ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁ ଝାରପୋଖରିଆ ଆଇଆଇସିଙ୍କୁ ଶରତ ମହାଳିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ସତ୍ୟଜିତ୍‌ ମହାନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁରସ୍ଥିତ ଏକ କଲେଜ ହଷ୍ଟେଲର ଏକ କୋଠରିରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଶନିବାର ରାତିରେ ଉଦ୍ଧାର କରିଥିଲା। ଗତ ଅକ୍ଟୋବର ୨୬ ତାରିଖରେ ବଳାତ୍କାରର ଶିକାର ହୋଇଥିବା ଏହି ଅଧ୍ୟାପିକା ଝାରପୋଖରିଆ ଥାନାରେ ସେହିମାସ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସି ରହିଥିଲା। ମାନସିକ ଚାପ ସାଙ୍ଗକୁ ଧମକ ଓ ବ୍ଲାକମେଲିଂର ଶିକାର ହୋଇଥିଲେ ଏହି ଅଧ୍ୟାପିକା। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ କରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଖୋର୍ଦ୍ଧା ଅଫିସ,୨୯।୪: କୋରୋନା ପ୍ରସ୍ତୁତି ନେଇ ଖୋର୍ଦ୍ଧା ଜିଲାରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ । ବୁଧବାର ଆର୍‌ଡିସି ସାମଲ...

ଦଳୀୟ ଅଫିସ୍‌ ପାଇଁ ଜମି ହିସାବ ଦେଲେ ସରକାର

ଭୁବନେଶ୍ୱର,୫ା୯(ବ୍ୟୁରେ): ରାଜଧାନୀରେ ଦଳୀୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୯୬୪ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର...

ଅଭିଯୋଗ ଶୁଣାଣି ବେଳେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ...

ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ରପତ୍ତନଠାରୁ ୩.୧ରୁ ୫.୮ କିମି ମଧ୍ୟରେ...

ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଛକ ନିକଟରେ ଶନିବାର ଭୋରରେ ବିବାହ ପ୍ରୋସେସନ ସାରି ଫେରୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବୌଦ୍ଧ,୨୨।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ପବିତ୍ର...

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

ଜମି ନ ଥାଇ ମୋ ପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

ଭାପୁର,୨୮ା୯(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ପ୍ରାୟ ଦେଢବର୍ଷ ହେବ ବିଭିନ୍ନ ଦୁର୍ନୀତି ହୋଇଛି ା ଏକାଧିକ ଦୁର୍ନୀତି ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ...

Advertisement
Archives

Model This Week