ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବାରମ୍ବାର ନିର୍ବାଚନ ସ୍ଥଗିତ ହେବାରେ ଲାଗିଛି। ଆଗାମୀ ଦିନରେ ନିର୍ବାଚନ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସମସ୍ତ ଓକିଲ ସଂଘକୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରିବା ପାଇଁ ସୋମବାର ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ସମ୍ପାଦକ ଜେ.କେ. ସାମନ୍ତସିଂହାରଙ୍କ କହିବାନୁଯାୟୀ, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ପାଇଁ ନିର୍ଦ୍ଦେଶ ମିଳିଛି। ଫଳରେ ପରିଷଦର ସ୍ବତନ୍ତ୍ର କମିଟି ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ନେଇ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଓକିଲ ସଂଘର ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି କମିଟି ଗଠନ ହେବାକୁ ଥିବାବେଳେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। କମିଟି ଗଠନ ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ ଓକିଲ ସଂଘଗୁଡ଼ିକ ପାଳନ କରିବା ଆବଶ୍ୟକ। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି କମିଟି ଗଠନ କରିବାକୁ ହେବ। ଯଦି କୌଣସି ଓକିଲ ସଂଘ ଏଥିରେ ବିଫଳ ହୁଅନ୍ତି, ତେବେ ଅବଧି ଶେଷ ହେବାର ସାତ ଦିନ ଭିତରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ହାଇକୋର୍ଟ ସହ ସମସ୍ତ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୮ ତାରିଖରେ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ଥିର ହୋଇଥିଲା। ହାଇକୋର୍ଟ ସମେତ ସମସ୍ତ ଓକିଲ ସଂଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରି କି ପ୍ରାର୍ଥିପତ୍ର ଦାଖଲ, ଯାଞ୍ଚ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ମାର୍ଚ୍ଚ ୨୮ ତାରିଖ ବଦଳରେ ଏପ୍ରିଲ୍‌ ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଏପ୍ରିଲ୍‌ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ...

କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍‌ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର...

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ ।...

ମିଳିଲାନି ଆଳୁ, ପିଆଜ

ତାଳଚେର,୨୬।୩(ନି.ପ୍ର.)- ଲକ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଗୁରୁବାର ଅନୁଗୋଳ ଜିଲା ତାଳଚେର ଥର୍ମାଲ ସାପ୍ତାହିକ...

୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ...

‘ଏଚ୍‌ଏସଟିଡିଭି’ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍‌ଏସଟିଡିଭି(ହାଇପର୍‌ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ...

ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !

ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ...

ଭାକ୍ସିନ୍‌ କାମ କରୁଛି ବୋଲି ଜାଣିବେ କିପରି…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସାର୍ବଜନୀକ ଭାକ୍ସିନ୍‌ କରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ନେବା...

Advertisement
Archives

Model This Week