ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି। ଶନିବାର ତାଙ୍କୁ ଘଟଣାସ୍ଥଳକୁ ନିଆଯାଇ ଟିଆ ପରେଡ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ହୋଇଥିବାବେଳେ ତାଙ୍କର ରାଜନୈତିକ ଲିଙ୍କ୍‌ ରହିଛି। ଏପରି କି ଏକାଧିକ ରାଜନେତାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏଥିସହ ସମ୍ପୃକ୍ତ ବ୍ୟକ୍ତି ଦୁଇଟି ବ୍ୟବସାୟୀ ସଂଘର ସମ୍ପାଦକ ରହିଥିବା ଜଣାପଡ଼ିଛି। ଏ ନେଇ ପୋଲିସ ଅଧିକ ତଥ୍ୟ ଦେଉ ନ ଥିବା ବେଳେ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି। ପୋଲିସ ସିସିଟିଭି ଫୁଟେଜକୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକଙ୍କୁ ଦେଖାଇବା ପରେ ତାଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ରାତିରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କ ଘରକୁ ଯାଇଥିଲା। ଘରେ ସେ ନ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ଅଭିଯୁକ୍ତଙ୍କ ବାପାଙ୍କୁ ପୋଲିସ ଆଣି ଥାନାରେ ଅଟକ ରଖିଥିଲା। ତେବେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ମୁଚାଲିକାରେ ତାଙ୍କୁ ଛାଡ଼ି ଦିଆଯାଇଛି।
ସୂଚନାଯୋଗ୍ୟ, ରାଜଧାନୀର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି। ଗତ ୨୧ ତାରିଖ ସକାଳ ପ୍ରାୟ ୫.୪୫ରେ ସେ ସାଇକେଲରେ ଟ୍ୟୁଶନ୍‌ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ଆକ୍ଟିଭା ସ୍କୁଟିରେ ତାଙ୍କୁ ପିଛା କରିଥିଲେ। ବାଟରେ ତାଙ୍କ ଅଟକାଇ ତାଙ୍କ ନାମ, କେଉଁ ସ୍କୁଲରେ ପାଠ ପଢିବା ସହ ଘର ଠିକଣା ପଚାରିଥିଲେ। ନିଛାଟିଆ ରାସ୍ତାର ସୁଯୋଗରେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ଅଟକାଇ ଅସଦାଚରଣ କରିଥିଲେ। ଛାତ୍ରୀ ଜଣଙ୍କ ଲୋକ ଲଜ୍ଜାରେ ପରିବାର ଲୋକଙ୍କୁ ଏହା ଜଣାଇ ନ ଥିଲେ। ମାତ୍ର ସିସିଟିଭି ଫୁଟେଜରେ ଏସବୁ ଦୃଶ୍ୟ କଏଦ ହେବା ପରେ ପରିବାର ଲୋକେ ଅବଗତ ହୋଇ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦଫା ୩୪୧, ୩୨୩,୩୫୪ ଓ ପୋକ୍ସୋ ଆକ୍ଟ (୨୦୧୨) ଲଗାଇ ଏକ କେସ୍‌ (ନଂ-୨୩୦/୧୯) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ...

ସୂଚନା ଅଧିକାର ଆଇନକୁ ଭୟ

ଯାଜପୁର ଅଫିସ,୨୨ା୭: ଯାଜପୁର ଜିଲାରେ ସୂଚନା ଅଧିକାର ଆଇନ (ଆରଟିଆଇ)ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପରାହତ ହୋଇଛି। ମାସ ମାସ ଧରି ସୂଚନା...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର...

ଖୋଲିଲା ମାର୍କେଟ ବିଲ୍‌ଡିଂ: ନିୟମ ଉଲ୍ଲଘଂନ କଲେ ସବୁଦିନ ପାଇଁ ଦୋକାନ ବନ୍ଦ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କୋଭିଡ କଟକଣା ଉଲ୍ଲଘଂନ ଯୋଗୁ ଗତ ଶୁକ୍ରବାରଠାରୁ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ସିଲ କରି ଦିଆଯାଇଥିଲା। ତେବେ ବୁଧବାରଠାରୁ ମାର୍କେଟ ବିଲ୍‌ଡିଂ ଖୋଲିବା ନେଇ ଭୁବନେଶ୍ୱର...

ପରଲୋକରେ ସଙ୍ଗୀତକାର ସରୋଜ ପଟ୍ଟନାୟକ

ବାରିପଦା ଅଫିସ,୧୪ା୧- ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ସରୋଜ ପଟ୍ଟନାୟକ(୮୧)ଙ୍କର ଗୁରୁବାର ରାତିରେ ବାରିପଦା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ...

ଉଦ୍ୟାନ କୃଷି ପାଇଁ ଚାଷୀ ମାନସିକତା ବଦଳିବା ଆବଶ୍ୟକ

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ତେଣୁ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ...

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଏକା ସାଙ୍ଗରେ ଚାଲିଗଲା ପରିବାରର ୩ ଜୀବନ

ଗୋଲାମୁଣ୍ଡା,୪।୩: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡ଼ାଠାରେ ଗୁରୁବାର ବସ୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ...

ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ...

Advertisement
Archives

Model This Week