ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱର ଶାଖାର ପୂର୍ତ୍ତୀ

ଭୁବନେଶ୍ୱର,୨୪-୯(ବ୍ୟୁରୋ):ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱର ଶାଖା ପକ୍ଷରୁ ଦ୍ୱିତୀୟ ବର୍ଷ ପୂର୍ତ୍ତୀ ପାଳନ କରାଯାଇଛି। ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସଡର ତଥା ଓଡିଆ ସିନେମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅରୁନ୍ଧତୀ ଗ୍ରୁପର ନିର୍ଦ୍ଦେଶକ ଅରୁନ୍ଧତୀ ମେହେର ଏହି ଦିବସଟିକୁ ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କ ସହ ପାଳନ କରିଥିଲେ। ଏହି ଅବସରରେ ଶୋ’ରୁମ ପକ୍ଷରୁ ରେଗୁଲାର ହଲମାର୍କ ଗହଣାର ମେକିଙ୍ଗ ଚାର୍ଜ ଫ୍ଲାଟ୍‌ ୨୯୯ ଟଙ୍କା ଘୋଷଣା କରାଯାଇଛି। ଏହି ଅଫର ଅରୁନ୍ଧତୀର ସବୁ ଶାଖାରେ ଆସନ୍ତା ମାସ ୮ ତାରିଖ ଯାଏ ଚାଲୁ ରହିବ। ସେହିଭଳି ଫେଷ୍ଟିଭ ଧମାଲ ଅଫର ଦ୍ୱାରା ଗ୍ରାହକ ୫୦୦୦ ଟଙ୍କାର କ୍ରୟ ଉପରେ ୩୦ ଜଣ ଲକ୍ଷପତି ହେବାର ସୁଯୋଗ ପାଇବେ। ଚଳିତ ମାସ ୨୫ ତାରିଖରେ ବରଗଡ ଶୋ’ରୁମରେ ଫେଷ୍ଟିଭ ଧମାଲ ସିଜିନ ୧ର ବିଜେତାଙ୍କ ନାମ ଘୋଷଣା ଲାଗି ଚୂଡାନ୍ତ ହୋଇଛି। ୨ ବର୍ଷ ମଧ୍ୟରେ ୧.୫ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଥିବା ଅରୁନ୍ଧତୀର ଏମ୍‌ଡି ବ୍ରହ୍ମାନନ୍ଦ ମେହେର କହିଛନ୍ତି। ଗ୍ରାହକଙ୍କୁ ସନ୍ତୋଷଜନକ ସେବା ସହ ଶୁଦ୍ଧତା ଏବଂ କାରୁକାର୍ଯ୍ୟଭରା ସୁନା ଗହଣା ଯୋଗାଣ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ପର୍ବପର୍ବାଣୀ ଏବଂ ଉତ୍ସବ ସମୟରେ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ପ୍ରଦାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri