Posted inଜାତୀୟ

ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା

ମାଙ୍ଗାଲୁରୁ, ୭ା୯(ପି.ଟି.) : କର୍ନାଟକର ଆଇଏଏସ୍‌ ଅଫିସର ତଥା ଦକ୍ଷିଣ କନ୍ନଡ଼ ଜିଲାର ଡେପୁଟି କମିଶନର ଶଶିକାନ୍ତ ସେନ୍ଥିଲ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ବ୍ୟକ୍ତିଗତ ବୋଲି ସେ ଦର୍ଶାଇଥିଲେ ହେଁ ସରକାରଙ୍କ ଗଣତାନ୍ତ୍ରିକ କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠାଇଛନ୍ତି। ଅଭୂତପୂର୍ବ ଭାବେ ଗଣତନ୍ତ୍ର ସହ ସାଲିସ୍‌ କରିବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିିଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି। ଆଗାମୀ ଦିନଗୁଡ଼ିକ ଅଧିକ କଷ୍ଟସାଧ୍ୟ ହେବ ବୋଲି ସେ ଅନୁଭବ କରିଥିବା ଚିଠିରେ ଦର୍ଶାଇଛନ୍ତି।
ଆଇଏଏସ୍‌ ଅଧିକାରୀ ଶଶିକାନ୍ତଙ୍କ ଇସ୍ତଫାକୁ ନେଇ କଂଗ୍ରେସ ପକ୍ଷରୁ ମାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଏମ୍‌. ମଲ୍ଲିକାର୍ଜୁନ ଖାର୍ଗେ ଏନେଇ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଭୁଶୁଡ଼ିବାରେ ଲାଗିଛି ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଆୟକର ବିଭାଗ, ସିବିଆଇ, ସିଭିସି, ଏମିତିକି ନ୍ୟାୟପାଳିକା ଭଳି ଅନୁଷ୍ଠାନ ସେମାନଙ୍କର ସ୍ବାଧୀନତା ହରାଇବାକୁ ବସିଲେଣି ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୯ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର୍‌ର ଆଇଏଏସ୍‌ ଅଫିସର ଶଶିକାନ୍ତ ୨୦୧୭ରେ ଦକ୍ଷିଣ କନ୍ନଡ଼ର ଡେପୁଟି କମିଶନର ଭାବେ ନିିଯୁକ୍ତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା...

ମମତାଙ୍କ ବାସଭବନ ନିକଟରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

କୋଲକାତା,୭ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ହରିଶ ମୁଖାର୍ଜୀ ରୋଡ୍‌ ବାସଭବନ ନିକଟରେ ସୋମବାର ରାତିରେ ଏକ ଗୁଜରାଟୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ...

ବିହାରରେ ଗଠନ ହେବ ମହାମେଣ୍ଟ ସରକାର: ତେଜସ୍ବୀ !

ପାଟନା,୧୨।୧୧: ବିହାରରେ ମହାମେଣ୍ଟ ସରକାର ଗଠନ ହେବ। ଏନେଇ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ଗୁରୁବାର ମହାମେଣ୍ଟର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ କହିଛନ୍ତି। ପୂର୍ବତନ...

ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ

ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଖିଳେଶ...

ହିଜାବ ବିବାଦ ମଧ୍ୟରେ ବୁଧବାରରୁ ଖୋଲିବ କଲେଜ-ବିଶ୍ୱବିଦ୍ୟାଳୟ

ବେଙ୍ଗାଲୁରୁ,୧୪।୨: କର୍ନାଟକରେ ହିଜାବ ବିବାଦ ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ପୁଣି ଥରେ ଖୋଲିବା ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ...

ଯୋଧପୁରରେ ୩୦ ଯବାନଙ୍କୁ କରୋନା

ଯୋଧପୁର,୭ା୫(ପି.ଟି.): ଦିଲ୍ଲୀର ଜାମା ମସ୍‌ଜିଦ ଅଞ୍ଚଳରେ ସୁରକ୍ଷା ପାଇଁ ପୂର୍ବରୁ ମୁତୟନ ଥିବା ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ ଥିବା ଜଣାପଡିଛି। ଉକ୍ତ ଯବାନମାନଙ୍କର...

Advertisement
Archives

Model This Week