Posted inଜାତୀୟ

ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ

ନୂଆଦିଲ୍ଲୀ,୨ା୭(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ କରି ୫ କଂଗ୍ରେସ ମୁଖ୍ୟମନ୍ତ୍ରୀ ୯୦ ମିନିଟ ଧରି ଆଲୋଚନା କରିବା ସହ ବିଫଳ ହୋଇଛନ୍ତି। ନିର୍ବାଚନରେ ପରାଜୟ ନୂଆ କଥା ନୁହେଁ ବୋଲି ସେମାନେ ରାହୁଲଙ୍କୁ ବୁଝାଇଥିଲେ। ରାହୁଲ ଆମ କଥା ଶୁଣିଛନ୍ତି ଏବଂ ଠିକ୍‌ ସମୟରେ ନିଷ୍ପତ୍ତି ନେବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଣମାଧ୍ୟମକୁ କହିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ସେ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ସେମାନଙ୍କ ପଦରୁ ଇସ୍ତଫା ଦେବା ଲାଗି ପ୍ରସ୍ତାବ ଦେଇଥିଲେ ବୋଲି ଗେହଲଟ ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ତେବେ ଦଳ ନେତୃତ୍ୱ ନିଷ୍ପତ୍ତି ହାଇକମାଣ୍ଡ ନେବେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ରାହୁଲଙ୍କୁ ଭେଟିଥିଲେ। ରାହୁଲ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଦେଇଥିବା ପାର୍ଲାମେଣ୍ଟରେ ଖବରଦାତାମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜ ପ୍ରତାପଙ୍କ ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ...

୩୪,୬୧୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୩ା୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେ ଓ୍ବାନ ହାଉସିଂ ଫାଇନାନ୍ସ ଲିଃ (ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) କପିଳ ଓ୍ବାଧଓ୍ବନ, ନିର୍ଦ୍ଦେଶକ...

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ...

ଦିଲ୍ଲୀପ ପାଟିଲ ହେବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ!

ମୁମ୍ବାଇ,୫।୪: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏନ୍‌ସିପି ନେତା ଦିଲ୍ଲୀପ ଓ୍ବାଲସେ...

ଖେଳ ଆରମ୍ଭ

କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ...

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ...

ଆଜିକୁ ପୁରିଲା ମୋଦି ସରକାରଙ୍କ ୫ ବର୍ଷ: ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଆଣି ଦେଇଛି ସଫଳତା; କଳାଧନ, ବିମୁଦ୍ରିକରଣକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

ନୂଆଦିଲ୍ଲୀ,୧୬।୫: ୨୦୧୪ ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା ଲୋକ ସଭା ନିର୍ବାଚନର ଫଳାଫଳ। ଏଥିରେ ଭାଜପା ବହୁମତ ସାବ୍ୟସ୍ତ କରିବା ସହ କେନ୍ଦ୍ରରେ ସରକାର...

ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ

ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍‌ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା...

Advertisement
Archives

Model This Week