Posted inଜାତୀୟ

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିଲା। ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଏହି ଯୁଦ୍ଧ ବିମାନକୁ ଅନ୍ତିମ ବିଦାୟ ଦିଆଯାଇଛି। ଆଗକୁ ବିମାନଟି ଆଉ ଭାରତୀୟ ଆକାଶରେ ଦେଖିବାକୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ବାୟୁସେନା। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରୁ ଶେଷ ସ୍କ୍ବାର୍ଡନ ‘ସ୍କର୍ପିଅନ-୨୯’ରେ ଥିବା ସମସ୍ତ ୭ଟି ମିଗ-୨୭ ବିମାନ ଶେଷଥର ପାଇଁ ଉଡାଣ ଭରିଥିଲା। ଏହି ଅବସରରେ ବାୟୁସେନାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତର ସାମରିକ ଇତିହାସରେ ମିଗ-୨୭ ବିମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଏହି ଲଢୁଆ ବିମାନଗୁଡିକ ୧୯୮୧ ମସିହାରେ ବାୟୁସେନାରେ ସାମିଲ କରାଯାଇଥିଲା। ୧୯୯୯ କାର୍‌ଗିଲ ଯୁଦ୍ଧ ସମୟରେ ଏହି ବିମାନଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି...

ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍‌ ମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ...

ମୋରବି ଝୁଲାପୋଲ ଦୁର୍ଘଟଣା: ଓରେଭା ଗ୍ରୁପ୍‌ ଏମଡି କୋର୍ଟରେ କଲେ ଆତ୍ମ ସମର୍ପଣ…

ଅହମଦାବାଦ,୩୧।୧ : ଗୁଜରାଟର ମୋରବି ଝୁଲା ପୋଲ ଭୁଶୁଡ଼ିବା ମାମଲାରେ ଅଭିଯୁକ୍ତ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଜୟସୁଖ ପଟେଲ ମଙ୍ଗଳବାର ମୋରବିସ୍ଥିତ ସିଜେଏମ...

ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ...

ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ କରିଛି: ବିଏସ୍‌ଏଫ୍‌

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍‌ଏଫ୍‌ ପକ୍ଷରୁ ରବିବହାର କୁହାଯାଇଛି।...

ଛିଣ୍ଡୁନି ଭାଗବଣ୍ଟା, ୨୦୮ ଆସନ ନେଇ ସସ୍‌ପେନ୍ସ୍‌ ଜାରି…

ଲକ୍ଷ୍ନୌ, ୨୪।୧ : ଉତ୍ତରପ୍ରଦେଶ ପାଇଁ ଭାଜପା ଏବଂ ସହଯୋଗୀଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଣ୍ଡୁନି। ବୈଠକ ପରେ ବୈଠକ ଶେଷ ହେଲେ ବି ରାଜ୍ୟର...

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି।...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ...

Advertisement
Archives

Model This Week