅଥନୈତିକ କାର୍ଯ୍ୟକଳାପ ବୃଦ୍ଧି ତଥା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦିଗରେ କେନ୍ଦ୍ରର ଏନ୍‌ଡିଏ ସରକାର ବିଭିନ୍ନ ପଦକ୍ଷେପ ଅଗ୍ରାଧିକାର ଭିତ୍ତିରେ ନେବା ଉଚିତ ବୋଲି ଦେଶର ଶିଳ୍ପ ଜଗତ ମତ ରଖିଛି। ୨୦୧୮-୧୯ରେ ଜିଡିପି ଅଭିବୃଦ୍ଧି ୬.୮%କୁ ଖସିଛି ଏହା ୨୦୧୭-୧୮ରେ ୭.୨% ରହିଥିଲା। କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମୁଖ ଶିଳ୍ପ ବ୍ୟକ୍ତି ବିଶେଷ ଏଭଳି ମତ ରଖିଛନ୍ତି। ଏନ୍‌ବିଏଫ୍‌ସି କ୍ଷେତ୍ରରେ ଅସୁବିଧା ଯୋଗୁ ବର୍ତ୍ତମାନ ଅର୍ଥ ବ୍ୟବସ୍ଥାରେ ନଗଦ ଯୋଗାଣ କମିଛି। ଲୋକମାନେ ସାମଗ୍ରୀ କ୍ରୟକୁ ଏତେଟା ଗୁରୁତ୍ୱ ଦେଉ ନ ଥିବା ଟିଭିଏସ୍‌ ମୋଟର୍ସ ଅଧ୍ୟକ୍ଷ ବେଣୁ ଶ୍ରୀନିବାସନ କହିଛନ୍ତି।
ଗ୍ରାମାଞ୍ଚଳ ଅର୍ଥନୀତି ସହ ଅର୍ଥବ୍ୟବସ୍ଥାକୁ ଠିକ୍‌ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେବା ଉପରେ ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ ଏଥିରେ ମତ ରଖିଛନ୍ତି। ଏଫଏମ୍‌ସିଜି କାର୍‌, ଟ୍ରାକ୍ଟର, ଟୁହ୍ବିଲର୍ସ ଭଳି କ୍ଷେତ୍ର ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଥିବା ବେଳେ କ୍ଷେତ୍ରଗୁଡିକର ଉନ୍ନତି ସରକାରଙ୍କ ଲାଗି ପ୍ରାଥମିକତା ହେବା ଆବଶ୍ୟକ ବୋଲି ପ୍ରଫେସର ଲର୍ଡ ସୁଶାନ୍ତ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି। କାର୍ଯ୍ୟକ୍ରମରେ ରତନ ଟାଟା ଅର୍ଥନୀତିର ବିଭିନ୍ନ ଦିଗ ସହ ଶିଳ୍ପାୟନ ନେଇ ରହିଥିବା ତାଙ୍କର ଅଭିଜ୍ଞତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଟାଟା ସନ୍ସ ଗ୍ରୁପ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ, ଗୋଦରେଜ ମାନୁଫାକଚରିଂ କମ୍ପାନୀର ଏମ୍‌ଡି ଜାମସେଦ ଏନ୍‌. ଗୋଦରେଜ, ହିରୋ ଏଣ୍ଟରପ୍ରାଇଜେସ ଅଧ୍ୟକ୍ଷ ସୁନୀଲ କାନ୍ତ ମୁଞ୍ଜାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri