ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ: ୨ ପର୍ଯ୍ୟାୟରେ ନିର୍ମାଣ ହେବ ୬୧୩ ଘର

ଅନୁଗୋଳ ଅଫିସ, ୩୧ା୧୦ – ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟଅତିଥି, ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ।
ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ଦ୍ୱାରା ବିସ୍ଥାପିତ ହେଉଥିବା ପରିବାର ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ। ଅନୁଗୋଳ ବ୍ୟତୀତ ଅନ୍ୟ ଜିଲାରେ ମଧ୍ୟ ଏହିଭଳି ପ୍ରକଳ୍ପ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଅନୁଗୋଳରେ ପ୍ରଥମ ପର୍ଯ୍ୟାୟରେ ୩୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୮୨ ଘର ନିର୍ମାଣ ହେବ। ୨୮୨ଟି ଘର ମଧ୍ୟରୁ ୧୨୬ କେବଳ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ପରିବାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ବିଧାୟକ ସିଂହ କହିଥିଲେ, ଦୀର୍ଘ ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୦୪ରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅଟ୍ଟାଳିକା ନିର୍ମାଣ ନିମନ୍ତେ ପରିକଳ୍ପନା କରାଯାଇଥିଲା। ଶେଷରେ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହର ଉପକଣ୍ଠରେ ହେଉଥିବା ଏହି ଆପାର୍ଟମେଣ୍ଟରେ ଅନେକ ପରିବାର ରହିବା ଦ୍ୱାରା ସେଠାରେ ଏକ ଉତ୍ତମ ଭାଇଚାରା ଓ ସଂସ୍କୃତି ଗଢ଼ି ଉଠିବ ବୋଲି କହିଥିଲେ। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ ଓ ଢେଙ୍କାନାଳ ଏମ୍‌ପିଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ କମିଶନର ତଥା ସଚିବ ଗଙ୍ଗାଧର ପାତ୍ର ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଯନ୍ତ୍ରୀ ମଦନ ମୋହନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri