ଅଫିସ୍‌ରେ ପଶି ବଟି ମାଗିବା, ଭଙ୍ଗାରୁଜା ଘଟଣା: ୨ ଅଭିଯୁକ୍ତ କୋର୍ଟଚାଲାଣ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ମେନ୍‌ ରୋଡ୍‌ ତଥା ଓାର୍ଡ ନଂ. ୪ରେ ଥିବା ବ୍ୟବସାୟୀ ରବି ନାରାୟଣ ଦାସଙ୍କ ଅଫିସରେ ସୋମବାର ୨ ଦୁର୍ବୃତ୍ତ ପଶି ବଟି ମାଗିବା ସହ ଭଙ୍ଗାରୁଜା କରିଥିଲେ। ଏ ନେଇ ରବି ଯୋଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ କେସ୍‌ ନଂ. ୧୫୦/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ମଙ୍ଗଳବାର ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆଜାଦ ବସ୍ତି ଅଞ୍ଚଳର ଦାଉ ମୁଣ୍ଡା ଏବଂ କୁନ୍ଦୁରୁନାଲା ଅଞ୍ଚଳର ବାବୁଲି ମୁଣ୍ଡା। ଏ ନେଇ ପୋଲିସ ପକ୍ଷରୁ ତଦନ୍ତକାରୀ ଅଧିକାରୀ ବି.ଡି. ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ...

କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ସରପଞ୍ଚ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସରପଞ୍ଚ ମୁଜିବୁର ରହେମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅତିରିକ୍ତ...

ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଉପଜିଲାପାଳ, ଏସଡିପିଓ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ରାଜ୍ୟରେ ୫ ଟି କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଆନନ୍ଦପୁର...

‘ଖାଦ୍ୟାଭାବରୁ ଛାତ୍ରୀଛାତ୍ରଙ୍କୁ ବରଫ ଖାଇବାକୁ ପଡୁଛି’

ସିମୁଳିଆ,୮ା୩(ଡି.ଏନ.ଏ.) ୟୁକ୍ରେନର ମିକୋଲାଇଭରୁ ମୁଲଡାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ଡାକ୍ତରୀ ଛାତ୍ରୀ ଭାରତୀ ମହାନ୍ତି(୨୩) ଗାଁରେ ପହଞ୍ଚିଛନ୍ତି। ଭାରତୀଙ୍କ ଘର...

୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା, ତଦନ୍ତ କଲେ ସିଆର୍‌ଆର୍‌ଆଇ ବୈଜ୍ଞାନିକ

ପଟ୍ଟାମୁଣ୍ଡାଇ, ୧୭।୯ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚାଷୀମାନେ ତଳି ରୋଇବାର ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିଥିବା ନେଇ ଚାଷୀମାନେ ଅଭିଯୋଗ...

ଥାନା ଅଧିକାରୀଙ୍କ ପରିଚୟ ଦେଇ ଠକିନେଲେ ୨୦ ହଜାର

କଣ୍ଟାବାଞ୍ଜି,୬।୧୧(ଡି.ଏନ.ଏ.): ନିଜକୁ ପୋଲିସ ପରିଚୟ ଦେଇ ପୁଅବୋହୂଙ୍କ କଳିର ଥାନାରେ ଆପୋଷ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଠକିିନେବା ଘଟଣା...

ବାଲେଶ୍ୱର ଜିଲା ପାଲିସ ଲାଇନ୍‌ ପଡ଼ିଆରେ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୧: ବାଲେଶ୍ୱର ଜିଲାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଜିଲା ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଏହି...

Advertisement
Archives

Model This Week