Posted inଜାତୀୟ

ଅଧରାତିରେ ମନ୍ଦିର କବାଟ ଖୋଲି ବିବାହ କଲେ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶର କୁଶିନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ମନ୍ଦିର ରାତିରେ ବନ୍ଦ ଥିବା ବେଳେ ନିୟମ ଭାଙ୍ଗି ବିବାହ ହୋଇଥିବାରୁ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଖଡ୍ଡାର ଅତିରିକ୍ତ ଜିଲାପାଳ ଦିନେଶ କୁମାର ଦୀର୍ଘ ୪ବର୍ଷ ଧରି ଜଣେ ଯୁବତୀ ରେଣୁଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ହେଲେ ଏକ ମାସ ପୂର୍ବରୁ ଦିନେଶଙ୍କ ହାପୁଡ ଜିଲାକୁ ସ୍ଥାନାନ୍ତର ହୋଇଯାଇଥିଲା। ଶୁକ୍ରବାର ସେ ଜିଲା ମୁଖ୍ୟାଳୟକୁ ଆସିଥିଲେ। ସେହି ସମୟରେ ଉକ୍ତ ଯୁବତୀ ମଧ୍ୟ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଦିନେଶ ଓ ତାଙ୍କ ଭିତରେ ଥିବା ସବୁ ସମ୍ପର୍କ ବିଷୟରେ ଜିଲାପାଳଙ୍କୁ ସେ ଜଣାଇଥିଲେ। ଏଥିସହ ତାଙ୍କୁ ସେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ତାଙ୍କୁ ଯେତେ ବୁଝାଇ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ରାତି ୮ଟାରେ ରେଜିଷ୍ଟ୍ରାର ଅଫିସ ଖୋଲାଯାଇ ଦୁଇ ଜଣ ବିବାହ କରିଥିଲେ। ଏହାପରେ ରାତି ୧୨ଟାରେ ପଡ଼ରୋନା ନଗର ସ୍ଥିତ ଗାୟିତ୍ରୀ ମନ୍ଦିରର କବାଟ ଖୋଲାଯାଇଥିଲା। ମନ୍ଦିରର ପଣ୍ଡିତ ଦିନେଶ ଓ ରେନୁଙ୍କ ବିବାହ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ...

ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ...

କରୋନା ଭ୍ୟାକ୍ସିନ ଯଦି ସୁରକ୍ଷିତ ତେବେ ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ କରୋନା ମହାମାରୀ ସହ ଲଢିବାକୁ ଶନିବାର ସକାଳୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ,...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

କାମ ପଡ଼ିଲେ ଆସନ୍ତୁ ମୋ ପାଖକୁ, ଧର୍ମ-ପାର୍ଟିର ନାହିଁ ବାରଣ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଅରବିନ୍ଦ କେଜରିଓ୍ବାଲ ନିଜର ତୃତୀୟ ଇନିଂସ୍‌ ରବିବାର ଆରମ୍ଭ କରିଛନ୍ତି। ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ କହିଛନ୍ତି ଯେ, କାମ...

ପ୍ରଶାନ୍ତଙ୍କୁ ଚେତାବନୀ ଦେଲେ ମମତା

କୋଲକାତା,୨୧ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ହେଲେ ଏହି ସମୟରେ ଶାସନ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ଦଳ ଛାଡି...

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ...

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ...

Advertisement


Archives

Model This Week