Posted inଜାତୀୟ

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି। ବିହାରର ଜମୁଇରୁ ନଓ୍ବାଡାକୁ ତାଙ୍କ ରାଲି ଯାଉଥିବା ବେଳେ ରାସ୍ତାରେ କେହି ଦୁର୍ବୃତ୍ତ ଅଣ୍ଡା ଓ ମୋବିଲ ଅଏଲ୍‌ ଫୋପାଡ଼ିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସିଏଏ ଓ ଏନ୍‌ଆରସି ବିରୋଧରେ ଜାନୁୟାରୀ ୩୦ରୁ କହ୍ନେୟା ଏକ ‘ଜନ ଗଣ ମନ’ ଶୋଭଯାତ୍ରା ଆରମ୍ଭ କରିଛନ୍ତି। ଏହା ୧ ମାସ ଧରି ଚାଲିବାକୁ ଥିବା ବେଳେ ରବିବାର ଏହି ଶୋଯାତ୍ରାରେ ଜମୁଇରେ ପହଞ୍ଚିଥିଲା। ସେଠାରେ ଏକ ଜନସଭାକୁ ସମ୍ବୋଧିତ କରି କହ୍ନେୟା ସେଠାରେ ରାତ୍ରିଯାପନ କରିଥିଲେ। ସୋମବାର ପୁଣି ତାଙ୍କ ରାଲି ଆରମ୍ଭ ହୋଇଥିଲା। ମହିସୋରୀ ବସ୍‌ ଷ୍ଟାଣ୍ଡ ନିକଟରେ ଏହି ରାଲି ପହଞ୍ଚିଥିବା ବେଳେ ସେଠାକାର ଲୋକ ତାଙ୍କୁ ବିରୋଧ କରିବା ସହ ସ୍ଲୋଗାନ ଦେଇଥିଲେ। ଏଥିସହ ତାଙ୍କ ଉପରକୁ ଅଣ୍ଡା ଓ ମୋବିଲ ଅଏଲ ଫୋପାଡ଼ିଥିଲେ। ପରେ ଏହାକୁ ନେଇ କହ୍ନେୟାଙ୍କ ସମର୍ଥକ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସେଠାରେ ଉପସ୍ଥିତ ଥିବା ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା ଏବଂ କହ୍ନେୟାଙ୍କ ରାଲି ଆଗକୁ ବଢ଼ିଥିଲା। ତେବେ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତଛାଡ଼ ଆନ୍ଦୋଳନର ୭୭ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

‘ଆଗୁଆ ଜାମିନରେ ପ୍ରତିବନ୍ଧକ ନାହିଁ’

ନୂଆଦିଲ୍ଲୀ, ୩।୧(ପି.ଟି.): ୨୦୧୯ରେ କାର୍ଯ୍ୟକାରୀ ହୋଇଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ମୁସଲମାନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଏକସଙ୍ଗେ ତିନିଥର ତଲାକ୍‌ କହିଲେ ତାଙ୍କୁ ୩...

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ...

ପିଏମ୍‌-କିଷାନର ତୃତୀୟ କିସ୍ତି ଆଜି

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ତୃତୀୟ କିସ୍ତି ୨୦୦୦ ଟଙ୍କା ଗୁରୁବାର ଛଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଟୁମ୍‌କୁରଠାରେ ଏକ ସାଧାରଣ...

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ...

ପୁଣି କଂଗ୍ରେସକୁ ଫେରିଲେ ଜମ୍ମୁ-କଶ୍ମୀରର ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଜମ୍ମୁ-କଶ୍ମୀରର ଅନେକ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସରୁ...

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ...

ମଦୁରାଇରେ ମଲ୍ଲୀ ଫୁଲର ଦାମ୍‌ ୩ହଜାର ଟଙ୍କା

ମଦୁରାଇ,୩।୧୨: ତାମିଲନାଡୁର ମଦୁରାଇରେ ଏବେ ମଲ୍ଲୀ ଫୁଲର କିଲୋ ପିଛା ଦାମ୍‌ ୩ ହଜାର ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଲ୍ଲୀ ଫୁଲର ଦରବୃଦ୍ଧି...

Advertisement
Archives

Model This Week