Posted inଜାତୀୟ

ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌

ଶ୍ରୀନଗର,୧୫।୨: ଅମରନାଥ ଯାତ୍ରାର ଶୁଭାରମ୍ଭ ଜୁନ୍‌ ୨୩ରେ ହେବ। ଏହି ଯାତ୍ରା ଜୁନ୍‌ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ଶୁଭ ଦିନକୁ ଦେଖି ଏହି ତାରିଖ ଘୋଷଣା କରାଯାଇଛି। ୪୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଏପ୍ରିଲରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଓ ଶ୍ରୀ ଅମରନାଥ ଶ୍ରାଇନ୍‌ ବୋର୍ଡ ଚେୟାରମ୍ୟାନ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ଯାତ୍ରା ପାଇଁ ରେଜିଷ୍ଟ୍ରେଶନ୍‌ ଏପ୍ରିଲ ୧ରୁ ଆରମ୍ଭ ହେବ। ଏଥିପାଇଁ ୧୩ବର୍ଷରୁ କମ୍‌ ଓ ୭୫ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଆବେଦନ କରିପାରିବେ ନାହିଁ। ଏଥିସହ ଯାତ୍ରାର ରାସ୍ତା ଓ କ୍ୟାମ୍ପକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ଯୋଜନା ରଖାଯାଇଛି ବୋଲି ବୋର୍ଡର ମୁଖପାତ୍ର କହିଛନ୍ତି। ସୂଚନାମୁତାବକ ଗତ ଥର ଅମରନାଥ ଯାତ୍ରା ୪୦ଦିନ ପାଇଁ ହୋଇଥିବା ବେଳେ ଚଳିତଥର ଏହାକୁ ବୃଦ୍ଧି କରାଯାଇ ୪୨ଦିନ ପର୍ଯ୍ୟନ୍ତ କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ତୀର୍ଥଯାତ୍ରୀଙ୍କ ଯାତ୍ରା ଅଧାରେ ହିଁ ରହିଯାଇଥିଲା। ଏନେଇ ତୀର୍ଥଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ପୋର୍ଟରେ ବନ୍ଦ ହେଲା ୩ ଦେଶର ଟ୍ରାନ୍ସପୋର୍ଟ

ନୂଆଦିଲ୍ଲୀ,୧୨।୧୦: ଆଦାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ଆସିଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଆଦାନୀ ପୋର୍ଟରେ ପ୍ରାୟ ୨୧...

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ...

ଅନ୍‌ଲାଇନ୍‌ରେ ଯୌନ ବେପାର

ବେଙ୍ଗାଲୁରୁ,୨୮ା୫: ମହାମାରୀ କରୋନା ଭୟରେ ଦେହଜୀବୀମାନେ ବାହାରକୁ ବାହାରୁ ନାହାନ୍ତି। ଫଳରେ ସେମାନଙ୍କ ବେପାର ଠପ୍‌ ହୋଇଯାଇଛି। ଲୋକମାନେ ମଧ୍ୟ କରୋନା ଭୟରେ ସେମାନଙ୍କ ସହ...

ସିଡିଏସ୍‌ ବିପିନ ରାଓ୍ବତଙ୍କୁ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୧।୩: ଦେଶର ପ୍ରଥମ ସିଡିଏସ୍‌ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନରେ ଚଳିତ ବର୍ଷର ପଦ୍ମ...

କ୍ଷମତାକୁ ନ ଫେରିବା ଯାଏ ବିଧାନସଭା ଆସିବେ ନାହଁ

ଅମରାବତୀ, ୧୯।୧୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ନେତା ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶୁକ୍ରବାର ରାଜ୍ୟ ବିଧାନସଭାରୁ କକ୍ଷତ୍ୟାଗ କରିବା ସମୟରେ...

ଭାରତରୁ କାନାଡା ଯାଉଥିବା ବିମାନ ଉପରେ ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଡେଲ୍ଟା ଭାରିଏଣ୍ଟ ବୃଦ୍ଧି ଘଟଣାକୁ ଦେଖି କାନାଡା ସରକାର ଭାରତରୁ ସିଧାସଳଖ କାନାଡା ଯିବାକୁ ଥିବା...

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ...

ଭୟଭୀତ ଅଛନ୍ତି ମମତା ବାନାର୍ଜୀ: ଜେପି ନଡ୍ଡା

କୋଲକତା,୩୧।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ବୁଧବାର ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ...

Advertisement
Archives

Model This Week