Posted inଖେଳ

ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍‌

କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପୂର୍ବତନ ରଣ୍‌ଜୀ ଅଧିନାୟକ ନଟରାଜ ବେହେରା କ୍ରିକେଟକୁ ବାଏ କହିଛନ୍ତି। ଏହି ଦୁଇ କ୍ରିକେଟରଙ୍କ ଅବସର ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଖେଳାଳି ସଂଘ ନିର୍ବାଚନକୁ ଇଙ୍ଗିତ କରୁଛି। ଉଭୟ ନଟରାଜ ଓ ହଳଧର ଓସିଏ ଖେଳାଳି ସଂଘର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଗକୁ ଆଉ କେଉଁ ପୁରୁଖା କ୍ରିକେଟ ଖେଳାଳି ଅବସର ନେଉଛନ୍ତି, ଏବେ ସେନେଇ ଅପେକ୍ଷା ରହିଲା।
ମେ’ ୨୮ ତାରିଖରେ ରାଉରକେଲାରେ ଜନ୍ମିତ ନଟରାଜଙ୍କ କ୍ରିକେଟ କ୍ୟାରିୟର ବେଶ୍‌ ସଫଳପୂର୍ଣ୍ଣ ରହିଛି। ଜୁନିୟର ବୟସ ବର୍ଗର ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ଭିନୁ ମଙ୍କଡ ଟ୍ରଫି, କୁଚ୍‌ ବିହାର ଟ୍ରଫି, ସି.କେ. ନାଇଡୁ ଟ୍ରଫିରେ ସେ ରାଜ୍ୟ ଦଳରୁ ଖେଳିଥିଲେ। ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫିରୁ ଖେଳି ଭଲ ପ୍ରଦର୍ଶନ କରୁଥିବାବେଳେ ତାଙ୍କୁ ୨୦୦୭ ମସିହାରେ ପ୍ରଥମେ ସିନିୟର ଦଳରେ ସୁଯୋଗ ମିଳିଥିଲା। ପଞ୍ଜାବ ବିପକ୍ଷ ଟି୨୦ ମ୍ୟାଚ୍‌ରେ ସେ ବ୍ୟାଟିଂ କ୍ରମ ୭ନଂରେ ଆସିଥିବା ବେଳେ ମାତ୍ର ୭ ରନ୍‌ କରିଥିଲେ। ପରେ ୨୦୦୮ରେ ଗୁଜରାଟ ବିପକ୍ଷରେ ସେ ପ୍ରଥମଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ଭୁବନେଶ୍ୱରର ରେଲ୍‌ୱେ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଓପ୍‌ନର ପରେଶ ପଟେଲଙ୍କ ସହିତ କ୍ରିଜ୍‌କୁ ଓହ୍ଲାଇଥିଲେ ନଟରାଜ। ପ୍ରଥମରୁ ହିଁ ଦଳର ଓପ୍‌ନିଂ ଭାର ତାଙ୍କୁ ମିଳିଥିଲା। ଉକ୍ତ ମ୍ୟାଚ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ଓଡ଼ିଶାର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ନଟରାଜ କିନ୍ତୁ ପ୍ରଥମ ଇନିଂସ୍‌ରେ ୧୪ ଏବଂ ଦ୍ୱିତୀୟ ଇନିଂସ୍‌ରେ ୨୨ ରନ୍‌ କରିଥିଲେ। ୨୦୧୦ରେ ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ନଟରାଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ୨୦୦୯ରେ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରୁ ନଟରାଜ ଲିଷ୍ଟ-ଏ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫-୧୬ ସିଜନରେ ନଟରାଜ ହରିୟାଣା ବିପକ୍ଷ ମ୍ୟାଚ୍‌ରେ ୨୫୫ ରନ୍‌ କରିଥିଲେ, ଯାହା ଉକ୍ତ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଥିଲା। ଏହି ସିଜନରେ ସେ ୩୫.୫୭ ଆଭରେଜ୍‌ରେ ମୋଟ୍‌ ୪୯୮ ରନ୍‌ କରିଥିଲେ। ମାତ୍ର ଏହାର ପରବର୍ତ୍ତୀ ସିଜନ ଅର୍ଥାତ୍‌ ୨୦୧୬-୧୭ରେ ତାଙ୍କୁ ଦଳରେ ଦେଖିବାକୁ ମିଳି ନ ଥିଲା। ପରେ ୨୦୧୭-୧୮ ସିଜନରେ ପୁନର୍ବାର ସେ ରାଜ୍ୟ ଦଳକୁ ଫେରିବା ସହ ୬ଟି ମ୍ୟାଚ୍‌ରୁ ୧୭୬ ରନ୍‌ କରିଥିଲେ। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ୯୧ ରନ୍‌ ରହିଥିଲା। ନଟରାଜ ସମୁଦାୟ ୫୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୩୪.୪୪ ଆଭରେଜ୍‌ରେ ମୋଟ୍‌ ୩୦୩୧ ରନ୍‌ କରିଛନ୍ତି। ଏହା ମଧ୍ୟରେ ୮ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ରହିଛି। ୨୫୫ ରନ୍‌ ହେଉଛି ନଟରାଜଙ୍କ ପ୍ରଥମଶ୍ରେଣୀ କ୍ରିକେଟରେ ସର୍ବାଧିକ ସ୍କୋର। ସେହିଭଳି ୩୭ ଲିଷ୍ଟ-ଏ ମ୍ୟାଚ୍‌ରୁ ସେ ମୋଟ୍‌ ୯୬୭ ରନ୍‌ କରିଥିବାବେଳେ ୮୧ ସର୍ବାଧିକ ସ୍କୋର ରହିଛି। ୧୬ ଟି୨୦ ମ୍ୟାଚ୍‌ ଖେଳି ସେ ମୋଟ୍‌ ୨୬୧ ରନ୍‌ କରିଛନ୍ତି।
ଦୁଲୀପ ଟ୍ରଫିର ହକ୍‌ଦାର
୨୦୧୧-୧୨ ଓ ୨୦୧୨-୧୩ ସିଜନରେ ପୂର୍ବାଞ୍ଚଳ ଦଳକୁ ଦୁଲୀପ ଟ୍ରଫି ଚାମ୍ପିୟନ କରାଇବାରେ ନଟରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେନ୍ଦ୍ରାଞ୍ଚଳକୁ ଇନିଂସ୍‌ ପରାଜୟ କରାଇଥିବା ପୂର୍ବାଞ୍ଚଳ ଦଳର ଅଧିନାୟକ ଥିଲେ ନଟରାଜ। ପରେ ୨୦୧୨-୧୩ ସିଜନ ଦୁଲୀପ ଟ୍ରଫି ଫାଇନାଲରେ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରାଞ୍ଚଳ ବିପକ୍ଷ ଫାଇନାଲରେ ଇନିଂସ୍‌ ଅଗ୍ରଣୀ କରିବା ଯୋଗୁ ପୂର୍ବାଞ୍ଚଳ ଚାମ୍ପିୟନ ହୋଇଥିଲା। ଏହି ସିଜନରେ ମଧ୍ୟ ପୂର୍ବାଞ୍ଚଳର ଅଧିନାୟକ ଭାର ନଟରାଜଙ୍କ କାନ୍ଧରେ ଥିଲା। ୨୦୧୨ରେ ବି ନଟରାଜ ରାଜ୍ୟ ଦଳର ଅଧିନାୟକ ଥିଲେ। ନଟରାଜ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କଲିକତା ଦଳରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri