ଅନୁଗୋଳ ଜିଲାରେ ୫-ଟି ମନ୍ତ୍ର ବାଟବଣା: ବୈଠକର ମାସେ ପରେ ଆସୁଛି ଡିପିସି ଫାଇଲ

ଅନୁଗୋଳ ଅଫିସ, ୨୯।୮: ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଅନୁଗୋଳ ଜିଲାରେ ବାଟବଣା ହୋଇଥିବା ଚର୍ଚ୍ଚା ଜୋର ଧରିଛି। କାରଣ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି (ଡିପିସି) ବୈଠକ ବସିବାର ଦୀର୍ଘଦିନ ପରେ ମଧ୍ୟ ଫାଇଲ ଅନୁମୋଦନ ପାଇଁ ଆସିପାରୁ ନାହିଁ। ଉକ୍ତ ଫାଇଲ ଡିପିସି ଅଧ୍ୟକ୍ଷ ତଥା ଜିଲାପାଳଙ୍କ ନିକଟରେ ସପ୍ତାହକ ମଧ୍ୟରେ ପହଞ୍ଚିବା କଥା। କିନ୍ତୁ ଗତ ଜୁଲାଇ ୧୧ରେ ବୈଠକ ବସିଥିବା ବେଳେ ମାତ୍ର ୪/୫ଦିନ ତଳେ ଉକ୍ତ ଫାଇଲ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଟେବୁଲରେ ପହଞ୍ଚିବା ସହ ଅନୁମୋଦନ ଲାଭ କରିଛି। ସେହିପରି ପଦୋନ୍ନତି ପୋଷ୍ଟିଂ ଫାଇଲ ମଧ୍ୟ ଏଯାଏ ଜିଲାପାଳଙ୍କ ପାଖକୁ ଆସି ନ ଥିବାରୁ କର୍ମଚାରୀମାନଙ୍କୁ ନୂତନ ସ୍ଥାନକୁ ପଠାଯାଇ ପାରୁ ନାହିଁ। ଅନ୍ୟପକ୍ଷରେ ପଦୋନ୍ନତିି ପାଇଥିବା କର୍ମଚାରୀମାନେ ନିଜ ପୂର୍ବ ସ୍ଥାନ ଅର୍ଥାତ୍‌ ହୋମ ଷ୍ଟେଶନରେ ରହିବାକୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଲବି ଚଳାଇଥିବା ଆଲୋଚନା ହେଉଛି।
ସୂଚନା ଅନୁଯାୟୀ, ଡିପିସି କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଜିଲାପାଳ ରହିଥିବା ବେଳେ ଏଥିରେ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀ ସଦସ୍ୟ ରହିଛନ୍ତି। କିନ୍ତୁ ଜୁଲାଇ ୧୧ ବୈଠକ ପରେ ଫାଇଲ ଏତେଦିନ କେଉଁଠି ରହିଲା ତାହା କେହି କହିପାରୁ ନାହାନ୍ତି। ବହୁ ବିଳମ୍ବରେ ଆସିଥିବା ଉକ୍ତ ଫାଇଲରେ ମୋହର ମରାଯିବା ପରେ ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ପୋଷ୍ଟିଂ ଫାଇଲ ଜିଲାପାଳଙ୍କ ନିକଟକୁ ଅନୁମୋଦନ ପାଇଁ ଆସିବା କଥା। ହେଲେ ତାହା ମଧ୍ୟ ଏଯାଏ ଆସିପାରି ନାହିଁ। ଫଳରେ ପଦୋନ୍ନତି ପାଇ କନିଷ୍ଠରୁ ବରିଷ୍ଠ କିରାଣି ହୋଇଥିବା ୨୩ କର୍ମଚାରୀ ଓ ଅମିନରୁ ଆରଆଇକୁ ପଦୋନ୍ନତି ପାଇଥିବା ୭ କର୍ମଚାରୀଙ୍କୁ ପୋଷ୍ଟିଂ ସ୍ଥାନକୁ ପଠାଯାଇ ପାରୁନାହିଁ। ଇତିମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରୁ କେତେଜଣ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପଇଁତରା ମାରିବା ସହ ହୋମ୍‌ ଷ୍ଟେଶନରେ ରହିବାକୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଲବି ଚଳାଇଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ତାଲିକା ଓ ନିଯୁକ୍ତି ସମ୍ପର୍କିତ ଫାଇଲ ଏଯାଏ ଆସିନାହିଁ। ଯଦି କୌଣସି କର୍ମଚାରୀ ନିଜ ଷ୍ଟେଶନରେ ରହିବାକୁ ଲବି କରୁଛନ୍ତି ତାହା ସମ୍ଭବ ନୁହେଁ। ପଦୋନ୍ନତି ପାଇଥିବା କର୍ମଚାରୀମାନେ ଅନ୍ୟତ୍ର ବଦଳି ହୋଇଯିବେ। ଏ ନେଇ ଅନୁଧ୍ୟାନ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri