ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ ଅମର ସିଂହ ଜୀବନର ଦୋଛକିରେ ଥିବା ବେଳେ ବାପାଙ୍କ ପୁଣ୍ୟତିଥି ଅବସରରେ ସେ ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଏହି ଟୁଇଟ ଜରିଆରେ ସେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ଲେଖିଛନ୍ତି, ମୁଁ ଦେଇଥିବା ଟିପ୍ପଣୀ ପାଇଁ ପଶ୍ଚାତାପ କରୁଛି। ସୂଚନାଯୋଗ୍ୟ, ବାପାଙ୍କ ପୂଣ୍ୟତିଥିରେ ଅମିତାଭଙ୍କ ପକ୍ଷରୁ ତାଙ୍କୁ ଏକ ବର୍ତ୍ତା ଆସିବା ପରେ ଅମର ଭାବୁକ ହୋଇପଡ଼ି ଏକ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଦୂରରେ ଥାଇ ମଧ୍ୟ ଯେକୌଣସି ଅବସରରେ ଅମିତାଭ ତାଙ୍କୁ ସୁନ୍ଦର ସୁନ୍ଦର ବାର୍ତ୍ତା ପଠାଇଥାନ୍ତି। ଆଜି ମଧ୍ୟ ପଠାଇଛନ୍ତି। ଆଜି ଜୀବନର ଏଭଳି ସ୍ଥାନରେ ଅଛି ଯେଉଁଠାରେ ଜୀବନ ମରଣ ସହ ସଂଘର୍ଷ କରୁଛି। ସେତେବେଳେ ଅମିତାଭ ଓ ତାଙ୍କ ପରିବାରକୁ ଦେଇଥିବା ଟିପ୍ପଣୀ ଉପରେ ଦୁଃଖ ପ୍ରକାଶ କରିବା ସହ ପଶ୍ଚାତାପ କରୁଛି। ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି ସେ ଲେଖିଛନ୍ତି। ଏକଦା ଅମିତାଭ ଓ ଅମରଙ୍କ ଭିତରେ ନିବିଡ଼ ସମ୍ପର୍କ ରହିଥିଲା। ହେଲେ ସମୟକ୍ରମେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଅମର ବଚ୍ଚନପରିବାରଙ୍କ ଉପରେ ଆଙ୍ଗୁଳି ଉଠାଇବା ସହ ସାର୍ବଜନିନଭାବେ ଟିପ୍ପଣୀ ରଖିଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଯାଇଥିଲା। ଏବେ ଏନେଇ ତାଙ୍କୁ ପଶ୍ଚାତାପ ହେବାରୁ ସେ ଅମିତାଭଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?