ଅପରେଶନ ପାଇଁ ଡିସେମ୍ବର ଯାଏ ଅପେକ୍ଷା

କଟକ ଅଫିସ,୨।୭: ୨୦୧୫ ଅଗଷ୍ଟ ଶେଷ ସପ୍ତାହରେ କଟକ ଶିଶୁଭବନ ଜାତୀୟ ଗଣମାଧ୍ୟମର ଆକର୍ଷଣରେ ରହିଥିଲା। କାରଣ ଗୋଟିଏ ସପ୍ତାହରେ ଏହି ପ୍ରିମିୟର ସ୍ବାସ୍ଥ୍ୟାନୁଷ୍ଠାନରେ ୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଫଳରେ ତତ୍କାଳୀନ ଶିଶୁଭବନ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ ଓ କେତେଜଣ ଡାକ୍ତରଙ୍କୁ ବଦଳି କରାଯାଇଥିଲା। ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସହାୟତା ମାଗିଲେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଶିଶୁଭବନ ଶିଶୁମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୪ବର୍ଷ ବିତିଛି। ହେଲେ ଭିତ୍ତିଭୂମିରେ ସାମାନ୍ୟ ସୁଧାର ଆସିନାହିଁ। ପୂର୍ବଭଳି ଶିଶୁ ମୃତ୍ୟୁହାର ଅପରିବର୍ତ୍ତିତ ରହିଥିବା ବେଳେ ରୋଗୀମାନେ ଚିକିତ୍ସା ପାଇବା ପାଇଁ ହୀନସ୍ତା ହେଉଛନ୍ତି।
୪୧୬ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲର ଆଉଟ୍‌ଡୋରକୁ ଦୈନିକ ୪୫୦ରୁ ୫୦୦ ରୋଗୀ ଆସୁଥିବା ବେଳେ ଇନ୍‌ଡୋରରେ ୬୦ରୁ ୭୦ ରୋଗୀ ଭର୍ତ୍ତି ହେଉଛନ୍ତି। ବର୍ଷକୁ ଏଠାରେ ପ୍ରାୟ ୧୫୦୦ ଅପରେଶନ କରାଯାଉଥିବାବେଳେ ସେଥିରୁ ୪୦୦ ନବଜାତ ଶିଶୁ ରହିଛନ୍ତି। କିନ୍ତୁ ହସ୍ପିଟାଲର ଜରୁରିକାଳୀନ ଓଟି ୨ବର୍ଷ ହେବ ବନ୍ଦ ରହିଛି। ଓଟି ବନ୍ଦ ରହିବା ପଛର କାରଣ ହେଉଛି ଯନ୍ତ୍ରପାତି ଓ ନିଶ୍ଚେତକ ଡାକ୍ତରଙ୍କ ଅଭାବ। ୬ବର୍ଷ ହେଲା ମେଡିକାଲ ପକ୍ଷରୁ ଯନ୍ତ୍ରପାତି ପାଇଁ ସରକାରଙ୍କୁ ବାରମ୍ବାର ତାଲିକା ଦିଆଯାଉଥିବା ବେଳେ ତାହା ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେଶନ ଲିମିଟେଡ (ଓଏସ୍‌ଏମ୍‌ସିଏଲ୍‌)ରେ ପଡ଼ି ରହିଥିବା ଶିଶୁଭବନର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। ଏଭଳି ସ୍ଥିତିରେ କଳଙ୍କି ଲଗା ପୁରୁଣା ଯନ୍ତ୍ରପାତିରେ ଅପରେଶନ କରାଯାଉଥିବା ସମ୍ପୃକ୍ତ ଡାକ୍ତର ଜଣକ କହିଛନ୍ତି। ମୁଖ୍ୟତଃ ଜରୁରିକାଳୀନ ଓଟି ବନ୍ଦ ରହିଥିବାରୁ ଗୋଟିଏ ଓଟି ଉପରେ ସମସ୍ତ ରୋଗୀଙ୍କୁ ନିର୍ଭର କରିବାକୁ ପଡୁଛି। ଫଳରେ ଅପରେଶନ ପାଇଁ ରୋଗୀଙ୍କୁ ଅପେକ୍ଷା କରିବାକୁ କୁହାଯାଇ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ଜଣାପଡିଛି।
ଶିଶୁଭବନ ଭିତ୍ତିଭୂମିକୁ ନେଇ ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଏଠାରେ ଶିଶୁ ମୃତ୍ୟୁହାରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିନାହିଁ। ୨୦୧୭ରେ ଶିଶୁଭବନରେ ୨୦୫୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୮ରେ ୨୧୩୧ ଓ ୨୦୧୯ ମେ ସୁଦ୍ଧା ୮୬୬ଜଣଙ୍କ ପ୍ରାଣହାନି ହୋଇଛି। ଏହି ହାରରେ ଦେଖିଲେ ମାସକୁ ୧୭୭ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଥିବାବେଳେ ଦିନକୁ ମୃତ୍ୟୁହାର ୫ରୁ ଅଧିକ ରହୁଛି। ୨୦୧୫ ଅଗଷ୍ଟ ୨୯ରେ ଶିଶୁଭବନରେ ୨୪ଘଣ୍ଟାରେ ୧୦ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ବି ଗୋଟିଏ ଦିନରେ ୧୦ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବା ଦେଖାଯାଇଛି। ଉଦାହରଣ ଭାବେ ଗତ ଜୁନ ୩ରେ ଶିଶୁଭବନରେ ୧୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଭିନ୍ନ ସଂକ୍ରାମକ ରୋଗ ଯୋଗୁ ବର୍ଷର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଶିଶୁ ମୃତ୍ୟୁହାର ଅଧିକ ରହେ। ୨୦୧୭ ଜୁଲାଇରେ ଶିଶୁଭବନରେ ୧୯୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗଷ୍ଟରେ ୧୯୫, ସେପ୍ଟେମ୍ବରରେ ୧୯୬, ଅକ୍ଟୋବରରେ ୧୯୦ଜଣଙ୍କ ପ୍ରାଣହାନି ହୋଇଥିଲା। ସେହିପରି ୨୦୧୮ ଜୁଲାଇରେ ୧୭୯, ଅଗଷ୍ଟରେ ୨୨୫, ସେପ୍ଟେମ୍ବରରେ ୨୨୪ ଓ ଅକ୍ଟୋବରରେ ୧୯୮ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଇବର୍ଷକୁ ତୁଳନା କଲେ ଶିଶୁମୃତ୍ୟୁ ବୃଦ୍ଧି ପାଉଛି। ଚଳିତବର୍ଷ ଏହି ସଂକ୍ରାମକ ସମୟ ଆରମ୍ଭ ହୋଇଯାଇଥିବାବେଳେ ଶିଶୁଭବନର ଦୁର୍ବଳ ସ୍ଥିତିକୁ ନେଇ ଚିନ୍ତା ଘାରିଛି।
ଭିତ୍ତିଭୂମି ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ପଚରାଯିବାରୁ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ କୁହନ୍ତି, ୧୧୭ କୋଟି ଟଙ୍କା ବ୍ୟୟରେ ଶିଶୁଭବନ ପରିସରରେ ୭ମହଲା କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟ ଶେଷ ହେବା ପରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ଏହାବାଦ୍‌ ନିଶ୍ଚେତକ ଡାକ୍ତର ଅଭାବ ଯୋଗୁ ଜରୁରିକାଳୀନ ଓଟି ବନ୍ଦ ରହୁଥିବା ଡାକ୍ତର ଶତପଥୀ ସ୍ବୀକାର କରିଥିଲେ।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଏକତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ: ଝିଅର ବାପାଙ୍କୁ ଭୁଜାଲି ମାଡ଼ କରି…

ବାଲେଶ୍ୱର,୧୮ା୪(ବାଞ୍ଛାନିଧି ଦେ): ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri