Posted inଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ଚେନ୍ନାଇ,୨୪ା୯: ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କେତେଜଣ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ବାଲାକୋଟ ଶିବିରରେ ତାଲିମ ପାଇଥିବା ଏକ ସୂତ୍ରରୁ ଜଣାପଡିଛି। ଏହି ସୂଚନା ମିଳିବା ପରେ ସୀମାନ୍ତରେ ସୁରକ୍ଷା ବଳକୁ ହାଇ ଆଲର୍ଟରେ ରଖାଯାଇଛି। ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯବାନମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।
ଗୋଇନ୍ଦା ସୂଚନା ଅନୁଯାୟୀ ପାକିସ୍ତାନ ପାର୍ଶ୍ୱ ଲିପା ଉପତ୍ୟକାରେ ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ବିଭିନ୍ନ ପ୍ରମୁଖ ସହରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଲାଗି ସେମାନେ ଲକ୍ଷ୍ୟ ରଖିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ଲାଗି ପାକିସ୍ତାନ ଉଦ୍ୟମ ଚଳାଇଥିବାରୁ ସେଠାରେ ଅଶାନ୍ତିର ବାତାବରଣ ସୃଷ୍ଟି ଲାଗି ଯୋଜନା କରିଛି।
ପାକିସ୍ତାନ ସୀମା ବାଲାକୋଟରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍‌ କରି ଧ୍ୱଂସ କରିଥିବା ଆତଙ୍କବାଦୀ ଶିବିର ଏବେ ପୁଣି ସକ୍ରିୟ ହୋଇଉଠିଥିବା ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ କହିଛନ୍ତି। ସୋମବାର ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀକୁ ଉଦ୍‌ଘାଟନ କରିବା ପରେ ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ଯେ କୌଣସି ଆତଙ୍କବାଦୀ କାର୍ଯ୍ୟ କିମ୍ବା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ଲାଗି ସେନା ସର୍ବଦା ସତର୍କ ରହିଛି। ଯଦି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ କଡ଼ା ଜବାବ୍‌ ଦିଆଯିବ ବୋଲି ସେନାଧ୍ୟକ୍ଷ ପ୍ରକାଶ କରିଛନ୍ତି।
ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଆତଙ୍କବାଦୀ ଧମକଚମକ ଦେଉଛନ୍ତି। ଲୋକଙ୍କୁ ଭୟ ଦେଖାଇ ସ୍ଥିତି ବିଗାଡ଼ିବାକୁ ଚାହୁଁଛନ୍ତି। ଏହା କେବେହେଲେ ସଫଳ ହେବାକୁ ଦିଆଯିବନି। ସେଠାରେ ଲାଗିଥିବା କଟକଣାକୁ ଧୀରେଧୀରେ ହଟାଯିବ ଓ ପରିସ୍ଥିତି ସ୍ବାଭାବିକ କରାଯିବ।

ପାର୍ବଣ ଋତୁରେ ଆକ୍ରମଣ ଆଶଙ୍କା

ଗତ ୨ ମାସ ମଧ୍ୟରେ ଭାରତ ଭିତରକୁ ପ୍ରାୟ ୬୦ ଆତଙ୍କବାଦୀ ପଶିଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ପାର୍ବଣ ଋତୁର ଫାଇଦା ନେଇ ଆତଙ୍କବାଦୀ ଯେକୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିପାରନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏବେବି ୪ରୁ ୫ ଲଞ୍ଚପ୍ୟାଡ୍‌ ସୀମାରେ ସକ୍ରିୟ ରହିଛି। ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ଉସୁକାଇବାରେ ଲାଗିଛି। ତେଣୁ ପାର୍ବଣ ସମୟରେ ସତର୍କ ରହିବା ଲାଗି ଗୋଇନ୍ଦା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri