ଅତିରିକ୍ତ ପୋଲିସ କମିଶନର ହେଲେ ଅନୁପ ସାହୁ

ଭୁବନେଶ୍ୱର,୧-୧(ବ୍ୟୁରୋ): ପଦୋନ୍ନତି ପାଇଥିବା ୫ ଆଇପିଏସ୍‌ ଅଫିସରଙ୍କୁ ନୂଆ ପଦ ମିଳିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଜେଲ ବିଭାଗର ଡିଜି ଭାବେ ନିଯୁକ୍ତି ମିଳିଛି। ଲ ଆଣ୍ଡ୍‌ ଅର୍ଡର ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଆର.ପି. କୋଚେଙ୍କୁ ଏଡିଜି ଏଏସ୍‌ଏପି (ସ୍ପେଶାଲ ଆର୍ମ ପୋଲିସ)କୁ ବଦଳି କରାଯାଇଛି। ଆଇଜି ପର୍ସୋନେଲ୍‌ରେ ଥିବା ୧୯୯୫ ବ୍ୟାଚର ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସହ ଲ ଆଣ୍ଡ ଅର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଏସ୍‌ଏପିରେ ଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଓ୍ବାଇ.କୋୟଲଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇ ଆଇଜି ପ୍ରୋଭିଜନିଂ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କୁ ଡିଆଇଜି ର଼୍ୟାଙ୍କ୍‌କୁ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ଏହାସହ ନୂଆ ଡିସିପି ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଭୁବନେଶ୍ୱରର ଡିସିପି ଦାୟିତ୍ୱରେ ରହିବେ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର...

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହୋଇଛି। ଏହା ଆଗାମୀ ୪୮ ଘଣ୍ଟା...

୨୦୨୩ ପୋଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୨ା୧ (ବ୍ୟୁରୋ):ବର୍ଷ ୨୦୨୨ ଗଲାପରେ ୨୦୨୩ ଆସିଛି। ଏହି ବର୍ଷରେ ଓଡ଼ିଶା ପୋଲିସ ପାଇଁ ଏକାଧିକ ଚାଲେଞ୍ଜ ରହିଛି। ପୋଲସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ...

ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ, ବନ୍ଧା ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାପୁଜୀନଗରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ଚିଫ୍‌ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ...

କୋଭିଡ୍‌ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ସମୟ ବଢ଼ିଲା

ଭୁବନେଶ୍ୱର,୯।୪(ବ୍ୟୁରୋ): କୋଭିଡ୍‌-୧୯ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ...

ଆଜି ବିଶ୍ୱ ନୃତ୍ୟ ଦିବସ: ନୃତ୍ୟର ବିବର୍ତ୍ତନ

ଭୁବନେଶ୍ୱର,୨୯।୪-‘ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ସମୟ ଯେତେ ବଦଳିଲେ ବି, ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି...

ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ

ବାଲୁଗାଁ,୯।୧(ଡି.ଏନ୍‌.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ...

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି...

Advertisement
Archives

Model This Week