ଅତ୍ୟାଧୁନିକ ହେଲା ୧.୫ ଲକ୍ଷ ପୋଷ୍ଟଅଫିସ

ନୂଆଦିଲ୍ଲୀ,୨୨-୪: ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟାଟା କନସଲଟାନ୍ସି(ଟିସିଏସ୍‌) ଭାରତୀୟ ପୋଷ୍ଟ ଅଫିସଗୁଡ଼ିକ ଆଧୁନିକ କରିବାରେ ବଡ଼ ଭୂମିକା ନେଉଛି। ଏହାର ସହାୟତାରେ ଅଦ୍ୟାବଧି ୧.୫ ଲକ୍ଷ ପୋଷ୍ଟଅଫିସକୁ ଅତ୍ୟାଧୁନିକ କରାଯାଇସାରିଛି। କମ୍ପାନୀ ଏଥିଲାଗି ଏକୀକୃତ ସମାଧାନ ସେବା ଉପଲବ୍ଧ କରାଇଛି। ପୋଷ୍ଟଅଫିସର ଆଧୁନିକୀକରଣ ଲାଗି ଟିସିଏସ୍‌କୁ ୨୦୧୩ରେ ଠିକା ଦିଆଯାଇଥିଲା। ଟିସିଏସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, କେନ୍ଦ୍ରୀୟ ପ୍ରଣାଳୀର ଏକୀକରଣ(ସିଏସ୍‌ଆଇ) ସମ୍ପୂର୍ଣ୍ଣ ପରିବର୍ତ୍ତନର କେନ୍ଦ୍ରବିନ୍ଦୁରେ ଥିଲା। ଏଥିରେ ଏକୀକୃତ ଇଆର୍‌ପି(ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ)ର ଉପଯୋଗ କରିବାକୁ ସାମିଲ କରାଯାଇଥିଲା। ଏହାଦ୍ୱାରା ଡାକ ସେବା, ଅର୍ଥ, ଆକାଉଣ୍ଟ ତଥା ମାନବ ସମ୍ବଳ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିଥାଏ। ଟିସିଏସ୍‌ ପକ୍ଷରୁ ୨୪ ହଜାର ପୋଷ୍ଟଅଫିସରେ ୮୦ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ଟର୍ମିନାଲ ଜରିଆରେ ପିଓଏସ୍‌ ସମାଧାନକୁ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଏକ ଓ୍ବେବ ପୋର୍ଟାଲ ତିଆରି କରାଯାଇଛି, ଯାହାଦ୍ୱାରା ସାମଗ୍ରୀର ଟ୍ରାକିଂ ସହଜରେ କରାଯାଇପାରିବ। ଏହାଛଡ଼ା ଗ୍ରାହକଙ୍କ ସହାୟତା ଲାଗି ଏକ କଲ୍‌ ସେଣ୍ଟର ସ୍ଥାପନ କରାଯାଇଛି, ଯାହା କି ବିଭିନ୍ନ ଭାଷାରେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି।...

ଇଣ୍ଡିଆନ ବ୍ୟାଙ୍କରୁ ଠକେଇ କରିଛି ଆଇଏଫ୍‌ଆଇଏନ୍‌

ଚେନ୍ନାଇ: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଆଇଏଫ୍‌ଆଇଏନ୍‌) ଆକାଉଣ୍ଟରୁ ଠକେଇ ନେଇ ଘୋଷଣା କରିଛି। ଏହି କମ୍ପାନୀର ଆକାଉଣ୍ଟ ବର୍ତ୍ତମାନ...

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ...

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ...

ଗୁଣାତ୍ମକ ସାମଗ୍ରୀ ପାଇଁ ବ୍ୟବସାୟ ତିଷ୍ଠିରହେ

ପାରିବାରିକ ବ୍ୟବସାୟରୁ ପର୍ସନାଲ ବିଜ୍‌ନେସର ଯାତ୍ରା କିଭଳି ଜାରି ରହିଛି? ଭଦ୍ରକରେ ବାପାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଥିଲା। ଉଚ୍ଚଶିକ୍ଷା ଶେଷ ପରେ ବାପାଙ୍କୁ ସହଯୋଗ କରିବା...

ଚାଇନା ବ୍ୟାଙ୍କ ଋଣ ପଇଠ ଲାଗି ଅନିଲ ଅମ୍ବାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ଚାଇନା ବ୍ୟାଙ୍କଗୁଡ଼ିକୁ ୭୧୭ ନିୟୁତ ଡଲାର ୨୧ ଦିନ ମଧ୍ୟରେ ପଇଠ କରିବା ପାଇଁ ୟୁକେର କୋର୍ଟ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ...

ଲରେନ୍ସ ଆଣ୍ଡ ମାୟୋର ନୂତନ କଲେକ୍ସନ

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍‌ ‘ଲରେନ୍ସ ଆଣ୍ଡ ମାୟୋ’ର ନୂତନ କଲେକ୍ସନ ‘ଦି ୟୁନାଇଟେଡ୍‌ କଲର୍ସ ଅଫ୍‌ ବେନେଟ୍‌ଟନ୍‌ (ୟୁସିବି) ଆଇଓ୍ବେର’ ସମ୍ପର୍କରେ ଘୋଷଣା...

ଶିଳ୍ପ ଜଗତ ଚାହୁଁଛି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ...

Advertisement
Archives

Model This Week