Posted inଜାତୀୟ

ଅବେଳରେ କଂଗ୍ରେସକୁ ସୋନିଆ ସାହା

ନୂଆଦିଲ୍ଲୀ,୧୨ା୮: ଚଳିତବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଖରାପ ସମୟରେ ଦଳର ମୁଖ୍ୟ ତ୍ରାଣକର୍ତ୍ତ୍ରୀ ଭାବେ ସେ ପୁଣିଥରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିରୋଧ ଦଳଗୁଡ଼ିକୁ ଏକାଠି କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କୁହାଯାଉଛି। ୧୯ ବର୍ଷ କଂଗ୍ରେସର ନେତୃତ୍ୱ ନେଇ ସୋନିଆ କେନ୍ଦ୍ରରେ ଦୁଇଥର ଦଳକୁ କ୍ଷମତାକୁ ଆଣିବା ସହ ବିଭିନ୍ନ ରାଜ୍ୟରେ ଦଳକୁ କ୍ଷମତାସୀନ କରାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ୨୦୧୭ରେ ସେ ନେତୃତ୍ୱରୁ ଓହରିଯାଇ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଇଥିଲେ। ଏହାର ୨୦ ମାସ ପରେ ୭୨ ବର୍ଷୀୟା ସୋନିଆ ପୁଣିଥରେ କଂଗ୍ରେସର ଲଗାମ ନିଜ ହାତକୁ ନେଇଛନ୍ତି। ଶନିବାର ରାତିରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ଦଳର ଅନ୍ତରୀଣ ଅଧ୍ୟକ୍ଷ ବଛାଯାଇଥିଲା। ତାଙ୍କର ଦୀର୍ଘ ଅଭିଜ୍ଞତା ଓ ନେତୃତ୍ୱ ୧୩୪ ବର୍ଷର ସର୍ବପୁରାତନ ଦଳର ପୂର୍ବ ଗୌରବ ଫେରାଇଆଣିବ ବୋଲି ଆଶା କରାଯାଉଛି।
ଗାନ୍ଧୀ ପରିବାରର ରାଜନୈତିକ ଉତ୍ତରାଧିକାରୀ ହୋଇ ନ ପାରନ୍ତି ବୋଲି ଏକଦା ବିଚାର କରାଯାଉଥିବା ସୋନିଆ ଦଳର ସର୍ବାଧିକ ସମୟ ଅଧ୍ୟକ୍ଷ ରହିବାର ପରିଚୟ ହାସଲ କରିଛନ୍ତି। ଯେତେବେଳେ ସେ ଅବସର ନେବାକୁ ନିଷ୍ପତ୍ତି ନେଲେ ଏବଂ କଂଗ୍ରେସର ନେତୃତ୍ୱ ରାହୁଲ ଗାନ୍ଧୀଙ୍କ ହାତରେ ଦେଲେ, ତାଙ୍କୁ ପୁଣି ଥରେ ଫେରିବାକୁ ହେବ ବୋଲି କେତେକ ବିଶ୍ୱାସ କରୁଥିଲେ। କାରଣ ପ୍ରତି ନିର୍ବାଚନ ପରେ ଦଳର ସ୍ଥିତି ଅଧିକରୁ ଅଧିକ ଖରାପ ହେବାରେ ଲାଗିଥିଲା। ଗତ ଲୋକ ସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦୃଷ୍ଟିରୁ ନିଜକୁ ଦାୟୀ କରି ରାହୁଲ ଅଧ୍ୟକ୍ଷରୁ ଓହରିଯିବା ଓ ନିଜ ନିଷ୍ପତ୍ତିରେ ଅଟଳ ରହିବା ଦଳ ପାଇଁ ଆଶୀର୍ବାଦ ହେଲା ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି। ତେବେ ଗାନ୍ଧୀ ପରିବାର ବାହାରେ ନେତା ଚୟନ କରିବା କଂଗ୍ରେସ ପାଇଁ ସମ୍ଭବ ନୁହେଁ ବୋଲି ସମାଲୋଚକମାନେ କହିଛନ୍ତି। କେବେ ନେତା ନିର୍ବାଚନ ହେବ ତାହା ସ୍ଥିର ହୋଇ ନ ଥିବାରୁ ସୋନିଆ ଦୀର୍ଘଦିନ ଅନ୍ତରୀଣ ଅଧ୍ୟକ୍ଷ ରହିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?