Posted inଖେଳ

ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍‌

କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପୂର୍ବତନ ରଣ୍‌ଜୀ ଅଧିନାୟକ ନଟରାଜ ବେହେରା କ୍ରିକେଟକୁ ବାଏ କହିଛନ୍ତି। ଏହି ଦୁଇ କ୍ରିକେଟରଙ୍କ ଅବସର ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଖେଳାଳି ସଂଘ ନିର୍ବାଚନକୁ ଇଙ୍ଗିତ କରୁଛି। ଉଭୟ ନଟରାଜ ଓ ହଳଧର ଓସିଏ ଖେଳାଳି ସଂଘର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଗକୁ ଆଉ କେଉଁ ପୁରୁଖା କ୍ରିକେଟ ଖେଳାଳି ଅବସର ନେଉଛନ୍ତି, ଏବେ ସେନେଇ ଅପେକ୍ଷା ରହିଲା।
ମେ’ ୨୮ ତାରିଖରେ ରାଉରକେଲାରେ ଜନ୍ମିତ ନଟରାଜଙ୍କ କ୍ରିକେଟ କ୍ୟାରିୟର ବେଶ୍‌ ସଫଳପୂର୍ଣ୍ଣ ରହିଛି। ଜୁନିୟର ବୟସ ବର୍ଗର ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ଭିନୁ ମଙ୍କଡ ଟ୍ରଫି, କୁଚ୍‌ ବିହାର ଟ୍ରଫି, ସି.କେ. ନାଇଡୁ ଟ୍ରଫିରେ ସେ ରାଜ୍ୟ ଦଳରୁ ଖେଳିଥିଲେ। ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫିରୁ ଖେଳି ଭଲ ପ୍ରଦର୍ଶନ କରୁଥିବାବେଳେ ତାଙ୍କୁ ୨୦୦୭ ମସିହାରେ ପ୍ରଥମେ ସିନିୟର ଦଳରେ ସୁଯୋଗ ମିଳିଥିଲା। ପଞ୍ଜାବ ବିପକ୍ଷ ଟି୨୦ ମ୍ୟାଚ୍‌ରେ ସେ ବ୍ୟାଟିଂ କ୍ରମ ୭ନଂରେ ଆସିଥିବା ବେଳେ ମାତ୍ର ୭ ରନ୍‌ କରିଥିଲେ। ପରେ ୨୦୦୮ରେ ଗୁଜରାଟ ବିପକ୍ଷରେ ସେ ପ୍ରଥମଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ଭୁବନେଶ୍ୱରର ରେଲ୍‌ୱେ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଓପ୍‌ନର ପରେଶ ପଟେଲଙ୍କ ସହିତ କ୍ରିଜ୍‌କୁ ଓହ୍ଲାଇଥିଲେ ନଟରାଜ। ପ୍ରଥମରୁ ହିଁ ଦଳର ଓପ୍‌ନିଂ ଭାର ତାଙ୍କୁ ମିଳିଥିଲା। ଉକ୍ତ ମ୍ୟାଚ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ଓଡ଼ିଶାର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ନଟରାଜ କିନ୍ତୁ ପ୍ରଥମ ଇନିଂସ୍‌ରେ ୧୪ ଏବଂ ଦ୍ୱିତୀୟ ଇନିଂସ୍‌ରେ ୨୨ ରନ୍‌ କରିଥିଲେ। ୨୦୧୦ରେ ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ନଟରାଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ୨୦୦୯ରେ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରୁ ନଟରାଜ ଲିଷ୍ଟ-ଏ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫-୧୬ ସିଜନରେ ନଟରାଜ ହରିୟାଣା ବିପକ୍ଷ ମ୍ୟାଚ୍‌ରେ ୨୫୫ ରନ୍‌ କରିଥିଲେ, ଯାହା ଉକ୍ତ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଥିଲା। ଏହି ସିଜନରେ ସେ ୩୫.୫୭ ଆଭରେଜ୍‌ରେ ମୋଟ୍‌ ୪୯୮ ରନ୍‌ କରିଥିଲେ। ମାତ୍ର ଏହାର ପରବର୍ତ୍ତୀ ସିଜନ ଅର୍ଥାତ୍‌ ୨୦୧୬-୧୭ରେ ତାଙ୍କୁ ଦଳରେ ଦେଖିବାକୁ ମିଳି ନ ଥିଲା। ପରେ ୨୦୧୭-୧୮ ସିଜନରେ ପୁନର୍ବାର ସେ ରାଜ୍ୟ ଦଳକୁ ଫେରିବା ସହ ୬ଟି ମ୍ୟାଚ୍‌ରୁ ୧୭୬ ରନ୍‌ କରିଥିଲେ। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ୯୧ ରନ୍‌ ରହିଥିଲା। ନଟରାଜ ସମୁଦାୟ ୫୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୩୪.୪୪ ଆଭରେଜ୍‌ରେ ମୋଟ୍‌ ୩୦୩୧ ରନ୍‌ କରିଛନ୍ତି। ଏହା ମଧ୍ୟରେ ୮ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ରହିଛି। ୨୫୫ ରନ୍‌ ହେଉଛି ନଟରାଜଙ୍କ ପ୍ରଥମଶ୍ରେଣୀ କ୍ରିକେଟରେ ସର୍ବାଧିକ ସ୍କୋର। ସେହିଭଳି ୩୭ ଲିଷ୍ଟ-ଏ ମ୍ୟାଚ୍‌ରୁ ସେ ମୋଟ୍‌ ୯୬୭ ରନ୍‌ କରିଥିବାବେଳେ ୮୧ ସର୍ବାଧିକ ସ୍କୋର ରହିଛି। ୧୬ ଟି୨୦ ମ୍ୟାଚ୍‌ ଖେଳି ସେ ମୋଟ୍‌ ୨୬୧ ରନ୍‌ କରିଛନ୍ତି।
ଦୁଲୀପ ଟ୍ରଫିର ହକ୍‌ଦାର
୨୦୧୧-୧୨ ଓ ୨୦୧୨-୧୩ ସିଜନରେ ପୂର୍ବାଞ୍ଚଳ ଦଳକୁ ଦୁଲୀପ ଟ୍ରଫି ଚାମ୍ପିୟନ କରାଇବାରେ ନଟରାଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେନ୍ଦ୍ରାଞ୍ଚଳକୁ ଇନିଂସ୍‌ ପରାଜୟ କରାଇଥିବା ପୂର୍ବାଞ୍ଚଳ ଦଳର ଅଧିନାୟକ ଥିଲେ ନଟରାଜ। ପରେ ୨୦୧୨-୧୩ ସିଜନ ଦୁଲୀପ ଟ୍ରଫି ଫାଇନାଲରେ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରାଞ୍ଚଳ ବିପକ୍ଷ ଫାଇନାଲରେ ଇନିଂସ୍‌ ଅଗ୍ରଣୀ କରିବା ଯୋଗୁ ପୂର୍ବାଞ୍ଚଳ ଚାମ୍ପିୟନ ହୋଇଥିଲା। ଏହି ସିଜନରେ ମଧ୍ୟ ପୂର୍ବାଞ୍ଚଳର ଅଧିନାୟକ ଭାର ନଟରାଜଙ୍କ କାନ୍ଧରେ ଥିଲା। ୨୦୧୨ରେ ବି ନଟରାଜ ରାଜ୍ୟ ଦଳର ଅଧିନାୟକ ଥିଲେ। ନଟରାଜ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କଲିକତା ଦଳରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri