Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ଉପରେ ଲାଗି ପାରିବନି ରୋକ

ନୂଆଦିଲ୍ଲୀ,୧।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନର ବିଚାର ମଙ୍ଗଳବାର ହୋଇଛି। ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କରାଯାଇଥିବା କେନ୍ଦ୍ର ସରକାରଙ୍କ ଘୋଷଣା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ତେବେ ଏନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତିି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନରେ ଜବାବ ଦାଖଲ ଲାଗି ୨ ସପ୍ତାହରୁ ଅଧିକ ସମୟ ନ ଦେବାକୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ଅଦାଲତ ଖାରଜ କରିଛନ୍ତି। ଏହା ସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମ୍ପର୍କିତ ସାମ୍ବିଧାନିକ ବୈଧତା ବିରୋଧରେ ଅନ୍ୟ କୌଣସି ନୂଆ ଅଭିଯୋଗ ଦାଖଲ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନ ପରିଷଦରୁ ଇସ୍ତଫା ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ ପରେ ଏବେ ଭାଜପା ସରକାର ଗଠନ କରିବାକୁ ଯାଉଛି। ମାର୍ଚ୍ଚ ୨୫ରେ ଯୋଗୀ ସରକାର ଶପଥ...

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି।...

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ମାୟାବତୀ

ମେରଠ,୫।୬: ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ଦୀର୍ଘ ବର୍ଷର ଶତ୍ରୁତାକୁ ଭୁଲି ଗତ ଲୋକ ସଭା ନିର୍ବାଚନରେ ଏକାଠି ହୋଇଥିଲେ। ଚଳିତବର୍ଷ ଜାନୁୟାରୀରେ ହିଁ ଦୁଇ ଦଳର...

କାର୍ଯ୍ୟାଳୟରେ ଏସଡିଓ ଲଗାଇଲେ ଓସାମା ବିନ ଲାଦେନଙ୍କ ଫଟୋ, ତଳେ ଲେଖିଲେ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର

ଫରୁଖାବାଦ,୧ ।୬: ଉତ୍ତର ପ୍ରଦେଶର ଫରୁଖାବାଦ ବିଦ୍ୟୁତ ବିତରଣ ନିଗମର ଜଣେ ଏସଡିଓ ନିଜ କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀଙ୍କୁ...

ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ, ବଦଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ: କଂଗ୍ରେସ

ନୂଆଦିଲ୍ଲୀ,୬ ।୮: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ପଦକ ଜିତିବା ପରେ ଦେଶରେ ଏକ ପ୍ରକାର ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହାରି...

ମାୟାବତୀ,ମମତା, ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର: ଶରଦ ପାଓ୍ବାର

ମୁମ୍ବାଇ,୨୮।୪: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ବହୁମତ ସାବ୍ୟସ୍ତ କରିବାରେ ଅସଫଳ ହେବେ ତେବେ...

ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଚିରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୧୭।୭: ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଯାତ୍ରୀବାହୀ ବିମାନ ରବିବାର କରାଚିରେ ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟିକୁ କରାଚିରେ ଅବତରଣ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ୧୧ ଦୃଷ୍ଟିଶକ୍ତି ହରାଇଲେ

ଭୋପାଳ,୧୮ା୮(ଆଇଏଏନ୍‌ଏସ୍‌): ଇନ୍ଦୋର ଆଇ ହସ୍ପିଟାଲ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ୧୧ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଅସ୍ତ୍ରୋପଚାର କକ୍ଷକୁ ସିଲ୍‌ କରିଦେବା ସହ...

Advertisement
Archives

Model This Week