ଅନୁଗୋଳରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ‘ଆଶା-ଦି ହୋପ୍‌’ଉଦ୍‌ଘାଟିତ : ଦିବ୍ୟାଙ୍ଗଙ୍କ ମାତା ପିତାଙ୍କ ସ୍ବପ୍ନ ସାକାର କରିବୁ: ଶାଲୁ ଜିନ୍ଦଲ

ଅନୁଗୋଳ ଅଫିସ, ୮।୧୨ – ଦିବ୍ୟାଙ୍ଗ ତଥା ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ଆବଶ୍ୟକତା ପୂରଣ ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ‘ଆଶା-ଦି ହୋପ୍‌’ ନାମକ ଏକ ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ଶନିବାର ଅନୁଗୋଳ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା ଏହି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଅନୁଗୋଳରେ ଜେଏସ୍‌ପିଏଲ୍‌ର ଏହି କେନ୍ଦ୍ରକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷା। ସେ କହିଥିଲେ, ପୂର୍ବରୁ ଏପରି କେନ୍ଦ୍ର ଛତିଶଗଡ଼ର ରାୟଗଡ଼ ଓ ଝାଡଖଣ୍ଡର ପତ୍ରାତୁ ଠାରେ ଖୋଲାଯାଇ ୪୫ ଶହରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସାରିଛି। ଅନୁଗୋଳରେ ମଧ୍ୟ ଏହି ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ଆବଶ୍ୟକତା ତଥା ଥଇଥାନ ପାଇଁ କାର୍ଯ୍ୟ କରିବ। ଦିବ୍ୟାଙ୍ଗ ଶିଶୁଙ୍କୁ ନେଇ ମାତା ପିତା ଦେଖିଥିବା ସ୍ବପ୍ନ ସାକାର କରିବ।
ଅନୁଗୋଳର ଏହି ନୂତନ କେନ୍ଦ୍ରରେ ଫିଜିଓଥେରାପି, ଅକୁପେସନାଲ ଥେରାପି, ସେନ୍ସରି ସମନ୍ବିତ ଥେରାପି, ମାନସିକ ଅନଗ୍ରସର ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷା ତଥା ବଧିର ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଅଡିଓମେଟ୍ରି ଓ ସ୍ପିଚ ଥେରାପି ଆଦି ପ୍ରଦାନ କରାଯିବ। ଏଥିସହିତ ଏହି କେନ୍ଦ୍ର ମାଧ୍ୟମରେ କୌଶଳ ବିକାଶ ଶିକ୍ଷା ଓ ବୃତ୍ତିଗତ ତାଲିମ, ସଙ୍ଗୀତ, ନୃତ୍ୟ ଓ କ୍ରୀଡା ମାଧ୍ୟମରେ ଗୋଷ୍ଠୀଗତ ଥଇଥାନ ଆଦି ପ୍ରଦାନ କରାଯିବ। ଏହି ଅବସରରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଏପରି ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁଙ୍କୁ ସଶକ୍ତୀକରଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏସ୍‌ପି ଜଗମୋହନ ମୀନା ମଧ୍ୟ ଫାଉଣ୍ଡେଶନର ଏହି ଉପକ୍ରମ ମାଧ୍ୟମରେ ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ମଙ୍ଗଳ ହୋଇପାରିବ ବୋଲି କହିଥିଲେ। ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ, ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସମାଜର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଆଶା-ଦି ହୋପ୍‌ ଅନୁଗୋଳ କେନ୍ଦ୍ରରେ ଜଣେ ଫିଜିଓ ଥେରାପିଷ୍ଟ, ଜଣେ ଅକୁପେସନାଲ ଥେରାପିଷ୍ଟ, ଜଣେ ସ୍ପିଚ ଥେରାପିଷ୍ଟ, ଦୁଇ ଜଣ ସ୍ବତନ୍ତ୍ର ଶିକ୍ଷାଦାତା ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ଆର୍ଥିକ ଅନଗ୍ରସର ବର୍ଗର ଶିଶୁ ମାଗଣା ସେବା ପାଇବେ ବୋଲି ଅଧ୍ୟକ୍ଷା ଜିନ୍ଦଲ ପ୍ରକାଶ କରିଥିଲେ। ଏହି ଉଦ୍‌ଘାଟନ ଉତ୍ସବ ଅବସରରେ ଜେଏସ୍‌ପିଏଲ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇଭିପି ତଥା ସିଏସ୍‌ଆର୍‌ ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ ହୋତା, ଭିପି ସିଏସ୍‌ଆର୍‌ ଏସ.କେ. ଶର୍ମା, ଭିପି ତଥା ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରା, ଜିଏମ୍‌ ସିଏସ୍‌ଆର୍‌ ପୁଷ୍ପା ଶତପଥୀ ଓ ଜେଏସ୍‌ପିଏଲ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ...

ଯୌତୁକ ନିଆଁରେ ଜଳିଗଲେ ପ୍ରିୟା

ବଅଁରପାଳ, ୧୭।୭(ଡି.ଏନ.ଏ) ଯୌତୁକ ଲୋଭ ପୁଣି ନେଇଛି ଜୀବନ। ମାତ୍ର ଦେଢ଼ବର୍ଷର ଜଣେ ନବବଧୂଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।...

ଖୋଳକୁ କରତାଳ ଦେଉନି ତାଳ

ବଅଁରପାଳ, ୧୮ା୮ ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ...

ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।...

ଶୀତଳଭଣ୍ଡାର ଅଭାବରୁ ଶସ୍ତା

ବଇଣ୍ଡା,୧୦ା୧୨ (ପରିକ୍ଷିତ ସାହୁ): ମାସ ମାସର ହାଡ଼ଭଙ୍ଗା ପରିଶ୍ରମ। ତା’ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ। ଏସବୁ ସତ୍ତ୍ୱେ ଫଳାଇଥିବା ଫସଲରୁ ଚାଷୀଙ୍କୁ ମିଳିପାରୁନି ଲାଭ।...

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା...

ସରୁନି ଭାନୁଙ୍କ ସଂଘର୍ଷ

ବଇଣ୍ଡା,  ୫।୭(ପରିକ୍ଷିତ ସାହୁ) : ୧୦ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ବଞ୍ଚିବା ଦୁର୍ବିଷହ ହୋଇପଡିଛି। ୨ ସନ୍ତାନଙ୍କ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରି...

ପୌର ଓ ବ୍ଲକ କାର୍ଯ୍ୟାଳୟରେ ଏମ୍‌ପିଙ୍କ ସମୀକ୍ଷା:ସଫେଇ ପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ବ୍ଲକ ଓ ପୌରପାଳିକାର କାର୍ଯ୍ୟ ସମୀକ୍ଷା କରିଛନ୍ତି ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ପ୍ରଥମେ ସେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି...

Advertisement
Archives

Model This Week