ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର ମଧ୍ୟ ବେଆଇନ ନିର୍ମାଣ ଓ ଜବରଦଖଲରୁ ବର୍ତ୍ତି ନାହିଁ। ଏଠାରେ ପ୍ରସାଦ ପ୍ରସ୍ତୁତ ହେବା ସହ ମହିଳାମାନଙ୍କର ସୁଦଶା ବ୍ରତରେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏବେ ଏହି ମନ୍ଦିରର ପୁନରୁଦ୍ଧାର ଏବଂ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ କୋଟି କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିଥିଲେ। ମାତ୍ର କେତେଜଣ ସେବାୟତଙ୍କ ମନମୁଖି ଏବଂ ଲାଭଖୋର ମନବୃତ୍ତ ପାଇଁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଗାଇଡ଼ ଲାଇନ ବିରୋଧରେ କାମ କରୁଛନ୍ତି। ଏଥିପାଇଁ ଅନେକ ସମୟରେ ବିଶୃଙ୍ଖଳା ଦେଖାଦେଉଛି। ଗୁରୁବାର ମନ୍ଦିର ପରିସରରେ ଏକ ପିଣ୍ଡି ନିର୍ମାଣ କରାଯାଉଥିଲା। ବାଲି ସିମେଣ୍ଟରେ ଏହି ପିଣ୍ଡିକୁ ନିର୍ମାଣ କରିବା ସମୟରେ ଏଏସଆଇଖବର ପାଇ ବିରୋଧ କରିଥିଲା। ଘଟଣାସ୍ଥଳରେ କର୍ମଚାରୀମାନେ ପହଞ୍ଚତ୍ବାରୁ ନିର୍ମାଣ କରୁଥିବା କେତେଜଣ ବ୍ୟକ୍ତି ଓଲଟା ଗାଳିଗୁଲଜ କରିବା ସହ ନାଲି ଆଖି ଦେଖାଇଥିଲେ। ଭୟରେ କର୍ମଚାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହାର ସୁଯୋଗ ହାତଛଡ଼ା ନ କରି ସେମାନେ ନିର୍ମାଣକାର୍ଯ୍ୟକୁ ତ୍ୱରାନିତ୍ୱ କରିଥିଲେ। ବିଭାଗୀୟ ଅଧିକାରୀ ନାଚାର ହୋଇ କେବଳ ତରବରିଆ ଭାବେ ବିଭିନ୍ନ ବିଭାଗକୁ ଘଟଣା ସମ୍ବନ୍ଧରେ ପତ୍ର ଲେଖି ହାତ ଟେକି ବସିଛନ୍ତି ।
ବେଆଇନ ସମ୍ବନ୍ଧରେ ଖୋର୍ଦ୍ଧା ଜିଲାପାଳ, କମିଶନରେଟ୍‌ ପୋଲିସର ଡ଼ିସିପି, ଏଏସଆଇର ସୁପରିଣ୍ଟେଣ୍ଡେଣ୍ଟ, ଆଇଆଇସି ଲିଙ୍ଗରାଜ ଥାନା ପ୍ରମୁଖକୁ ପତ୍ର ଲେଖା ଯାଇଥିବା ଏଏସ୍‌ଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟ ନାଥ କହିଛନ୍ତି। ପ୍ରଶାସନ ଏଭଳି ଘଟଣାରେ ନୀରବ ରହିବା ନେଇ ଅତୀତରେ ଐତିହ୍ୟ ଶିଶୁପାଳଗଡ଼ ପ୍ରାୟତଃ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଛି। ଏ ନେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୁହନ୍ତି, ଅନନ୍ତ ବାସୁଦେବ ମନ୍ଦିରରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେବା ନେଇ ମୋ ପାଖରେ ଖବର ନାହିଁ। ସେହିଭଳି ସାମାଜିକ କର୍ମୀ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଏଭଳି ଆଇନ ବିରୋଧ ଘଟଣା ନିନ୍ଦନୀୟ। ଏଥିପ୍ରତି ପ୍ରଶାସନ ସଚେତନ ହେବା ଉଚିତ୍‌। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ। ବିରଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର କୁହନ୍ତି, ଏଏସଆଇର ଗାଇଡ଼ ଲାଇନ ଅନୁଯାୟୀ, କୀର୍ତ୍ତରାଜ ଥିବା ସ୍ଥାନର ୨୦୦ମିଟର ଦୂରରେ ନିସିଦ୍ଧାଞ୍ଚଳରେ କୌଣସି ନିର୍ମାଣ ଆଇନତଃ ଦଣ୍ଡନୀୟ। ଏହା ପୁଣି ମନ୍ଦିର ପରିସରରେ ନିର୍ମାଣ ହେବା ସମସ୍ତଙ୍କୁ ଚକିତ କରିଛି। ଏଥିରେ ପ୍ରଶାସନର ହାତ ରହିଛି। ଯଦି ଏହା କେହି କରୁଥାଏ ଏଏସଆଇ ତା’ର ଗାଇଡ଼ଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗହଳି କମାଇବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲା ବିଏମ୍‌ସି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରେନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିଜ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ପାଇଁ...

ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ...

୪ରେ ସ୍ଥଳଭାଗ ଛୁଇଁପାରେ ‘ଜଓ୍ବାଦ’

ଭୁବନେଶ୍ୱର, ୧।୧୨(ବ୍ୟୁରୋ):ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୂମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି।...

ଦୁଗ୍ଧ ଚାଷୀଙ୍କୁ ୧୧ କୋଟି

ଭୁବନେଶ୍ୱର,୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ୧ ଲକ୍ଷ ଦୁଗ୍ଧଚାଷୀ ୬୦୦୦ ଟଙ୍କା...

ନାଁ ବଦଳାଇ ପୁଣି ଜବରଦଖଲ: ରଙ୍ଗିଲା ହଟିଲା, ତାରିଣୀ ଲାଗିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପ୍ରବଳ ଉତ୍ତେଜନା ଓ ଆନ୍ଦୋଳନ ପରେ ଉଚ୍ଛେଦ ହୋଇଥିଲା ମାଷ୍ଟରକ୍ୟାଣ୍ଟିନ ବସ୍‌ ଟର୍ମିନାଲ ନିକଟରେ ଜବରଦଖଲରେ ଥିବା ରଙ୍ଗିଲା ଢାବା। ମୁଖ୍ୟ ଶାସନ...

ଆଜି ଓଡ଼ିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରାୟ ୨୧୨ ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଜନ...

୧୨ କୋଟି ଜିଏସ୍‌ଟି ଠକି ବ୍ୟବସାୟୀ ଗିରଫ

କଟକ ଅଫିସ, ୮।୮: ଜିଏସ୍‌ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨...

ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମକୁ ପଞ୍ଜୀକୃତ କଲେ ନବୀନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତାମୂଳକ ପଦକ୍ଷେପସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ...

Advertisement
Archives

Model This Week