ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ ହେଉ ନ ଥିବା ମନେ ହେଉଛି। କାରଣ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକିର ଅଗଷ୍ଟରେ ବିକ୍ରି ୩୨.୭% ହ୍ରାସ ପାଇଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଆଲୋଚ୍ୟ ମାସରେ କମ୍ପାନୀ ୧,୦୬,୪୧୩ ଗାଡ଼ି ବିକ୍ରି କରିପାରିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧,୫୮,୧୮୯ ଗାଡ଼ି ବିକ୍ରି କରିବାକୁ ସକ୍ଷମ ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ମାସରେ ଘରୋଇ ଗାଡ଼ି ବିକ୍ରି ୩୪.୩% ହ୍ରାସ ପାଇ ୯୭,୦୬୧ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ୧,୪୭,୭୦୦ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ମାରୁତି ଅଲ୍‌ଟୋ ଏବଂ ଓ୍ବାଗନ ଆର୍‌ ଭଳି କ୍ଷୁଦ୍ର କାର୍‌ ବିକ୍ରି ୭୧.୮ ପ୍ରତିଶତ ହ୍ରାସ ପାଇ ୧୦,୧୨୩ ହୋଇଥିଲା ବେଳେ ଗତବର୍ଷ ଏହି ସମୟରେ ୩୫,୮୯୫ ଗାଡ଼ି ବିକ୍ରି ହୋଇଥିଲା। ସ୍ବିଫ୍ଟ,ସେଲାରିଓ, ଇଗ୍‌ନିସ୍‌, ବାଲେନୋ ଓ ଡିଜାୟାର ବିକ୍ରି ୨୩.୯ ପ୍ରତିଶତ ହ୍ରାସ ପାଇ ୫୪,୨୭୪ରେ ପହଞ୍ଚତ୍ଛି।
ହୋଣ୍ଡା କାର୍‌ ବିକ୍ରି ୫୧% କମିଲା
ନୂଆଦିଲ୍ଲୀ,୨-୯: ହୋଣ୍ଡା କାର୍‌ସ ଇଣ୍ଡିଆ ପକ୍ଷରୁ ରବିବାର କୁହାଯାଇଛି ଯେ, ଅଗଷ୍ଟରେ କମ୍ପାନୀର କାର୍‌ ବିକ୍ରି ୫୧.୨୮ ପ୍ରତିଶତ ହ୍ରାସ ପାଇ ୮,୨୯୧ରେ ପହଞ୍ଚତ୍ଛି। କମ୍ପାନୀ ଗତବର୍ଷ ଅଗଷ୍ଟରେ ୧୭,୦୨୦ ଗାଡ଼ି ବିକ୍ରି ହୋଇଥିଲା। ଉପଭୋକ୍ତାଙ୍କ ମଧ୍ୟରେ ନିରୁତ୍ସାହ ଦେଖାଦେଇଥିବାରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି ବୋଲି ହୋଣ୍ଡା କାର୍‌ସ ଇଣ୍ଡିଆର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଓ ଡାଇରେକ୍ଟର(ବିକ୍ରି ଓ ମାର୍କେଟିଂ) ରାଜେଶ ଗୋଏଲ କହିଛନ୍ତି।
ଟୟୋଟା କିର୍ଲୋସ୍କର ବିକ୍ରି ୨୧% କମିଛି
ନୂଆଦିଲ୍ଲୀ,୨-୯: ଅଗଷ୍ଟରେ ଟୟୋଟା କିର୍ଲୋସ୍କର ମୋଟର ଗାଡ଼ି ବିକ୍ରି ୨୧% ହ୍ରାସ ପାଇ ୧୧,୫୪୪ରେ ପହଞ୍ଚତ୍ଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧୪,୫୮୧ ଗାଡ଼ି ବିକ୍ରି କରିପାରିଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଅଗଷ୍ଟରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ୧୦,୭୦୧କୁ ଖସିଆସିଛି, ଯାହା କି ପୂର୍ବବର୍ଷ ଏହି ସମୟରେ ୧୪,୧୦୦ ୟୁନିଟ ଥିଲା, ଅର୍ଥାତ ୨୪% ବିକ୍ରି ହ୍ରାସ ପାଇଛି। ତେବେ ଆଲୋଚ୍ୟ ମାସରେ ରପ୍ତାନି ଦୁଇଗୁଣା ବୃଦ୍ଧି ପାଇ ୮୪୩ରେ ପହଞ୍ଚତ୍ଛି, ଯାହା କି ପୂର୍ବବର୍ଷ ୪୮୧ୟୁନିଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଲଚାନ୍ଦରେ ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ

ଭୁବନେଶ୍ୱର,୨୪।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲେରି ପକ୍ଷରୁ ଭାରତର ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବିବାହ...

ଭିତ୍ତିଭୂମି ସୁଦୃଢ଼ ଦିଗରେ ସହାୟକ ହେବ କେନ୍ଦ୍ର ବଜେଟ

ବ୍ୟବସାୟ କରିବା କଷ୍ଟକର କୋଭିଡ୍‌ ଯୋଗୁ ବ୍ୟବସାୟ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇ ରହିଛି। ସେହିପରି ଦେଶର ଅର୍ଥନୀତି ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାକୁ ଆସିପାରିନାହିଁ।...

୧୭ରୁ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ

ନୂଆଦିଲ୍ଲୀ : ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତ ବଜାର ଲାଗି ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଚଳିତ ମାସ ୧୭ରୁ ଆରମ୍ଭ ହେଉଛି। ଏଥିରେ...

୨୮୨ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ: ଗୋଟିଏ ଦିନ ଖସିଲା ପରେ ଭାରତୀୟ ପୁଞ୍ଜି ବଜାରରେ ଶୁକ୍ରବାର କାରବାର ପୁଣି ଥରେ ଟ୍ରାକକୁ ଫେରିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ...

ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା...

୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ, ୧୨%ରେ ତାଲା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୬।୭:କରୋନା ମହାମାରୀ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଇଛି। ବିଶେଷକରି ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଏବଂ ଷ୍ଟାଟ୍‌ଅପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ...

ରାଜ୍ୟଙ୍କ ପାଇଁ ୫ ବର୍ଷର ଜିଏସଟି କ୍ଷତିପୂରଣ, ପେନସିଲ ଶାର୍ପନର ଉପରେ ଜିଏସଟି କମି ୧୨ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୧୮।୨ : ଦ୍ରବ୍ୟ ଏବଂ ସେବା କର(ଜିଏସଟି)ର ୪୯ତମ ବୈଠକ ଶନିବାର ନୂଆଦିଲ୍ଲୀରେ ସମାପ୍ତ ହୋଇଛି। ଏହି ଜିଏସ୍‌ଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍‌ ଲାଭ ଦେଇଛି। ଫଳରେ ଗତ...

Advertisement
Archives

Model This Week