Posted inଜାତୀୟ

ଅଡ୍‌-ଇଭିନ୍‌ ନମ୍ବର କେଉଁଠି ଲାଗୁହେବ କେଉଁଠି ନାହିଁ ସ୍ପଷ୍ଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆସନ୍ତା ମାସଠାରୁ ଅଡ୍‌-ଇଭିନ୍‌ ନମ୍ବରର ଗାଡି ଚଲାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା କେଉଁଠି ଲାଗୁ ହେବ ଓ କେଉଁଠି ଲାଗୁ ହେବନାହିଁ ସେ ନେଇ ମଧ୍ୟ କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି। ଗୁରୁବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍‌ ଯିବ ବୋଲି ସେ କହିଛନ୍ତି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏଥିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଜରୁରୀକାଳିନ ପରିସ୍ଥିତିରେ ଯାଉଥିବା ଗାଡି ସହ ମହିଳା, ସ୍କୁଲ ପିଲା, ରୋଗୀଙ୍କୁ ନେଉଥିବା ଗାଡି ଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି। ସେହିପରି ଦୁଇ ଚକିଆ ଯାନକୁ ମଧ୍ୟ ଅଡ୍‌-ଇଭିନ ନମ୍ବରରରୁ ବାଦ୍‌ ଦିଆଯାଇଛି। ହେଲେ ବାହାର ରାଜ୍ୟରୁ ଆସୁଥିବା ଗାଡି ଓ ସିଏନ୍‌ଜି ଗାଡି ଏଥିରୁ ବାଦ୍‌ ଯିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା ଏକ୍ସପ୍ରେସ୍‌ଓ୍ବେ ପାଲଟିଛି ମରଣ ଯନ୍ତା: ୭ ବର୍ଷରେ ନେଲାଣି ୮ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ୍‌୍‌ଓ୍ବେ ମରଣ ଯନ୍ତା ପାଲଟିଛି। ୧୬୫ କିମି ଦୀର୍ଘ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗତ ୭ ବର୍ଷ...

‘ଗାନ୍ଧିଜୀ ପାକିସ୍ତାନର ଜନକ’

ଭୋପାଳ,୧୮ା୫: ମହାତ୍ମା ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ମଧ୍ୟପ୍ରଦେଶର ଭାଜପା ମିଡିଆ ସେଲ୍‌ ମୁଖ୍ୟ ଅନିଲ ସୌମିତ୍ରଙ୍କୁ ଶୁକ୍ରବାର ଦଳ...

ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ...

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ...

ଅପରେଶନ ଦୋସ୍ତ: ସହାୟତା ପାଇଁ ‘ଦୋସ୍ତ’ ଭାରତୀୟଙ୍କୁ ଧନ୍ୟବାଦ ଦେଲା ତୁର୍କୀ, ରାଷ୍ଟ୍ରଦୂତ କହିଲେ ହୃଦୟକୁ ଛୁଇଁଲା

ନୂଆଦିଲ୍ଲୀ,୨୨ ।୨: ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ସମୟରେ ଏହାକୁ ସହଯୋଗର ହାତ ବଢାଇଥିଲା ଭାରତ । ରିଲିଫ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ତୁର୍କୀରେ...

ମମତାଙ୍କ ବୈଠକରେ ଯୋଗଦେବେନି ଏଆଇଏମ୍‌ଆଇଏମ୍‌-ଟିଆରଏସ୍‌

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି। ବୁଧବାର...

ରାଜସ୍ଥାନ ଝିଅଙ୍କୁ ଚେଞ୍ଜ୍‌ ମେକର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ: ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ଆଉ ଜଣେ ଭାରତୀୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ବଚ୍ଛ...

ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨...

Advertisement
Archives

Model This Week