ଅଭିଯୁକ୍ତଙ୍କୁ ଧରିବାକୁ ଆସି: ମାଡ଼ଖାଇଲେ ଆଇଆଇସି

ଖୁଣ୍ଟୁଣୀ,୨୫।୭(ଡି.ଏନ୍‌.ଏ.): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ମାଡ଼ ମାରିଛନ୍ତି। ଏପରିକି ମାଡ଼ରୁ ଆଇଆଇସିଙ୍କ ସହିତ ଯାଇଥିବା ଅନ୍ୟ ପୋଲିସ କର୍ମଚାରୀମାନେ ବର୍ତ୍ତି ନାହାନ୍ତି। ଏଥିସହ ପୋଲିସ ଯାଇଥିବା କାର୍‌ର କାଚକୁ ଉତ୍ତ୍ୟକ୍ତଲୋକେ ଭାଙ୍ଗି ଦେଇଛନ୍ତି। ଖବରପାଇ ଗୁରୁଡିଝାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଇଥିବା ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଏ ସମ୍ପର୍କରେ ଆଇଆଇସି ନାୟକଙ୍କ ଅଭିଯୋଗକ୍ରମେ ଗୁରୁଡିଝାଟିଆ ପୋଲିସ ୧୧ଜଣଙ୍କ ବିରୋଧରେ ମାମଲା(ନଂ.୬୮/୧୯)ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାୟୀ, ଗତ ମେ’ ୨୫ରେ ଜଗତପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଚୌଦ୍ୱାର ଥାନା ମଇଁଷାଲଣ୍ଡା ଗ୍ରାମର ଅନ୍ତର୍ଯ୍ୟାମୀ ରାଉତ ଅପହରଣ କରିନେଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଆଇଆଇସି ନାୟକ ଏକ ଟିମ୍‌ ଗଠନ କରି ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ପରେ ଅନ୍ତର୍ଯ୍ୟାମିଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯିବା ପରେ ସେ ଅନୁଗୋଳରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ମଙ୍ଗଳବାର ପୋଲିସର ଏକ ଟିମ ଅନୁଗୋଳ ଯାଇଥିଲା। ହେଲେ ସେଠାରେ ତାଙ୍କୁ ପାଇ ନ ଥିଲେ। ଅନ୍ତର୍ଯ୍ୟାମୀ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କପୁରସିଂ ଗ୍ରାମରେ ଥିବା ତାଙ୍କ ମଉସା ଲକ୍ଷ୍ମୀଧର ରାଉତଙ୍କ ଘରେ ପହଞ୍ଚିଥିଲେ। ଜଗତପୁର ଥାନା ଆଇଆଇସି ଓ ଏକ ଟିମ୍‌ ଅନ୍ତର୍ଯ୍ୟାମୀ ତାଙ୍କ ମଉସାଙ୍କ ଘରେ ଥିବା ମୋବାଇଲ ଫୋନ ଟ୍ରାକିଂରୁ ଜାଣିବାକୁ ପାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଆଇଆଇସି ନାୟକ ଓ ତାଙ୍କ ଟିମ ସ୍ଥାନୀୟ ପୋଲିସକୁ ନ ଜଣାଇ ସାଦା ପୋଷାକରେ ଆସି ଲକ୍ଷ୍ମୀଧରଙ୍କ ଘରେ ଚଢ଼ାଉ କରିଥିଲେ। ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଆଇଆଇସିଙ୍କୁ ତୁମେ କିଏ ବୋଲି ପଚାରିଥିଲେ। ଆଇଆଇସି ନାୟକ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଆଇଆଇସିଙ୍କୁ ଉଦ୍ଧାର କରିବା ବେଳେ ପୋଲିସ ଟିମ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପାଟିତୁଣ୍ଡ ଶୁଣି ସାହିର କେତେଜଣ ଲୋକ ମିଳିତଭାବେ ପୋଲିସ ଉପରେ ଆକ୍ରମଣ କରିଥିବା ଗୁରୁଡିଝାଟିଆ ଥାନା ଏସ୍‌.ଆଇ. ଗୟାଧର ବେହେରା କହିଛନ୍ତି। ଏହି ସମୟରେ ଅଭିଯୁକ୍ତ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ନାବାଳିକାଙ୍କ ସନ୍ଧାନ ମିଳି ନ ଥିବାବେଳେ ପୋଲିସକୁ ମାଡ଼ ମାରିଥିବା ଯୁବକମାନେ ଫେରାର ଥିବା ପୋଲିସ କହିଛି। ଏହା ସହିତ ଲକ୍ଷ୍ମୀଧରଙ୍କ ପୁଅକୁ ଗୁରୁଡିଝାଟିଆ ପୋଲିସ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri