Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଷଡ଼ଯନ୍ତ୍ର ହୋଇଛି ବିଫଳ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ର ବିଫଳ ହୋଇଛି। ୭୨ତମ ସେନା ଦିବସ ପାଳନ ଅବସରରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଏହା କହିଛନ୍ତି। ଭାରତୀୟ ସେନା ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ। ଜମ୍ମୁ-କଶ୍ମୀରରେ ସେନା ପକ୍ଷରୁ ଜିରୋ ଟଲୋରାନ୍ସ୍‌ ଯୋଜନା ଗ୍ରହଣ କରାଯାଇଛି। ଫଳରେ ଆତଙ୍କବାଦୀ ଅନୁପ୍ରବେଶ ଘଟଣା କମିବାରେ ଲାଗିଛି ବୋଲି ନରାଓ୍ବଣେ କହିଛନ୍ତି। ଏହି ଅବସରରେ ସେ ଯବାନଙ୍କୁ ସମ୍ମାନୀତ କରିଛନ୍ତି। ପ୍ରଥମଥର ପାଇଁ ସେନା ଦିବସ ପରେଡରେ ପୁରୁଷଙ୍କ କଣ୍ଟିଜେଣ୍ଟ୍‌ର ନେତୃତ୍ୱ ଆର୍ମି କ୍ୟାପଟେନ୍‌ ତାନିଆ ଶେରଗିଲ୍‌ ନେଇଛନ୍ତି। ଏପରି କରି ସେ ପ୍ରଥମ ମହିଳା କ୍ୟାପଟେନ୍‌ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…

ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

୨୫ ଦିନିଆ ଭିଜାରେ ପାକିସ୍ତାନରୁ ଭାରତ ଆସିଲେ ୫୦ ହିନ୍ଦୁ ପରିବାର

ପଞ୍ଜାବ,୩।୨: ଓ୍ବାଘା-ଅଟାରି ସୀମା ଦେଇ ସୋମବାର ୫୦ ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଛନ୍ତି। ଏମାନେ ୨୫ ଦିନିଆ ଭିଜାରେ ଭାରତ ଗସ୍ତ କରିଛନ୍ତି।...

କୋଭିଡ ହସ୍ପିଟାଲରେ ନିଆଁ: ଚାଲିଗଲା ୯ ଜୀବନ, ୭୦ ଉଦ୍ଧାର

ମୁମ୍ବାଇ,୨୬।୩: ମୁମ୍ବାଇର ଏକ ମଲ୍‌ରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୭୦ ରୋଗୀଙ୍କୁ...

୫୩ ଦିନ ପରେ ମୃତ୍ୟୁ ସଂଖ୍ୟା ୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...

ଏନ୍‌ସିବି କଷ୍ଟଡିରେ ରାତି କାଟିଲେ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତ

ମୁ୍‌ମ୍ବାଇ,୪ ।୧୦: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଏନ୍‌ସିବି ଅଧିକାରୀଙ୍କ ଚଢାଉ ପରେ ସେଥିରେ ଡ୍ରଗ୍ସ ପାର୍ଟି ଚାଲିଥିବା ଜଣାପଡିଥିଲା । ଡ୍ରଗ୍ସ...

ତୃତୀୟ ଲହର ଟାର୍ଗେଟରେ କରୋନା ଯୋଦ୍ଧା, ୧୦୦୦ରୁ ଅଧିକ ଡାକ୍ତର ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତୃତୀୟ ଲହର...

୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ଗାଁ ପାଲଟୁଛି କରୋନା ହଟ୍‌ସ୍ପଟ୍‌: ସଚେତନତା ଅଭାବରୁ ବଢୁଛି ସଂକ୍ରମଣ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ସଙ୍କଟ ସୃଷ୍ଟି କରିଛି। ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ଧୀରେଧୀରେ...

Advertisement
Archives

Model This Week