Posted inଜାତୀୟ

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ସୁଦ୍ଧା ଶୁଣାଣି; ନଭେମ୍ବର ୧୭ ପୂର୍ବରୁ ରାୟ; ନ ହେଲେ ପୁଣି ଲଟକି ରହିବ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ମାମଲାରେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣି କରାଯିବ। ସେହିପରି ନଭେମ୍ବର ୧୭ ପୂର୍ବରୁ ଏହାର ରାୟ ପ୍ରକାଶ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହି ମାମଲାର ବିଚାର ୫ ଜଣିଆ ଖଣ୍ଡପୀଠରେ ଜାରି ରହିଛି। ଏହାର ନେତୃତ୍ୱ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କରୁଛନ୍ତି। ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବେ। ଯଦି ଏହା ପୂର୍ବରୁ ଅଯୋଧ୍ୟା ମାମଲାର ବିଚାର ନ ହୁଏ ତେବେ ଏହା ପୁଣି ଲଟକି ରହିବ ବୋଲି କୁହାଯାଉଛି। ଗୋଗୋଇ ଗୁରୁବାର କହିଛନ୍ତି ଯେ, ଏବେ ପକ୍ଷକାର ନିଜ ନିଜ ପକ୍ଷ ରଖୁଛନ୍ତି। ଏହାପରେ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଆବଶ୍ୟକ। ସୂଚନାଯୋଗ୍ୟ, ଆହ୍ଲାବାଦ୍‌ ହାଇକୋର୍ଟ ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ ରାମ ଲଲା, ନିର୍ମୋହି ଆଖଡ଼ା ଏବଂ ସୁନ୍ନୀ ଓ୍ବାକଫ ବୋର୍ଡ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୋମେନ

କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍‌ ପ୍ରଦର୍ଶନ ପାଇଁ ପଶ୍ଚିମ...

ପଦବୀ ଫେରିପାଇବା ପାଇଁ ଶଶିକଳା କୋର୍ଟର ଦ୍ୱାରସ୍ଥ

ଚେନ୍ନାଇ,୧୮।୨: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ନିକଟରେ ଜେଲରୁ ଫେରିଥିବା ଭି.କେ. ଶଶିକଳା ଏଆଇଡିଏମ୍‌କେ ନିଜର...

କରୋନା ଭୟ: ଆସିଲେନି ସମ୍ପର୍କିୟ, ହିନ୍ଦୁ ବ୍ୟକ୍ତିଙ୍କ ସଂସ୍କାର କଲେ ମୁସଲମାନ

ବୁଲନ୍ଦସର,୨୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଯଦି କାହାର ସାଧାରଣ ଭାବେ ମୃତ୍ୟୁ ହେଉଛି ତେବେ...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ, ଶ୍ରୁତି ଶର୍ମା ଟପ୍ପର…

ନୂଆଦିଲ୍ଲୀ, ୩୦।୫ : ୟୁପିଏସ୍‌ସି ପକ୍ଷରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଶ୍ରୁତିଙ୍କ ରୋଲ ନମ୍ବର...

ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି।...

୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିଥିବା ପୋଲିସ ଶେଷରେ ଚାକିରି ଛାଡି କରିବେ ରାଜନୀତି

ପୁଣେ, ୧୯।୭: ମହାରାଷ୍ଟ୍ରର ଲୋକପ୍ରିୟ ପୋଲିସ ଅଫିସର ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଠାଣେ କ୍ରାଇମବ୍ରାଞ୍ଚ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ ରାଜନୀତିରେ ଯୋଗଦେବା ପାଇଁ...

ବାଲାକୋଟରେ ଆତଙ୍କବାଦୀଙ୍କ କଣ୍ଟ୍ରୋଲ୍‌ ରୁମ୍‌: ଭାରତରେ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର

ଶ୍ରୀନଗର, ୨୨।୧୦: ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ ପୁଣି ଥରେ ବାଲାକୋଟରେ ଆତଙ୍କବାଦୀଙ୍କ ପାଇଁ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି। ମୁଜାଫରାବାଦ ଦେଇ ଭାରତରେ ଅନୁପ୍ରବେଶ...

Advertisement
Archives

Model This Week