ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌ ଥ୍ରିଲର ଓ୍ବେବ ସିରିଜ୍‌ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ ଜୁଲାଇ ୧୦ରେ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ନୂଆ ପ୍ରୋଜେକ୍ଟର ଘୋଷଣା କରିବାକୁ ଅଭିଷେକ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। କିନ୍ତୁ ତାଙ୍କ ଏହି ଟୁଇଟ ଏବେ ୟୁଜର୍ସଙ୍କ ଦ୍ୱନ୍ଦରେ ପକାଇଦେଇଛି। ସୂଚନା ମୁତାବକ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ର ଘୋଷଣା କରିବା ପୂର୍ବରୁ ଅଭିଷେକ ଏକ ଟୁଇଟ କରିଥିଲେ। ସେଥିରେ ସେ ଲେଖିଥିଲେ, ଘୋଷଣା ହେବାକୁ ଯାଉଛି…ଯୋଡି ହୋଇ ରୁହ। ଅଭିଷେକଙ୍କ ଏହି ଟୁଇଟ ପରେ ୟୁଜର୍ସ ଦ୍ୱନ୍ଦରେ ପଡ଼ି ଏନେଇ କେତେକ ତାଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ତାଙ୍କୁ ଆରାଧ୍ୟାର ଭାଇ ଆସୁଛି କି ପ୍ରଶ୍ନ କରିଥିବା ବେଳେ ଅନ୍ୟଜଣଙ୍କ କରୋନା ଭ୍ୟାକସିନ୍‌ ମିଳିଗଲା କି ବୋଲି ଟୁଇଟ କରିଛନ୍ତି। ସେହିପରି ଅନ୍ୟ ୟୁଜର୍ସମାନେ ମଧ୍ୟ ବିଭିନ୍ନ ପ୍ରକାରର ମଜାଳିଆ କମେଣ୍ଟ ଦେଇ ମଜା ନେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ...

ବଲିଉଡ୍‌ର ସାବତ ଭଉଣୀ-ଭାଇ

ମୁମ୍ବାଇ: ସାରା ଭାରତରେ ଗୁରୁବାର ପାଳନ କରାଯାଉଛି ରାଖୀ ପୂର୍ଣ୍ଣିମା ଉତ୍ସବ। ଏହି ଅବସରରେ ଭଉଣୀ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧୁଥିବା ବେଳେ ଭାଇ...

ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍‌ପ୍ରାଇଜ

ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍‌ ଚର୍ଚ୍ଚାରେ। ୨୦୨୦ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ...

କାହିଁକି ଆରମ୍ଭରୁ ଚର୍ଚ୍ଚାରେ ରହୁଛି ‘ଆର୍ଟିକଲ ୧୫’

ମୁମ୍ବାଇ: ‘ମୁଲ୍କ’ ପରେ ଲେଖକ ତଥା ନିର୍ଦ୍ଦେଶକ ଅନୁଭବ ସିହ୍ନା ପୁଣି ଥରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ...

କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି।...

ଡିସେମ୍ବରରେ ରିଲିଜ୍‌ ହେବ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ନିର୍ମାତାମାନେ ପୁଣି ଥରେ ସେମାନଙ୍କର ମତ ବଦଳାଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି...

ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ...

ପ୍ରଥମ ଭାରତୀୟ ଭାବେ ରିଚାର୍ଡ ଡକିନ୍ସ ପୁରସ୍କାର ପାଇଲେ ଜାଭେଦ୍‌ ଅଖ୍‌ତର

ପ୍ରସିଦ୍ଧ କବି ତଥା ଗୀତିକାର ଜାଭେଦ ଅଖତରଙ୍କୁ ସମ୍ମାନଜନକ ରିଚାର୍ଡ ଡକିନ୍ସ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପାଇଥିବା ଜାଭେଦ ହେଉଛନ୍ତି ପ୍ରଥମ ଭାରତୀୟ।...

Coronavirus Update


Archives

Model This Week

Why Dharitri