ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି। ଆଇଆଇଟି କାନପୁର୍‌ର ବୈଜ୍ଞାନିକମାନେ ଦୀର୍ଘବର୍ଷ ଗବେଷଣା ପରେ ଜାଣିବାକୁ ପାଇଛନ୍ତି, ଯଦି ଶାସ୍ତ୍ରୀୟ ସଂଗୀତର ରାଗ ଭୀମ ପଲାସୀ ଏବଂ ରାଗ ଦରବାରୀକୁ କିଛି ସମୟ ପାଇଁ ଶୁଣାଯାଏ, ତେବେ ମାନସିକ ଅବସାଦରେ ହ୍ରାସ ଅଣାଯାଇପାରିବ। ଗବେଷଣା ଅନୁସାରେ, ମଣିଷ ମସ୍ତିଷ୍କରେ ନ୍ୟୁରନ୍ସ ଥାଏ। ଏହା ଏକ ପ୍ରକାରର କୋଷିକା ଯାହା, ଇଲେକ୍ଟ୍ରୋ ମ୍ୟାଗନେଟିକ୍‌ ତରଙ୍ଗ ଜରିଆରେ ସନ୍ଦେଶର ଆଦାନ ପ୍ରଦାନ କରିଥାଏ। କିନ୍ତୁ ମାନସିକ ଅବସାଦ ସ୍ଥିତିରେ ଏହି କୋଷିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ମସ୍ତିଷ୍କରେ ଥକ୍କାପଣ ଏବଂ ଅବସାଦ ସୃଷ୍ଟି ହୋଇ ତାକୁ ଦୁର୍ବଳ କରିପକାଏ। ଏଭଳି ପରିସ୍ଥିତିରେ ଯଦି ରାଗ ଭୀମପଲାସୀ ଏବଂ ରାଗ ଦରବାରୀ ଶୁଣାଯାଏ, ତେବେ ମସ୍ତିଷ୍କର କୋଷିକା ସକ୍ରିୟ ହୋଇ ଉଠିଥାଏ। ଗବେଷଣା ପାଇଁ ବୈଜ୍ଞାନିକମାନେ ନିଜ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ଛାତ୍ରଙ୍କୁ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ କହିଥିଲେ। କିଛି ଦିନ ପରେ ଦେଖିବାକୁ ମିଳିଲା, ଏହି ସଂଗୀତ ସେମାନଙ୍କ ଭିତରେ ଥିବା ଚିଡ଼ିଚିଡ଼ା ସ୍ବଭାବ, ଅନ୍ୟମନସ୍କତା ଏବଂ ମାନସିକ ଚିନ୍ତାକୁ ହ୍ରାସ କରିଛି। ଗବେଷଣାରୁ ଜଣାପଡ଼ିଛି, ଏହି ରାଗକୁ ଶୁଣିବାର ୧୦୦ ସେକେଣ୍ଡ୍‌ ମଧ୍ୟରେ ମସ୍ତିଷ୍କର ନ୍ୟୁରନ୍ସ୍‌ ସକ୍ରିୟ ହୋଇଯାଏ। ତେବେ ଭୀମପଲାସୀ ରାଗକୁ ଦିନରେ ଏବଂ ରାଗ ଦରବାରୀକୁ ରାତିରେ ଶୁଣିବା ଦ୍ୱାରା ବିଶେଷ ପରିଣାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌,...

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି...

ବୁଦ୍ଧିମତ୍ତା ବଢ଼ାଏ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ କଥା ସାମିଲ କରାଯାଇଛି। ତାହା ହେଲା ବୁଦ୍ଧିମତ୍ତା।...

ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ...

ସମୁଦ୍ର ଚଟାଣରେ ‘ମୃତ୍ୟୁ ଗହ୍ବର’

ପ୍ରକୃତି ରହସ୍ୟମୟୀ-କେତେବେଳେ କାନ୍ତ ତ କେତେବେଳେ ଭୀମ। ତା’ର ଶାନ୍ତ କାନ୍ତ ରୂପ ଆମେ ଉପଲବ୍ଧି କରୁ ପ୍ରତି ମୁହୂର୍ତ୍ତରେ ଏବଂ ତାହା ଧାରଣ କରି...

ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି,...

ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ...

ନୂଆବର୍ଷ କେମିତି ହେବ ସୁଖମୟ: ଅବଲମ୍ବନ କରନ୍ତୁ ଏପରି ଉପାୟ…

ହାତଗଣତି ଆଉ କେତୋଟି ଦିନ ପରେ ଆମେ ସମସ୍ତେ ସ୍ବାଗତ କରିବା ନୂଆବର୍ଷ ୨୦୨୨କୁ। ନୂତନବର୍ଷଟି କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ...

Advertisement
Archives

Model This Week