Posted inଜାତୀୟ

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଏସ୍‌ଏଫ ଉକ୍ତ ସୀମାନ୍ତକୁ ଏହାର ସମସ୍ତ ବରିଷ୍ଠ ପଦାଧିକାରୀଙ୍କ ସମେତ ହଜାର ହଜାର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରେରଣ କରିଛି। ‘ସୁଦର୍ଶନ’ ସାଙ୍କେତିକ ନାମରେ ଏହି ଅଭିଯାନ ଜୁଲାଇ ୧ରୁ ଆରମ୍ଭ ହୋଇଛି। ୧୦୦୦ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାରେଖାର ଏହି ଅଭିଯାନ ଚାଲିବ। ସେଥିରୁ ଜମ୍ମୁରେ ୪୮୫ କିଲୋମିଟର ଏବଂ ପଞ୍ଜାବରେ ୫୫୩ କିଲୋମିଟର ଅନ୍ତର୍ଜାତୀୟ ସୀମାରେଖା ରହିଛି। ପରେ ରାଜସ୍ଥାନ ଓ ଗୁଜରାଟ ଅନ୍ତର୍ଗତ ସୀମାନ୍ତରେ ମଧ୍ୟ ଅପରେଶନ ଆରମ୍ଭ ହେବ।
ସୀମାନ୍ତକୁ ବିପୁଳ ପରିମାଣର ଭାରି ଯୁଦ୍ଧୋପକରଣ ସାଙ୍ଗକୁ ଯୋଗାଯୋଗ ଇଣ୍ଟରସେପ୍ଟର, ମୋବାଇଲ ବୁଲେଟ୍‌ପ୍ରୁଫ୍‌ ବଙ୍କର ପଠାଯାଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି। ଫ୍ରଣ୍ଟିୟର ଏବଂ ବାଟାଲିୟନ କମାଣ୍ଡର (ଇନ୍ସପେକ୍ଟର ଜେନେରାଲଙ୍କଠାରୁ କମାଣ୍ଡାଣ୍ଟ ପାହ୍ୟା ପର୍ଯ୍ୟନ୍ତ), ୪୦ଟି ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ଓ କମ୍ପାନୀ (ୟୁନିଟ୍‌) କମାଣ୍ଡରମାନଙ୍କୁ ସୀମାକୁ ପଠାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅଭିଯାନ ଶେଷ କରି ୧୫ ସୁଦ୍ଧା ବେସ୍‌ କ୍ୟାମ୍ପ୍‌କୁ ଫେରିଆସିବାକୁ ସେମାନଙ୍କୁ କୁହାଯାଇଛି।
ସୀମାରେ ଭାରତର ପ୍ରତିରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ଲାଗି ବହୁସ୍ତରୀୟ ପାଟ୍ରୋଲିଂ କରାଯାଉଛି। ଆତଙ୍କବାଦୀ ଓ ନିଶା ଚୋରାବେପାରୀ ଅନୁପ୍ରବେଶ କରୁଥିବା ସ୍ଥାନଗୁଡିକୁ ସିଲ୍‌ କରାଯିବା ସହ ପାକିସ୍ତାନ ପଟୁ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦେବା ଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଶତ୍ରୁମାନଙ୍କୁ ସଂହାର କରି ନିଜର ପୂର୍ବ ସ୍ଥାନକୁ ଫେରିଆସୁଥିଲା। ସେହି ଅନୁଯାୟୀ ଉକ୍ତ ଅଭିଯାନର ନାଁ ‘ସୁଦର୍ଶନ’ ରଖାଯାଇଛି। ଓ୍ବାଚ୍‌ ଟାଓ୍ବାର, ସେଣ୍ଟ୍ରି ପୋଷ୍ଟଗୁଡିକୁ ଉନ୍ନତ କରିବା ସହ ଅସ୍ତ୍ରଶସ୍ତ୍ର ସ୍ଥିତି ବଢ଼ଇବା, ତାରବାଡ଼ଗୁଡିକର ମରାମତି କରିବା ସହ ଭୂତଳ ଓ ସୀମାପାର ସୁଡ଼ଙ୍ଗଗୁଡିକୁ ଠାବ କରିବା ଲାଗି କୁହାଯାଇଛି। ସମ୍ବେଦନଶୀଳ ତଥା ଅନୁପ୍ରବେଶ ପ୍ରବଣ ସୀମାରେ ସୁରକ୍ଷା ବଢ଼ାଇବା ସହ ଉକ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri