ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବନି: ବିସିସିଆଇ

ନୂଆଦିଲ୍ଲୀ,୧୮।୫(ପି.ଟି.): ଚୁକ୍ତିବଦ୍ଧ କ୍ରିକେଟରଙ୍କ ପାଇଁ କୌଣସି ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବିଭିନ୍ନ ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଅନୁବନ୍ଧିତ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଚାଲୁ ରହିଥିବା ବେଳେ ରାଜ୍ୟ ଆସୋସିଏଶନଗୁଡିକୁ ସ୍ଥାନୀୟସ୍ତରରେ ଅଭ୍ୟାସ ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରନ୍ତୁ ବୋଲି ବୋର୍ଡ କହିଛି।
ଧାର୍ଯ୍ୟ ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସଗୁଡିକ ଖୋଲାଯାଇପାରିବ। କିନ୍ତୁ ଦର୍ଶକମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। ଖେଳାଳିମାନେ ବ୍ୟକ୍ତିଗତ ସ୍ତରରେ ଅଭ୍ୟାସ କରିପାରିବେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ମେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିଥିବାରୁ ବିମାନ ଯାତ୍ରା ଓ ଲୋକଙ୍କ ଗମନାଗମନ ଉପରେ କଟକଣା ଜାରି ରହିଛି। ତେଣୁ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା ପୂର୍ବରୁ ବୋର୍ଡ ନୂଆ ନିର୍ଦ୍ଦେଶନାମାକୁ ଅପେକ୍ଷା କରିବେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ରାଜ୍ୟ ଆସୋସିଏଶନଗୁଡିକ ସ୍ଥାନୀୟସ୍ତରରେ କୌଶଳ ଆଧାରିତ ଟ୍ରେନିଂ ପାଇଁ ପ୍ରୟାସ କରିପାରିବେ। କରୋନା ସଂକ୍ରମଣ ସ୍ଥିତି ସ୍ବାଭାବିକ ହେଲେ ପୂରା ଦଳ ପାଇଁ ଉପଯୁକ୍ତ ଯୋଜନା କରାଯିବ। ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ପ୍ରାଥମିକତା ଦେଉଛୁ। ଏ ନେଇ ତରବର ହେବା ଉଚିତ ନୁହେଁ ଓ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କୋଭିଡ୍‌-୧୯ରେ ଦେଶରେ ୩,୦୦୦ ମୃତ୍ୟୁବରଣ କରିଥିବା ବେଳେ ୯୫,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ସାରା ବିଶ୍ୱରେ ଏବେ ୩.୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଓ ୪୭ ଲକ୍ଷ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ

ଦୁବାଇ,୨୪।୧୦: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍‌ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି...

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ...

ସାନିଟାଇଜ୍‌ ହେଲା କର କ୍ଲିନିକ୍‌

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): ଓଡ଼ିଶାର ତୃତୀୟ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରସ୍ଥିତ କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା… ମିଚେଲ...

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ସିଡ୍‌ନୀ,୧୦।୧୧(ଏଏଫ୍‌ପି)- ମିଡ୍‌ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ...

କରୋନାରେ ବିଏଫ୍‌ଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୫ (ପି.ଟି.)-କରୋନାରେ ପୀଡ଼ିତ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ସାଚେଟିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୫୬ ବର୍ଷ...

ଯୁବକଙ୍କୁ ଚଟକଣି ମାରିଥିବା କଲେକ୍ଟରଙ୍କୁ କାର୍ଯ୍ୟରୁ ହଟାଇଲେ ମୁଖ୍ୟମନ୍ତ୍ରୀ…

ସୁରଜପୁର,୨୩।୫: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରିଥିବା ଛତିଶଗଡ଼ର ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ରଣବୀରଙ୍କୁ...

କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ...

Advertisement
Archives

Model This Week