Posted inଜାତୀୟ

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଏସ୍‌ଏଫ ଉକ୍ତ ସୀମାନ୍ତକୁ ଏହାର ସମସ୍ତ ବରିଷ୍ଠ ପଦାଧିକାରୀଙ୍କ ସମେତ ହଜାର ହଜାର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରେରଣ କରିଛି। ‘ସୁଦର୍ଶନ’ ସାଙ୍କେତିକ ନାମରେ ଏହି ଅଭିଯାନ ଜୁଲାଇ ୧ରୁ ଆରମ୍ଭ ହୋଇଛି। ୧୦୦୦ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାରେଖାର ଏହି ଅଭିଯାନ ଚାଲିବ। ସେଥିରୁ ଜମ୍ମୁରେ ୪୮୫ କିଲୋମିଟର ଏବଂ ପଞ୍ଜାବରେ ୫୫୩ କିଲୋମିଟର ଅନ୍ତର୍ଜାତୀୟ ସୀମାରେଖା ରହିଛି। ପରେ ରାଜସ୍ଥାନ ଓ ଗୁଜରାଟ ଅନ୍ତର୍ଗତ ସୀମାନ୍ତରେ ମଧ୍ୟ ଅପରେଶନ ଆରମ୍ଭ ହେବ।
ସୀମାନ୍ତକୁ ବିପୁଳ ପରିମାଣର ଭାରି ଯୁଦ୍ଧୋପକରଣ ସାଙ୍ଗକୁ ଯୋଗାଯୋଗ ଇଣ୍ଟରସେପ୍ଟର, ମୋବାଇଲ ବୁଲେଟ୍‌ପ୍ରୁଫ୍‌ ବଙ୍କର ପଠାଯାଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି। ଫ୍ରଣ୍ଟିୟର ଏବଂ ବାଟାଲିୟନ କମାଣ୍ଡର (ଇନ୍ସପେକ୍ଟର ଜେନେରାଲଙ୍କଠାରୁ କମାଣ୍ଡାଣ୍ଟ ପାହ୍ୟା ପର୍ଯ୍ୟନ୍ତ), ୪୦ଟି ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ଓ କମ୍ପାନୀ (ୟୁନିଟ୍‌) କମାଣ୍ଡରମାନଙ୍କୁ ସୀମାକୁ ପଠାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅଭିଯାନ ଶେଷ କରି ୧୫ ସୁଦ୍ଧା ବେସ୍‌ କ୍ୟାମ୍ପ୍‌କୁ ଫେରିଆସିବାକୁ ସେମାନଙ୍କୁ କୁହାଯାଇଛି।
ସୀମାରେ ଭାରତର ପ୍ରତିରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ଲାଗି ବହୁସ୍ତରୀୟ ପାଟ୍ରୋଲିଂ କରାଯାଉଛି। ଆତଙ୍କବାଦୀ ଓ ନିଶା ଚୋରାବେପାରୀ ଅନୁପ୍ରବେଶ କରୁଥିବା ସ୍ଥାନଗୁଡିକୁ ସିଲ୍‌ କରାଯିବା ସହ ପାକିସ୍ତାନ ପଟୁ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦେବା ଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଶତ୍ରୁମାନଙ୍କୁ ସଂହାର କରି ନିଜର ପୂର୍ବ ସ୍ଥାନକୁ ଫେରିଆସୁଥିଲା। ସେହି ଅନୁଯାୟୀ ଉକ୍ତ ଅଭିଯାନର ନାଁ ‘ସୁଦର୍ଶନ’ ରଖାଯାଇଛି। ଓ୍ବାଚ୍‌ ଟାଓ୍ବାର, ସେଣ୍ଟ୍ରି ପୋଷ୍ଟଗୁଡିକୁ ଉନ୍ନତ କରିବା ସହ ଅସ୍ତ୍ରଶସ୍ତ୍ର ସ୍ଥିତି ବଢ଼ଇବା, ତାରବାଡ଼ଗୁଡିକର ମରାମତି କରିବା ସହ ଭୂତଳ ଓ ସୀମାପାର ସୁଡ଼ଙ୍ଗଗୁଡିକୁ ଠାବ କରିବା ଲାଗି କୁହାଯାଇଛି। ସମ୍ବେଦନଶୀଳ ତଥା ଅନୁପ୍ରବେଶ ପ୍ରବଣ ସୀମାରେ ସୁରକ୍ଷା ବଢ଼ାଇବା ସହ ଉକ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଜତରେ ବାପ-ପୁଅଙ୍କ ମୃତ୍ୟୁ

ତୁତିକୋରିନ୍‌ (ତାମିଲନାଡ଼ୁ), ୨୫ା୬: ତାମିଲନାଡ଼ୁର ସଥନକୁଲମ୍‌ ପୋଲିସଷ୍ଟେଶନରେ ବାପା-ପୁଅଙ୍କ ହାତଜ ମୃତ୍ୟୁକୁ ନେଇ ପରିସ୍ଥିତି ସରଗରମ୍‌ ହୋଇପଡ଼ିଛି। ଏହାକୁ ବିରୋଧ କରି ବୁଧବାର ଜିଲାର ସମସ୍ତ...

ନୂଆ ଦଲାଇ ଲାମା ଚୟନରେ ହସ୍ତକ୍ଷେପ କରିବ ଚାଇନା

କୋଲକାତା,୫।୧: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚାଇନା ହସ୍ତକ୍ଷେପ କରିବ। ଏଥିପାଇଁ ବେଜିଂ ୧୫ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିବା ତିବ୍ବତ ନିର୍ବାସିତ ସରକାରର...

ଟିକା ନେବା ପରେ ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ ହେଉଛନ୍ତି କରୋନାରେ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ...

ସଫଳ ହେଲା ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ

ପାଟନା,୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ...

ସବୁ କଶ୍ମୀରବାସୀ ଦେଶଦ୍ରୋହୀ ନୁହନ୍ତି: ରାମ ମାଧବ

ନୂଆଦିଲ୍ଲୀ,୫।୧୦: ଭାରତୀୟ ଜନତା ପାର୍ଟି(ଭାଜପାର)ର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ କହିଛନ୍ତି ଏବେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହା ଏବେ ଅନ୍ୟ...

ଟସ୍‌ ଜିତିଲା ଭାରତ

ଡବଲିନ୍‌,୨୬।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅଧିନାୟକ ଭାବେ ହାର୍ଦ୍ଦିକ...

କରୋନାରୁ ଦୂରେଇ ରହିବା ଲାଗି ହାତ ଧୋଉଧୋଉ ହୋଇ ବି ପାରେ ଜଳସଙ୍କଟ !

ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ...

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ...

Advertisement
Archives

Model This Week