ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ। ‘ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି’ ବିଷୟକୁ ନେଇ ହୋଇଥିବା ଗବେଷଣାରୁ ଟୋକିଓ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏକଥା ଜାଣିପାରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରିଥିଲେ। ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରି ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ୍‌ର ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାନୁ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯାଇଥିଲା। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତି ସ୍ମରଣ ଶକ୍ତିରେ ତାରତମ୍ୟତା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମାନଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍‌ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ...

ସ୍ବାସ୍ଥ୍ୟଗତ ସଙ୍କଟ ଓ ଭାରତୀୟଙ୍କ ସୁସ୍ଥତା

ବିଶ୍ବ ଆଜି କରୋନା ଭୂତାଣୁଜନିତ ସଂକ୍ରାମକ ରୋଗକୁ ନେଇ ଶଙ୍କାଗ୍ରସ୍ତ। କେବଳ ଟିକିଏ ସତର୍କତା, ସଚେତନତା ତଥା ସାବଧାନତା ହିଁ ଏହି ମହାମାରୀଠାରୁ ଆମକୁ ଦୂରେଇ...

ରୋଗ ନିରୂପଣରେ ସାଧାରଣ ପରୀକ୍ଷା

ସାଧାରଣ ପରୀକ୍ଷାଗୁଡ଼ିକ ବହୁତ ଗୁରୁତ୍ୱ ବହନ କରିଥାଏ। ରୋଗ ହେଲେ ରୋଗୀଙ୍କ ଦେହରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ। ବିଭିନ୍ନ ରୋଗର ଲକ୍ଷଣ ଭିନ୍ନ ଭିନ୍ନ...

ମଧୁମେହରୁ ମୁକ୍ତି ଦିଏ ଏହି ସାମାନ୍ୟ ପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ...

ପ୍ରତିଷେଧକ ହିଁ ପ୍ରକୃତ ନିଦାନ

ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ପ୍ରତିଷେଧକ ବ୍ୟବସ୍ଥା ହିଁ ପ୍ରକୃତ ନିଦାନ । ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଥିବା ବିଶ୍ୱ ହେପାଟାଇଟିସ୍‌...

ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

Advertisement
Archives

Model This Week