ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ…

ପ୍ରଶ୍ନ-ଥରେ ଏକ ସୁନ୍ଦର ସ୍ବପ୍ନ ଦେଖୁଥିଲି। ମୋ ମନର ମଉନାବତୀ ସପନରେ ଆସିଲା। ହେଲେ ସେ କିଛି କହିବା ପୂର୍ବରୁ ରାତି ପାହିଗଲା। ଏବେ ମୁଁ କ’ଣ କରିବି ?
-ଦିନେଶ ରାଉତ, ବାଲେଶ୍ୱର
ଉତ୍ତର: ସତରେ, ‘ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ।’ ବେଳେବେଳେ ପ୍ରେମର ନିଶା କେତେକଙ୍କୁ ଏମିତି ଘାରିଥାଏ ଯେ ସେମାନେ ରଙ୍ଗିନ ସ୍ବପ୍ନରେ ହଜିଯାଇ ଥାଆନ୍ତି। ହେଲେ ସ୍ବପ୍ନ ଆଉ ବାସ୍ତବତା ଭିତରେ ଆକାଶ ପାତାଳ ତଫାତ୍‌ ରହିଛି। ତେଣୁ ଯଦି ପ୍ରେମର ଅସଲ ମଜା ନେବାକୁ ଚାହୁଁଛନ୍ତି ତେବେ ଏପରି ପ୍ରେମିକାଟିଏ ଚଏସ୍‌ କରନ୍ତୁ ଯିଏ ଆପଣଙ୍କ ପ୍ରେମରେ ସବୁବେଳେ ଫଗୁଣ ଭରିଦେଉଥିବ। ବାସ୍‌, ସବୁକଥା ନିଜ ଚଏସ୍‌ ଉପରେ ହିଁ ନିର୍ଭର କରେ।
ପ୍ରଶ୍ନ-ଜଣେ ଝିଅକୁ ‘ଆଇ ଲଭ୍‌ ୟୁ’ କହିବାକୁ ଡର ଲାଗେ କାହିଁକି ?
-ତନ୍ମୟ କୁମାର, ସୋନପୁର
ଉତ୍ତର: ମନରେ ସାହସର ଘୋର ଅଭାବ। କାରଣ ଜଣେ ଝିଅକୁ ‘ଆଇ ଲଭ୍‌ ୟୁ’ କହିବା ସହଜ କଥା ହୋଇପାରେ। ଯଦି ସେପଟୁ ରେଡ୍‌ ସିଗନାଲ ମିଳିଲା ତେବେ ସେଭଳି ପରିସ୍ଥିତିକୁ ସାମନା କରିବାର ଧୈର୍ଯ୍ୟ ରହିବା ଦରକାର। ପ୍ରେମ ରାସ୍ତା ସବୁବେଳେ ଖସଡା। ଦେଖିଚାହିଁ ପାଦ ନ ପକାଇଲେ କେତେବେଳେ ଯେ ଗୋଡ ଖସିଯିବ ତାହା ନିଜେ ଜାଣିପାରିବେ ନାହିଁ। ତେଣୁ ମନରେ ଦମ୍ଭ ରଖି ପ୍ରେମ କରିବାକୁ ଆଗାନ୍ତୁ।
ପ୍ରଶ୍ନ-ମୋ ସାଙ୍ଗକୁ ଯେଉଁ ଝିଅ ଧୋକା ଦେଇ ଚାଲିଯାଇଥିଲା, ଏବେ ସେ ମୋତେ ପ୍ରେମ ନିବେଦନ କରୁଛି। କ’ଣ କରିବି ଜାଣିପାରୁନାହିଁ।
-ଉତ୍ତମ, ପୁରୀ
ଉତ୍ତର: ସେଭଳି ପ୍ରେମିକାଙ୍କୁ ବିଶ୍ୱାସ କରିବା ଅର୍ଥ ନିଅଁାକୁ ଡାକି ଆଣି ଅଣ୍ଟିରେ ପୂରାଇବା ପରି ହିଁ ହୋଇଥାଏ। ଯିଏ ଥରେ ଜଣକୁ ଧୋକା ଦେଇଛି ସେ ଯେ ଆପଣଙ୍କୁ ସବୁଦିନ ନିଜର କରି ରଖିବ ତାହାର ଗ୍ୟାରେଣ୍ଟି କିଏ ଦେବ ? ତେଣୁ ଯଦି ଆପଣଙ୍କୁ ପାଣିପାଗ ଭଲ ଲାଗୁଛି ଆଉ ସେହି ଝିଅ ଉପରେ ଶତ ପ୍ରତିଶତ ଭରସା ଆସୁଛି ତେବେ ନିଜ ବୁଦ୍ଧି ଖଟାଇ ଆଗେଇ ପାରନ୍ତି। ନ ହେଲେ ଆପଣଙ୍କ ଅବସ୍ଥା ଯେ ଆପଣଙ୍କର ସାଙ୍ଗ ପରି ନ ହେବ ସେ କଥା କିଏ କହିବ ?
ପ୍ରଶ୍ନ-ସୁନ୍ଦରୀ ଝିଅଙ୍କ ପ୍ରେମକୁ ଭରସା ନାହିଁ। ଏକଥା ସତ କି ?
-ଅମର ଦାସ, ରାଉରକେଲା
ଉତ୍ତର: ଏଭଳି ମାନସିକତା ପଛରେ କେତେ ସତ ଅଛି ତାହାକୁ ନେଇ ଯଦି ଆଲୋଚନା କରିବା ତେବେ ତାହା ଶେଷ ହେବ ନାହିଁ। ପ୍ରେମ କରିବା ବେଳେ ରୂପ ରଙ୍ଗ ନୁହେଁ ପ୍ରେମିକାର ମନକୁ ଜିଣିବାକୁ ଚେଷ୍ଟା କରନ୍ତୁ। ଯେଉଁ କଥାକୁ ନେଇ ଆପଣ ଗୋଲକ ଧନ୍ଦାରେ ପଡିଛନ୍ତି ତାକୁ ଯଦି ଧରି ବସିବେ ତେବେ ଆପଣଙ୍କ ପ୍ରେମ ମିଶନ ସେମିତି ଅଧା ବାଟରେ ଅଟକି ଥିବ। ବାସ୍‌, ପ୍ରେମିକା ସୁନ୍ଦରୀ ହେଉ ଅବା ଅସୁନ୍ଦରୀ, ଯଦି ତା’ ମନ ପାଖରେ ଆପଣଙ୍କ ମନ ବନ୍ଧା ପଡିଗଲା ତେବେ ସେଠାରେ ରୂପ ରଙ୍ଗକୁ ନେଇ ମନରେ ପ୍ରଶ୍ନ ଉଠାଇଲେ ପାଣିପାଗ ବଦଳିଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri