Posted inଜାତୀୟ

ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୦।୨: ଫାଶୀ ଦଣ୍ଡାଦେଶକୁ ଏଡେଇବାକୁ ଯାଇ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଗୋଟିଏ ପରେ ଗୋଟିଏ ଉପାୟ ଚିନ୍ତା କରୁଛନ୍ତି। ଏହି ମାମଲାର ଦୋଷୀ ବିନୟ ଶର୍ମା ପୁଣିଥରେ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଥର ସେ ତାଙ୍କ ମାନସିକ ସ୍ବାସ୍ଥ୍ୟ ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି। ବିନୟଙ୍କ ଓକିଲ ଏପି ସିଂ ଏହା ଦାଖଲ କରିଛନ୍ତି। ଅଭିଯୋଗ ଉଲ୍ଲେଖ କରାଯାଇଛି କି ବିନୟଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି ଓ ସେ କାହାକୁ ଚିହ୍ନି ପାରୁ ନାହାନ୍ତି। ଏଥିପାଇଁ ତୁରନ୍ତ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ଏହି ମାମଲାର ଶୁଣାଣି ଶନିବାର ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିନୟ ରହୁଥିବା ସେଲ୍‌ରେ ମୁଣ୍ଡ ବାଡେଇ ଦେବା ଫଳରେ ସାମନ୍ୟ କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲ ନିଆଯାଇଥିବା ବେଳେ ଚିକିତ୍ସା ପରେ ପୁଣି ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି।...

୭ ବର୍ଷ ହେଲା ମିଳୁନି କ୍ଷତି ପୂରଣ, ହାଇଟେନଶନ୍‌ ଟାଓ୍ବାରରେ ଖଟ ପକାଇଲେ ଚାଷୀ…

ସତନା, ୧୫।୩ : ମଧ୍ୟପ୍ରଦେଶର ସତନା ଜିଲା ପିଥୋରାବାଦ ଗାଁରେ କ୍ଷତିପୂରଣ ଦାବି କରି ଚାଷୀମାନେ ହାଇଟେନ୍‌ଶନ ବିଦ୍ୟୁତ୍‌ ଟାଓ୍ବାରରେ ଖଟ ପକାଇ ବିରୋଧ ପ୍ରଦର୍ଶନ...

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର...

ଦେଶରେ ପ୍ରଥମଥର ଲଞ୍ଚ୍‌ ହେବ ଆଣ୍ଟିଭାଇରସ୍‌ ପୋଷାକ

ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ...

କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି...

ସରଜୁ ନଦୀକୂଳ ହେଲା ଆଲୋକିତ: ଅଯୋଧ୍ୟାରେ ଜଳିଲା ୧୨ଲକ୍ଷ ଦୀପ

ଅଯୋଧ୍ୟା,୪ ।୧୧: ସାରା ଦେଶରେ ଗୁରୁବାର ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାର ସରଜୁ ନଦୀ...

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା...

ଜେଲ୍‌ରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ବାହୁବଳୀ ନେତା ଅତିକ ଅହମ୍ମଦ

ପ୍ରୟାଗରାଜ,୨୯।୪: ବାହୁବଳୀ ନେତା ତଥା ଫୁଲପୁରର ଏମ୍‌ପି ଥିବା ଅତିକ ଅହମ୍ମଦଙ୍କୁ ଯଦି କୋର୍ଟ ପାରୋଲରେ ନ ଛାଡନ୍ତି ତେବେ ସେ ଜେଲ୍‌ରେ ରହି ନିର୍ବାଚନ...

Advertisement
Archives

Model This Week