ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏନେଇ ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ୫କୋଟି ଲୋକ ଅମ୍ଫନ୍‌ ଯୋଗୁ ପ୍ରଭାବିତ ହେବେ। ସେହିପରି ଏଠାରେ କୋଟିଏ ୬୦ ଲକ୍ଷ ଶିଶୁଙ୍କୁ ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀର ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ। ବାଂଲାଦେଶର କୋକ୍ସ୍‌ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରର ୮ ଲକ୍ଷ ୫୦ ହଜାର ଶରଣାର୍ଥୀଙ୍କ ବାସସ୍ଥାନ ଉଜୁଡ଼ି ଯିବା ଦ୍ୱାରା ସ୍ଥିତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ଏନେଇ ୧୭ ଶହ ଭ୍ରାମ୍ୟମାଣ ରିଲିଫ୍‌ ଟିମ୍‌କୁ ନିଯୋଜିତ କରାଯାଇଥିବା ୟୁନିସେଫ୍‌ର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଜିନ୍‌ ଗୌଘ୍‌ କହିଛନ୍ତି। ବାଂଲାଦେଶରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ୨୦ ଲକ୍ଷ ଲୋକ ଅଧିକ ପରିମାଣରେ ପ୍ରଭାବିତ ହୋଇଥିବାର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ...

ଚାଇନାକୁ ଟ୍ରମ୍ପ୍‌ଙ୍କ ନାଲିଆଖି

ନ୍ୟୁୟର୍କ,୨୫ା୯: ବେଜିଂର ବାଣିଜି୍ୟକ ସ୍ବେଚ୍ଛାଚାରିତା ଶେଷ ହୋଇଛି। ହଂକଂବାସୀଙ୍କ ଗଣତାନ୍ତ୍ରିକ ଉପାୟରେ ଜୀବନକୁ ଚାଇନା ସୁରକ୍ଷା ଦେଉ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ବାଣିଜ୍ୟ...

ବ୍ରାଜିଲ ରାଷ୍ଟ୍ରପତି କହିଲେ, ‘ଧନ୍ୟବାଦ ମୋଦି’

ନୂଆଦିଲ୍ଲୀ,୨୩।୧: ବ୍ରାଜିଲ ରାଷ୍ଟ୍ରପତି ଜେଏର୍‌ ବୋଲ୍ସୋନାରୋ ୨୦ ଲକ୍ଷ କୋଭିଡ-୧୯ ଟିକା ଦେବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁମ୍ବାଇ ବିମାନବନ୍ଦରରୁ...

କରୋନା ମହାମାରୀ ନେଇ ବିଲ୍‌ ଗେଟସ୍‌ଙ୍କ ଚେତାବନୀ: ଆସନ୍ତା ୬ ମାସରେ ସ୍ଥିତି ହୋଇପାରେ ଅଧିକ ସଙ୍କଟ ଜନକ

ଓ୍ବାଶିଂଟନ,୧୪।୧୨: କରୋନା ମହାମାରୀ ନେଇ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍‌ ଗେଟସ୍‌ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୪ରୁ ୬ ମାସ ସମୟ...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ବ୍ରୋନକ୍ସ ଜୁ’ରେ ୪ ବାଘ, ୩ ସିଂହଙ୍କୁ କରୋନା

ନ୍ୟୁୟର୍କ,୨୪ା୪: ନ୍ୟୁୟର୍କର ବ୍ରୋନକ୍ସ ଜୁ’ରେ ଗୋଟିଏ ବାଘୁଣୀ କରୋନା ସଂକ୍ରମିତ ହେବାର ପାଖାପାଖି ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ...

Play 250+ Trending Games
Archives

Model This Week

Why Dharitri