Posted inଖେଳ

ଅମୋଲ ମଜୁମ୍‌ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍‌

ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍‌ଓ୍ବାର୍ଟ ଅମୋଲ ମଜୁମ୍‌ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨ରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ୪୪ ବର୍ଷୀୟ ଅମୋଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୮.୧୩ ଆଭରେଜରେ୧୧, ୧୬୭ ରନ କରିଛନ୍ତି। କିନ୍ତୁ ସେ ଭାରତ ତରଫରୁ ଖେଳିବା ଲାଗି କେବେ ସୁଯୋଗ ପାଇନାହାନ୍ତି। ମୋତେ ଗତ ସପ୍ତାହରେ ଅଫର ଆସିଥିଲା। ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲି। ଏହା ମୋ ପାଇଁ ବଡ଼ ସୁଯୋଗ ଥିଲା। ଦକ୍ଷିଣ ଆଫ୍ରିକା ଭଳି ଏକ ଅନ୍ତର୍ଜାତୀୟ ଦଳ ସହିତ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିବା ମୋ ପାଇଁ ଗୌରବର ବିଷୟ ବୋଲି ମଜୁମ୍‌ଦାର କହିଛନ୍ତି। ଆସାମ ଏବଂ ପରେ ଆନ୍ଧ୍ର ପାଇଁ ଖେଳିବା ପୂର୍ବରୁ ଅମୋଲ ମୁମ୍ବାଇ ତରଫରୁ ଅଧିକ ଦିନ ଧରି ପ୍ରତିନିଧିତ୍ୱ କରିଛନ୍ତି। ସେ ଲିଷ୍ଟ ଏ’ କ୍ରିକେଟରେ ୩୨୮୬ ରନ ସ୍କୋର କରିଛନ୍ତି। ସେ ମଧ୍ୟ ଆଇପିଏଲ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ଏବଂ ନେଦରଲାଣ୍ଡ୍ସ ଜାତୀୟ ଦଳର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରିସାରିଛନ୍ତି। ଅମୋଲଙ୍କୁ କେବଳ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଯୁକ୍ତି ମିଳିଛି। ଅକ୍ଟୋବର ୨ରୁ ବିଶାଖାପାଟଣାଠାରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଅନ୍ୟ ଦୁଇଟି ପୁଣେ (ଅକ୍ଟୋବର ୧୦ରୁ ୧୪) ଏବଂ ରାଞ୍ଚତ୍ (ଅକ୍ଟୋବର ୧୯ରୁ ୨୩)ଠାରେ ଖେଳାଯିବ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ବିପକ୍ଷରେ ଦିନିକିଆ ଓ ଟି୨୦ ସିରିଜ ଜିତିପାରିଥିଲା, ମାତ୍ର ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୦-୩ରେ ପରାସ୍ତ ହୋଇଥିଲା। ମଜୁମଦାର କହିଛନ୍ତି ଏହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଗୁରୁ ଦାୟିତ୍ୱ ବୋଲି ନିଃସନ୍ଦେହରେ କୁହାଯାଇପାରେ। ଚାରି ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନମାନେ ଭାରତର ଟର୍ନିଂ ଟ୍ରାକ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂକୁ ସାମ୍ନା କରି ପାରି ନ ଥିଲେ। ମଜୁମ୍‌ଦାର ତାଙ୍କ ଖେଳିବା ସମୟରେ ସ୍ପିନ ବୋଲିଂକୁ ଖେଳିବାରେ ଓସ୍ତାଦ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ବିସିଲ୍‌ ମାରି ଦର୍ଶକଙ୍କୁ ଏମିତି ଡିମାଣ୍ଡ କଲେ କୋହଲି

ଚେନ୍ନାଇ,୧୪।୨: ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ...

ଭାରତକୁ ୧୭୭ ରନ୍‌ର ଟାର୍ଗେଟ

ରାଞ୍ଚି,୨୭।୧: ଦିନିକିଆ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି ଭାରତ। ଶୁକ୍ରବାର ସିରିଜର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍‌...

ଧୋନୀ କିଣିଲେ ନୂଆ ଜିପ୍‌: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦିନ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାରକୁ ସମୟ...

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ସୌରଭ ଗାଙ୍ଗୁଲି

ଅହମ୍ମଦାବାଦ,୨୪।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ସେ ବିସିସିଆଇ ସଚିବ ଜୟ...

ଇଂଲଣ୍ଡ ପକ୍ଷରୁ ପଦାର୍ପଣ ଲକ୍ଷ୍ୟରେ ଏହି ଶିଖ୍‌ କ୍ରିକେଟର୍‌

ଲଣ୍ଡନ, ୨୯।୬- ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୮ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିଲାଗି ଘରୋଇ ଇଂଲଣ୍ଡ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ...

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ...

ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ

ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ...

Advertisement
Archives

Model This Week