ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୧।୧୦: ଋତୁ ଚକ୍ରର ପରିବର୍ତ୍ତନରେ ଏବେ ଶୀତ ଋତୁର ଆଗମନ ହେବ। ସାଧାରଣତଃ କାର୍ତ୍ତିକ ମାସରୁ ଶୀତଋତୁ ଆରମ୍ଭ ହୋଇଥାଏ। କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ ବୋଲି ଲୋକମୁଖରେ ରହିଛି। ଶୀତଦିନେ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ଗୁରୁବାରଠାରୁ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବନ୍ଧା ସମୟ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରତିଦିନ ଅପରାହ୍ନ ୪ଟାରେ ବାନା ବନ୍ଧାଯିବ। ଚୂନରା ସେବକମାନେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ଚୂଡ଼ାକୁ ଚଢି ୪ଟାରେ ବାନା ବାନ୍ଧିବେ ବୋଲି ସ୍ଥିର ହୋଇଛି।
ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟହ ବାନା ବନ୍ଧାଯାଇଥାଏ। ଗ୍ରୀଷ୍ମଦିନେ ଅପରାହ୍ନ ୪ଟାରେ ଚୂନରା ସେବକମାନେ ଶ୍ରୀମନ୍ଦିର ଚୂଡ଼ାରେ ଚଢି ୫ଟାରେ ବାନା ବାନ୍ଧିଥାନ୍ତି। ସେହିପରି ଶୀତଦିନେ ଅପରାହ୍ନ ୩ଟାରେ ଚଢି ୪ଟାରେ ବାନା ବାନ୍ଧିଥାନ୍ତି। ସୂର୍ଯ୍ୟାସ୍ତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥାଏ। ଏ ସମ୍ପର୍କରେ ଚୁନରା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଶୀତଋତୁ ଯୋଗୁ ଶୀଘ୍ର ସନ୍ଧ୍ୟା ହୋଇଯିବ। ତେଣୁ ଗୁରୁବାରଠାରୁ ଅପରାହ୍ନ ୪ଟାରେ ବାନା ବନ୍ଧାଯିବା ଆରମ୍ଭ ହୋଇଛି। ଏହି ସମୟ ଆସନ୍ତା ଫେବୃୟାରୀ ଶେଷ ପର୍ଯ୍ୟନ୍ତ ରହିବ। ଏହାପରେ ପୁନଶ୍ଚ ସମୟ ପରିବର୍ତ୍ତନ ହୋଇ ୫ଟାରେ ବାନା ବନ୍ଧାଯିବ। ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଅଦ୍ୟାବଧି ଅପରାହ୍ନ ୪ଟା ସୁଦ୍ଧା ଭକ୍ତମାନେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ମାତ୍ର ଶୁକ୍ରବାରଠାରୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ୧ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭୁବନେଶ୍ୱର ୧ ନମ୍ବର ହାଟକୁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟ ବନ୍ଦ କରାଯାଇଛି। ଉଭୟ ହୋଲ୍‌ସେଲ୍‌ ଓ ରିଟେଲ ବ୍ୟବସାୟୀଙ୍କ...

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ସୋହେଲା,୨୯ା୪(ଡି.ଏନ.ଏ.) – ସୀମାନ୍ତ ଲୁହୁରାଚଟି ପୁରୁଣା ଚେକ୍‌ଗେଟରେ ଚା ଦୋକାନ କରି ପରିବାର ପୋଷଣ କରୁଥିବା ଲୁହୁରାଚଟି ଗ୍ରାମର ରଜନୀକାନ୍ତ ଠେଟୁଆ(୩୮)ଙ୍କ ମୃତଦେହ ମଙ୍ଗଳବାର ସକାଳେ...

ବିପଦ ସାଜିଛି ଜବତ ଗାଡ଼ି

ଭୁବନ, ୨।୧୨(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନ ଥାନା ପୋଲିସ ପକ୍ଷରୁ ଜବତ କରାଯାଉଥିବା ଗାଡ଼ିଗୁଡ଼ିକ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅସୁରକ୍ଷିତ ଭାବେ ରଖାଯାଉଛି। ଫଳରେ ଥାନା...

କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା

ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା...

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର...

ପକ୍କାଘର ଯୋଗାଇଦେବାକୁ ନିର୍ମାଣ ସଂଘ ଏବଂ ଅନ୍ୟାନ୍ୟ ସଂଘର ଦାବି

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ସମେତ ଝିଞ୍ଜିରିଗୁଡ଼ା, ହାତିମୁଣ୍ଡା, କୁମ୍ଭାରିଗାଁ ଏବଂ ତାଜୁଙ୍ଗିଆ ପଞ୍ଚାୟତର କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ସଂଘ ପକ୍ଷରୁ...

ବାଲିମେଳାରେ ଭାଲୁ ଆତଙ୍କ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଗତ ତିନି ଦିନ ଧରି ୩ ଭାଲୁ ଆତଙ୍କ ଖେଳାଇଛନ୍ତି। ଫଳରେ ସନ୍ଧ୍ୟା ୫ଟା ପରଠାରୁ...

ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର, ୧୭ା୮(ବ୍ୟୁରୋ): ଲକ୍‌ଡାଉନରେ ରାଜ୍ୟକୁ ଫେରିଥିବା ପ୍ରବାସୀ କୁଶଳୀ ଶ୍ରମିକମାନେ ଏବେ କାମଧନ୍ଦା ନ ପାଇ ରୋଜଗାର ଆଶାରେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ସଜବାଜ...

Advertisement
Archives

Model This Week