ଅନ୍‌ଲାଇନରେ କାର୍ଯ୍ୟକ୍ରମ କରିବ ସଂସ୍କୃତି ବିଭାଗ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବହୁ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଶିଳ୍ପୀ ଘରେ ହାତବାନ୍ଧି ବସିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ସମସ୍ତ ବର୍ଗର କଳାକାରମାନେ ରୋଜଗାର ହରାଇଛନ୍ତି। ଏଭଳିସ୍ଥଳେ ସେମାନଙ୍କ ମନରେ ଉତ୍ସାହ ଭରିଦେବାକୁ ଓଡ଼ିଶା ଲଳିତ କଳା ଏକାଡେମୀ ଅଣ୍ଟା ଭିଡିଛି। ଅନ୍‌ଲାଇନ୍‌ରେ ସୃଜନଶୀଳ କଳା କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରିଛି। ତେଣୁ କଳାକାର ଓ ଶିଳ୍ପୀଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ସୃଜନଶୀଳତା ଏବଂ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁକ୍ରବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି।
ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ୧ ହଜାର ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯିବ। ମନୋନୀତ ପ୍ରତିଭାମାନେ ପ୍ରତ୍ୟେକ ୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ସେହିପରି ୩୦ରୁ ଊର୍ଦ୍ଧ୍ୱ ବୟସର ଶିଳ୍ପୀଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ମନୋନୀତ କରାଯାଇ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏଥିସହିତ ଲଳିତକଳା ଏକାଡେମୀ ସ୍ବୀକୃତୀପ୍ରାପ୍ତ ସନ୍‌ଡେ ଆର୍ଟ ସ୍କୁଲଗୁଡ଼ିକରୁ ୧୦୦ଟି ଶ୍ରେଷ୍ଠ ସ୍କୁଲକୁ ମନୋନୀତ କରି ପ୍ରତି ସ୍କୁଲ୍‌କୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ଅନ୍‌ଲାଇନ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଏକମାସ ଧରି ଚାଲିବ ଓ ଏଥିରେ ଭିଜୁଆଲ୍‌ ଆର୍ଟ ସହ ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଇତ୍ୟାଦି ରହିବ। ଅଂଶଗ୍ରହଣକାରୀମାନେ ନିଜ ଚିତ୍ରକଳାକୁ ଅନ୍‌ଲାଇନରେ ପଠାଇବେ ଏବଂ ସଂଗୃହୀତ କଳାକୃତିଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ କଳାକୃତିକୁ ରାଜ୍ୟର ପ୍ରତିଷ୍ଠିତ କଳାକାରମାନେ ଚୟନ କରିବେ। ଏହି ବୈଠକରେ ଲଳିତକଳା ଏକାଡେମୀର ଅଧ୍ୟକ୍ଷ ସୁଦର୍ଶନ ପଟ୍ଟନାୟକ, ଏକାଡେମୀର ସମ୍ପାଦକ ଗଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ଜର୍ମାନୀ, ଫ୍ରାନ୍ସରେ ଗଲ୍ଫ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୧୭।୪(ଏପି): କରୋନା ଭାଇରସ ସଂକ୍ରମଣ କାରଣରୁ ୟୁରୋପିୟ ଦେଶ ଫ୍ରାନ୍ସ ଓ ଜର୍ମାନୀରେ ଗଲ୍ଫ ଟୁର୍ନାମେଣ୍ଟଗୁଡିକ ବାତିଲ କରାଯାଇଛି। ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ...

ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା...

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ...

ବାତ୍ୟା, ବଜ୍ରପାତର ହେବ ଠିକ୍‌ ନିରୂପଣ

ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ହିଡ଼ିଗାଁ ଅଞ୍ଚଳରେ ନିର୍ମାଣ ଚାଲିଛି ‘ଡପ୍‌ଲର ରାଡାର ଷ୍ଟେଶନ’। ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ବଜ୍ରପାତ ପୂର୍ବରୁ ଠିକ୍‌...

ବଡ଼ପୁଟରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲା ଶରଣକୂଳ ଥାନା ବଡ଼ପୁଟ ଗାଁରେ ବ୍ୟକ୍ତିଗତ ଜମିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ...

ଅସୁସ୍ଥ ଥିବା ସତ୍ତ୍ୱେ ସଂସଦରେ ପହଞ୍ଚି ଭୋଟ ଦେଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୧୮।୭ (ସ୍ବ.ପ୍ର.): ସୋମବାର ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଯାଇଛି। ଅସୁସ୍ଥ ଥିବା ସତ୍ତ୍ୱେ ଦିଲ୍ଲୀର ଗୁରଗାଓଁରୁ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ...

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଖଣି ଅଞ୍ଚଳବାସୀ: ଅଧିକାର ପାଇଁ ଦାବି କରିବାରୁ ନାଲିଆଖି

ଯାଜପୁର ଅଫିସ,୨୭।୯: ପ୍ରଶାସନିକ ଅବହେଳା ଏବଂ କେତେଜଣ ପ୍ରଭାବଶାଳୀଙ୍କ ଅମାନବୀୟ ବ୍ୟବହାର ଖଣି ପ୍ରଭାବିତ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏଭଳି ଅବସ୍ଥା ଏବେ ଯାଜପୁର ଜିଲାର...

କୋଭିଡ୍‌ ନିୟମ ଉଲ୍ଲଂଘନ: ମାସ୍କ ନ ପିନ୍ଧିବାରୁ ୧୩ଜଣଙ୍କଠାରୁ ୨୬୦୦ ଫାଇନ ଆଦାୟ

ଜି. ଉଦୟଗିରି, ୧୪।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ପୋଲିସ ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ମଙ୍ଗଳବାର ୧୩ ଜଣ ବ୍ୟକ୍ତି ମାସ୍କ...

Advertisement
Archives

Model This Week