Posted inଫୁରସତ

ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍‌ ହୋଇଯାଇଥିଲେ ଏହି ପରିବାର

ଲଣ୍ଡନ ଲଡସ୍‌ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ ସିଙ୍ଗାପୁରରୁ ଲଣ୍ଡନରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆ ଫାଇନାଲକୁ ଯିବ ବୋଲି ଏହି ଭାରତୀୟ ପରିବାର ଆଶାପୋଷଣ କରିଛନ୍ତି। ତେଣୁ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ଏହି ପରିବାର ୧୭ଟି ଦେଶର ସୀମାକୁ ଅତିକ୍ରମ କରି ଜୁଲାଇ ୫ରେ ଲଣ୍ଡନରେ ପହଞ୍ଚିଛନ୍ତି। ଫେବୃୟାରୀରେ ଓ୍ବାଲର୍‌ଡ କପ୍‌ ଘୋଷଣା ହେବା ପରେ ସିଙ୍ଗାପୁରରେ ରହୁଥିବା ଅନୁପମ ମାଥୁର ଓ ଅଦିତି ମାଥୁର ଲଣ୍ଡନରେ ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ ଦେଖିବା ପାଇଁ ସ୍ଥିର କରିଥିଲେ। ହେଲେ କିଛି ରୋମାଞ୍ଚକର ଢଙ୍ଗରେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଡ଼କ ପଥରେ କାରରେ ଯିବା ପାଇଁ ଭିଜା, ଅନ୍ୟାନ୍ୟ କାଗଜପତ୍ର ଓ ସମସ୍ତ ଔପଚାରିକତା ପୂରଣ କରି ମେ ୧୭ରେ ଅନୁପମ ତାଙ୍କ ପତ୍ନୀ ଅଦିତି, ବାପା ଅଖିଳେଶ, ମା’ ଅଞ୍ଜନା, ପୁଅ ଅବିବ(୬) ଓ ଝିଅ(୩)ଙ୍କୁ ନେଇ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୧୭ଟି ଦେଶକୁ ଯାତ୍ରା କରିବା ପାଇଁ ତାଙ୍କୁ ପ୍ରାୟ ୨୨,୬୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା। ୬୦ ଦିନରେ ୨୫ହଜାର କିଲୋମିଟର ଯାତ୍ରା କରିବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ଯାତ୍ରା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା। ଏହି ରୋମାଞ୍ଚକର ଯାତ୍ରାରେ ଯେତିକି ଖୁସି ଲାଗୁଥିଲା ସେତିକି ଭୟ ମଧ୍ୟ ଲାଗୁଥିଲା ବୋଲି ଅଦିତି କହିଛନ୍ତି। ଯାତ୍ରା ସମୟରେ ମସ୍କୋରୁ ଲଣ୍ଡନ ଯିବା ପାଇଁ ୨ଟି ରାସ୍ତା ରହିଥିଲା। ପ୍ରଥମ ରାସ୍ତା ଲଣ୍ଡନକୁ ଯାଉଥିବା ବେଳେ ଅନ୍ୟ ଏକ ରାସ୍ତା ସ୍ବିଡେନର ସୁମେରୁ ରେଖା ଦେଇ ଯାଉଥିଲା। ଜୁନ ୨୧ରେ ଏହି ରେଖାରେ କେବେ ବି ରାତି ହୋଇ ନ ଥାଏ। ୨୪ଘଣ୍ଟା ଆକାଶରେ ସୂର୍ଯ୍ୟ ଦେଖାଯାନ୍ତି। ତେବେ ଜୁନ ୨୮ରେ ସ୍ବିଡେନର ଜୁକାସବରୀରେ ରାତିରେ ସେମାନେ ପହଞ୍ଚିଥିବା ବେଳେ ରାତି ୧୨ଟାରେ ବି ସେଠାରେ ସୂର୍ଯ୍ୟ ଦେଖାଯାଉଥିଲେ। ରାତି ୧୨ଟା ୧୫ରେ ସୂର୍ଯ୍ୟାସ୍ତ ହେବାର ଠିକ୍‌ ୧୫ ମିନିଟ୍‌ ପରେ ପୁଣି ସୂର୍ଯ୍ୟୋଦୟ ହୋଇଥିଲା। ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ପରିବାରଲୋକ ହତବାକ୍‌ ହୋଇପଡ଼ିଥିଲେ। ବୋଧହୁଏ ସାରା ବିଶ୍ୱରେ ଏଭଳି ଏକ ପରିବାର ନ ଥିବ, ଯାହାର ୩ ପିଢ଼ି ଏକାସାଙ୍ଗରେ ବିଷୁବ ରେଖା ଉପରେ ଥିବା ସିଙ୍ଗାପୁରରୁ ସୁମେରୁ ରେଖା ପର୍ଯ୍ୟନ୍ତ ଯାତ୍ରା କରିଥିବ ବୋଲି ଅନୁପମ କହିଛନ୍ତି। ଅପରପକ୍ଷରେ ଫାଇନାଲ ମ୍ୟାଚ୍‌ ଦେଖିସାରିବା ପରେ ଜୁଲାଇ ୧୫କୁ ସେମାନେ ସିଙ୍ଗାପୁର ଫେରିବେ। ଫେରିବା ସମୟରେ କାରକୁୁ ଜାହାଜରେ ପଠାଇ ନିଜେ ବିମାନରେ ସିଙ୍ଗାପୁର ଯିବେ। ଏହି ପରିବାରର ରୋମାଞ୍ଚକର ଯାତ୍ରା ସାରା ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଙ୍କ ସୁରକ୍ଷା ଜରୁରୀ

ଆମେ ଅନେକ ପ୍ରାଣୀ, କୀଟପତଙ୍ଗ, ଉଦ୍ଭିଦଙ୍କ ପରିପୂର୍ଣ୍ଣ ଏକ ଦୁନିଆରେ ବାସ କରୁଛୁ। ଏଭଳି କେତେକ ପ୍ରଜାତି ଅଛନ୍ତି ଯେଉଁମାନଙ୍କର ବିଲୁପ୍ତ ହେବାର ଆଶଙ୍କା ରହିଛି।...

ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା...

ଭାରତର ଜାତୀୟ ପଶୁ ‘ବାଘ’, ଆମେରିକାର ଜାଣିଲେ ଚକିତ ହେବେ…

ଭାରତର ରାଷ୍ଟ୍ରୀୟ ପଶୁ ହେଉଛି ଅପାର ଶକ୍ତିର ପ୍ରତୀକ ବାଘ। ହେଲେ ଆମେରିକାର ଜାତୀୟ ପଶୁ କିଏ ଆପଣ ଜାଣନ୍ତି କି? ହୁଏତ ନା। ବିଶ୍ୱର...

ବିଦେଶୀ ମହିଳାଙ୍କ ଜୀବନ ବଦଳାଇ ଦେଲା ‘ଦେଶୀ ଚା’

ବିଶ୍ୱର କିଛି ଲୋକପ୍ରିୟ ପାନୀୟ ମଧ୍ୟରେ ଚା’ ଅନ୍ୟତମ। ଦିନର ଆରମ୍ଭ ହୁଏ ଚା’ ସହିତ। ଭାରତରେ ଚା’ର ଲୋକପ୍ରିୟତା ଢେର୍‌ ଅଧିକ। ରାସ୍ତାକଡଠାରୁ ଆରମ୍ଭ...

ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…

ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍‌ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର...

କାହିଁ ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତି

ଭଦ୍ରକ ଜିଲା ଧାମନଗର ବ୍ଲକର ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ। କୃଷ୍ଣ ଚନ୍ଦ୍ର ଗୋସ୍ବାମୀ ଏବଂ ମାତା ସଚୀ ଦେଈଙ୍କଠାରୁ ୧୯୨୬ରେ ଧୂଷୁରୀ ପଞ୍ଚାୟତର ସଂଗ୍ରାମୀ...

ବର୍ଷାରେ ଭ୍ରମଣ ଚେରାପୁଞ୍ଜି

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ...

ସେବା ପାଇଁ ସମର୍ପିତ ଥିଲେ ଉମା

ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି...

Advertisement
Archives

Model This Week