ଅଣ୍ଟାବିନ୍ଧାର ଘରୋଇ ଉପଚାର

ଅଣ୍ଟା ବିନ୍ଧିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାର ଲକ୍ଷଣ ସମ୍ପର୍କରେ ଅବଗତହେବା ପରେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ତେଣୁ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶକରି ଚିକିତ୍ସା କରାଇନେବା ଦରକାର। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଅନୁସରଣ କଲେ ଏଥିରୁ ଅନେକାଂଶରେ ଉପଶମ ମିଳିଥାଏ। କୌଣସି ସ୍ଥାନରେ ବସିବା ବେଳେ ଏପରି ବସନ୍ତୁ ଯେପରି ନିଜ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। କାରଣ ଉଠିବା ବେଳେ ସାମାନ୍ୟ ଅବହେଳାରୁ ଅଣ୍ଟା ଉପରେ ଚାପ ପଡ଼ିଥାଏ ଏବଂ ତାହା ଅଣ୍ଟାବିନ୍ଧାର କାରଣ ସାଜିଥାଏ। କୌଣସି ସ୍ଥାନରେ ଠିଆ ହୋଇଥିଲେ ସିଧା ଠିଆ ହୁଅନ୍ତୁ। ନଇଁପଡ଼ି ହଠାତ୍‌ କୌଣସି ଓଜନିଆ ଜିନିଷ ଉଠାନ୍ତୁ ନାହିଁ। ଯଦି ନଇଁକରି କାମ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଣ୍ଟାକୁ ବିଶ୍ରାମ ଦିଅନ୍ତୁ। ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ। ଯଦି କାର୍‌ ଚଳାଉଛନ୍ତି ତେବେ ୯୦ ଡିଗ୍ରୀ ପୋଜିସନରେ ବସି ଡ୍ରାଇଭ କରନ୍ତୁ। ଅଣ୍ଟାଜନିତ ସମସ୍ୟା ଦେଖାଦେଲେ କେତେକ ବ୍ୟାୟାମ କରିବାକୁ ପଡ଼ିଥାଏ। ଏନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ...

ଜୀବନରୁ ଦୁଃଖ ଦୂର କରିବାକୁ ଚାହୁଁଛନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ସେଥିରେ ଚାଣକ୍ୟ ଜୀବନରୁ...

ଲୋହିତ ଗ୍ରହରେ ଜୀବନର ସନ୍ଧାନ

‘ମଙ୍ଗଳ ପୃଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା।  ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର ୪୦ ପ୍ରତିଶତ ଅଭିଯାନ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି...

ଚୁକନ୍ଦର ମଙ୍ଗୋଫଲି

  ଆବଶ୍ୟକ ସାମଗ୍ରୀ : ଓଟ୍‌ସ ଓ ବାଦାମ – ୧ପ୍ୟାକେଟ୍‌, ବିଟ୍‌ – ୬ଟି, ଆଳୁ -୨ଟି, ପିଆଜ – ୩ଟି, ଚଣାଡ଼ାଲି –...

ସୁଖଶାନ୍ତିରେ ରହିବା ପାଇଁ ବାସ୍ତୁ

ସୁଖଶାନ୍ତିରେ ରହିବାକୁ କିଏ ନ ଚାହେଁ। କିନ୍ତୁ ବେଳେବେଳେ ଏମିତି ହୁଏ କିଛି କାରଣ ନଥାଇ ବି ପରିବାରରେ ଅଶାନ୍ତି ବଢିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ।...

ଶୀତଦିନେ ପାଦ ଫାଟୁଥିଲେ କରିବେ କ’ଣ…

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ଏହାର ମୁଖ୍ୟ...

କଳାର ପୂଜାରୀ

ସେମାନଙ୍କ ହାତର ଯାଦୁଗରି ସ୍ପର୍ଶ ମାଟି, ପଥରକୁ ଦେଇପାରେ ଏକ ସୁନ୍ଦର ମନଲୋଭା ରୂପ। ଏକ ଅଦରକାରୀ ବସ୍ତୁ ବି ତାଙ୍କ ହାତରେ ଲାଗିଲେ ପାଲଟିଯାଏ...

Advertisement
Archives

Model This Week