ଅନିଲଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକଙ୍କ ଇସ୍ତଫାପତ୍ର ନାମଞ୍ଜୁର

ନୂଆଦିଲ୍ଲୀ,୨୫-୧୧: ରିଲାଏନ୍ସ କମ୍ୟୁନିକେଶନରେ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକ ନିକଟରେ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଇନସଲଭେନ୍ସି ପ୍ରକ୍ରିୟା ଦେଇ ଚାଲୁଥିବା ଏହି କମ୍ପାନୀର ଋଣଦାତାମାନେ ସେମାନଙ୍କ ଇସ୍ତଫା ପତ୍ରକୁ ନାମଞ୍ଜୁର କରି ଦେଇଛନ୍ତି। ଇନସଲଭେନ୍ସି ପ୍ରକ୍ରିୟାରେ ସହଯୋଗ କରିବା ଲାଗି ଏମାନଙ୍କୁ କୁହାଯାଇଛି। ବିଏସ୍‌ଇକୁ କମ୍ପାନୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ରାୟନା କରାନି,ଛାୟା ବିରାନି, ମଞ୍ଜରୀ କାକେର ଏବଂ ସୁରେଶ ରଙ୍ଗାଚାର ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ। ନିକଟରେ କମ୍ପାନୀର ବୋର୍ଡ ବୈଠକ ବସିଥିବା ବେଳେ ଇସ୍ତଫାପତ୍ରକୁ ନ ଗ୍ରହଣ କରିବା ଲାଗି ଏଠାରେ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଦେଶକ ଭାନେ ଏମାନଙ୍କୁ ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଟେଲିକମ୍‌ କ୍ଷେତ୍ରର ପୁରୁଣା ବକେୟା ପ୍ରଦାନ ଲାଗି ନିକଟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କମ୍ପାନୀକୁ ୩୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଛି। ଗୋଟିଏ ତ୍ରୈମାସ କ୍ଷତି କ୍ଷେତ୍ରରେ କୌଣସି ଭାରତୀୟ କମ୍ପାନୀ ଲାଗି ଏହା ଦ୍ୱିତୀୟ ବଡ କ୍ଷତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା...

ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।...

ଅମୃତ ମହୋତ୍ସବ ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ, ଆୟକର ସୀମା ଅପରିବର୍ତ୍ତିତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍‌ ପୂର୍ବ ପରି...

ବ୍ୟବସାୟରେ ନୂତନତ୍ୱ ଆଣେ ଆଗ୍ରହ

ଗୁପ୍ତା ପାଓ୍ବାର ଅପ୍ଟିକାଲ୍‌ ଫାଇବର କେବୁଲ ଏବଂ ଏଲ୍‌ଇଡି/ ସୋଲାର୍‌ ଲାଇଟ୍ସ, ଏଚ୍‌ଟିଏଲ୍‌ଏସ୍‌ କଣ୍ଡକ୍ଟର୍ସ, ରେଲ୍‌ଓ୍ବେ ସିଗ୍‌ନାଲିଂ କେବଲ୍ସ, କ୍ୟାଟେନାରି ଓ୍ବାୟର୍ସର ନିର୍ମାଣରେ ସ୍ବତନ୍ତ୍ରତା ଆଣିଛି।...

୪୪୬ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଏହି ସମୟରେ ପ୍ରାୟ ୪୪୬ ପଏଣ୍ଟ ବଢିଥିବା ନଜରକୁ ଆସିଛି।...

କମୁଛି ରାଜସ୍ବ, ବଢୁଛି ଖର୍ଚ୍ଚ: ଅଧିକ ଋଣ କରିପାରନ୍ତି ସରକାର

ନୂଆଦିଲ୍ଲୀ, ୧୧।୯ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଟିକସ ସଂଗ୍ରହ କମୁଥିବାରୁ ରାଜକୋଷ ଉପରେ ଏବେ ଚାପ...

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ...

Advertisement
Archives

Model This Week