ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ ଦେଇଛି। ନୂଆ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବାକୁ ଯାଉଛନ୍ତି। ଏକ ସର୍କୁଲାର ଜାରି କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଅନ୍ତରୀଣ ବଜେଟରେ ଆବଣ୍ଟିତ ହୋଇ ନ ଥିବା କ୍ଷେତ୍ରଗୁଡ଼ିକ ଲାଗି ପୂର୍ଣ୍ଣାଙ୍ଗ ବଜେଟରେ ଅତିରିକ୍ତ ବ୍ୟବସ୍ଥା କରାଯିବ। ଅନ୍ତରୀଣ ବଜେଟ ୨୦୧୯-୨୦ରେ ହୋଇଥିବା ଆବଣ୍ଟନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସୂଚନାଥାଉ କି, ସୀମାରାମନ୍‌ଙ୍କ ବଜେଟ ଟିମ୍‌ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ସାମିଲ ହୋଇଛନ୍ତି। ସୀତାରାମନ୍‌ଙ୍କ ସମ୍ମୁଖରେ ଧୀମା ପଡିଥିବା ଅର୍ଥନୀତି, ଏନ୍‌ପିଏ ବୃଦ୍ଧି, ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ନଗଦ ସଙ୍କଟ, ନିଯୁକ୍ତି ସୃଷ୍ଟି, ଘରୋଇ ନିବେଶ ବୃଦ୍ଧି, ରପ୍ତାନିରେ ସୁଧାର, କୃଷି ସଙ୍କଟ ତଥା ରାଜସ୍ବ ନିଅଣ୍ଟ ଭଳି ଆହ୍ବାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ପ୍ଲାଟ୍‌ଫର୍ମସକୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨।୩: ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ (ଜେପିଏଲ)କୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏପରିକି ଜେପିଏଲ ଟେଲିକମ୍‌ କମ୍ପାନୀ ଅଫ୍‌ ଦି ଇୟରର ମାନ୍ୟତା ଲାଭ...

ଫେବୃଆରୀରେ ୧,୬୮,୩୩୭ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୩ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଏକାଦଶ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି)...

ସୁବର୍ଣ୍ଣପୁରରେ ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୋନପୁର,୨।୩(ମୃତ୍ୟୁଞ୍ଜୟ ଶତପଥୀ): ଅରୁନ୍ଧତୀ ଗ୍ରୁପ୍‌ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍‌ ହ୍ୟାଣ୍ଡଲୁମ୍‌ ୟୁନିଟ୍‌ (ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପ)କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ...

ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ପୁରସ୍କାର

ଭୁବନେଶ୍ୱର,୨।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର...

ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍‌ରେ ଯିବାକୁ ଭଲ ପାଆନ୍ତି ଖାସ୍‌ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ...

ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ଉପରେ ଲାଗିଲା ୫.୪୯ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ,୧।୩: ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କା ଜୋରିମାନା ଲଗାଇଛି ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ। ଏକ...

ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…

ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ...

Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…

ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri