Posted inଜାତୀୟ

ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

ଲକ୍ଷ୍ନୌ,୩।୧୧: ସ୍ବଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା ସହ ‘ଅବିବାହିତ ରୋଗ’ ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହା ଯେମିତି ସଂକ୍ରମଣ ରୋଗ ଭଳି ବଢି ଚାଲିଛି ବୋଲି କୁହାଯାଉଛି। କାନପୁରର ପନକି ପଡାବ, ଜମୁଇ, ବଦୁଆପୁର, ସରାୟମିତା ଗାଁରେ ପରିବେଶ ଏମିତି ଅପରିଷ୍କାର ହୋଇଯାଇଛି ଯେ ଲୋକେ ଏଠାରେ ଝିଅଙ୍କୁ ବିବାହ ଦେବାକୁ ରାଜି ହେଉ ନାହାଁନ୍ତି। କାନପୁର ନଗର ନିଗମର ସଲିଡ୍‌ େଓଷ୍ଟଜ୍‌ ଏହି ଗାଁକୁ ଲଗାଇ ପକାଯାଉଛି। ଫଳରେ ଗାଁ ପରିବେଶ ଗନ୍ଧରେ ଫାଟି ପଡୁଛି। ଏହା ଫଳରେ ଗାଁରେ ରୋଗ ମଧ୍ୟ ବଢିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏଠାରେ ଏବେ ୭୦ ପ୍ରତିଶତ ଲୋକ ଟିବି ଓ ଆଜ୍‌ମାରେ ପୀଡିତ। ଦିନକୁ ଦିନ ଲୋକଙ୍କ ମଧ୍ୟରେ ରୋଗର ପରିମାଣ ବୃଦ୍ଧି ପାଉଥିବା ବେଳେ ଏବେ ଏଠାରେ ଲୋକେ ବନ୍ଧୁ ବାନ୍ଧିବାକୁ ଭୟ କରୁଛନ୍ତି। ରୋଗ କଥା ଶୁଣିବା ପରେ କେହି ଏଠାରେ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି। ଲୋକଙ୍କ କହିବା କଥା ହେଲା ଦୀର୍ଘ ପ୍ରାୟ ୫ ବର୍ଷ ହେବ ଏଠାରେ ଶାହାନାଇ ବାଜିନାହିଁ। କେହି ଏଠାରେ ଝିଅ ଦେବାକୁ ଅବା ନେବାକୁ ରାଜି ହେଉନାହାଁନ୍ତି। ଏମିତିରେ ଏବେ ଗାଁରେ ପାଖାପାଖି ୬୦ ଜଣ ଅବିବାହିତ ଯୁବକ ଥିବା ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଆର୍‌ଏସ୍‌ଏସ୍‌ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍‌ଏସ୍‌ଏସ୍‌ ସଦସ୍ୟ...

ଦେଶରେ ୫ବର୍ଷରୁ କମ୍‌ ବୟସ୍କ ପିଲାଙ୍କର ଉଚ୍ଚତା ବଢୁନି, ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୯।୭ : ଦେଶରେ ଏପରି ଅନେକ ରାଜ୍ୟ ଅଛି ଯେଉଁଠାରେ ପିଲାମାନଙ୍କର ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ ବଢୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ...

ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ଅମିଶ ଶାହ ସେହି କଲେଜର ପ୍ରିନ୍ସିପାଲ

ଭୋପାଳ,୯।୬: ଗତ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଓ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସର ପରାଜୟ ଏବେ ସବୁଠାରୁ ବଡ ଆଲୋଚନାର...

କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର...

ବାଇକ୍‌ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…

ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍‌ ରାସ୍ତା ଉପରକୁ ଚାଲି...

ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨।୮: ତାମିଲନାଡୁର ସାଲେମରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନର ସହଯୋଗୀ ଧରାପଡ଼ିବା ପରେ ରାଜ୍ୟ ଗୋଇନ୍ଦା ବିଭାଗ ଏବଂ ପୋଲିସର ସଜାଗ ହୋଇଉଠିଛି। ଗୋଇନ୍ଦା ଅଧିକାରୀ ଯୁବକଙ୍କୁ...

ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍‌ଏନ୍‌ପିଏଫ୍‌

ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି...

ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା

ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍‌ ବର୍ଗର...

Advertisement
Archives

Model This Week